www.samajalive.in
Friday, December 12, 2025
19.1 C
Bhubaneswar

ଦେଶର ପ୍ରଥମ ମହିଳା ଆମ୍ବୁଲାନ୍ସ ଡ୍ରାଇଭର

ଚିନ୍ତାଧାରା ପରିବର୍ତ୍ତନ ହେଉଛି। କିଛିବର୍ଷ ତଳେ ଆମ ଭାରତୀୟ ସମାଜର ଦୃଶ୍ୟ ଭିନ୍ନ ଥିଲା ପ୍ରକୃତରେ, ସମୟ ସହ ତାଳ ଦେଇ ସମସ୍ତେ ଆଗକୁ ବଢ଼ୁଛେ କହିଲେ ଭୁଲ୍‌ ହେବନାହିଁ। ନିକଟରେ ଭାରତର ପ୍ରଥମ ମହିଳା ଆମ୍ବୁଲାନ୍ସ ଡ୍ରାଇଭର୍ ଭାବେ ଦାୟିତ୍ବ ତୁଲାଉଥିବା ଏମ୍‌.ବୀରଲକ୍ଷ୍ମୀଙ୍କୁ ନେଇ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଜୋର୍‌ ଚର୍ଚ୍ଚା ଚାଲିଛି। ତାମିଲନାଡ଼ୁ ପ୍ରଶାସନ ଆମ୍ବୁଲାନ୍ସ ଡ୍ରାଇଭର୍‌ ନିଯୁକ୍ତିର ଘୋଷଣା କରିଥିଲା। ବିଜ୍ଞାପନ ଦେଖି ବୀରଲକ୍ଷ୍ମୀ ତୁରନ୍ତ ଆବେଦନ କରିବା ସହ ମନରେ ତାଙ୍କର ଦୃଢ଼ ବିଶ୍ବାସ ଥିଲା, ଏଥିରେ ସେ ନିଶ୍ଚୟ ମନୋନୀତ ହେବେ। ଯଥା ସମୟରେ ତାଙ୍କୁ ଡକାଯିବା ସହ ଆମ୍ବୁଲାନ୍ସ ଡ୍ରାଇଭର୍ ଭାବେ ସେ ଚାକିରିରେ ଯୋଗ ଦେଇଥିଲେ। ଏଇ ସାଧାରଣ ମହିଳା ଜଣକ ଭାବିନଥିଲେ ଯେ ସେ ଏଇ କ୍ଷେତ୍ରରେ ଭାରତର ପ୍ରଥମ ମହିଳା ଭାବେ ପରିଚିତ ହେବାକୁ ଯାଉଛନ୍ତି। କଥାଟି ଜାଣିବା ପରେ ସେ ଖୁବ୍ ଖୁସି ହୋଇଥିବାର ସାକ୍ଷାତକାର୍‌ରେ କହିଛନ୍ତି। ୩୦ ବର୍ଷୀୟା ବୀରଲକ୍ଷ୍ମୀ ଦୁଇ ପିଲାଙ୍କର ମାଆ। ଗତ ୪ ବର୍ଷ ହେଲା ତାମିଲନାଡୁରେ ସେ ଟ୍ୟାକ୍ସି ଡ୍ରାଇଭର୍ ଭାବେ କାମ କରିଆସୁଛନ୍ତି। ଏ କାମରେ ତାଙ୍କ ସ୍ବାମୀ ପୂର୍ଣ୍ଣ ସହଯୋଗ କରିଆସୁଥିବାବେଳେ ମା’ ହିଁ ତାଙ୍କ ପ୍ରେରଣାର ଉତ୍ସ। ଟଙ୍କା ରୋଜଗାରର ବିିଭିନ୍ନ ପନ୍ଥା ଅଛି, ହେଲେ ଏଇ କାମକୁ ଆପଣେଇବାର ମୁଖ୍ୟ ଉଦ୍ଦେଶ୍ୟ ସେବା ବୋଲି ତାଙ୍କ ମତ। କୋଭିଡ୍-୧୯ ମହାମାରୀ ସମୟରେ ହିଁ ବୀରଲକ୍ଷ୍ମୀ ଏଇ ଚାକିରିରେ ଯୋଗଦେଇଛନ୍ତି। ପରିବାର ଲୋକ ତାଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତିତ। ସେ ମଧ୍ୟ ସମସ୍ତ ପ୍ରକାର ସତର୍କତା ଓ ସଚେତନତାମୂଳକ ପଦକ୍ଷେପ ନେଇ ଦୈନିକ କାମକୁ ଯାଉଥିବାର କହିଛନ୍ତି ବୀରଲକ୍ଷ୍ମୀ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories