www.samajalive.in
Saturday, December 13, 2025
17.1 C
Bhubaneswar

ଆଇପିଏଲ୍‍ରେ ମାତ୍ର ୩ ଜଣ ବିଦେଶୀ ଅମ୍ପାୟାର

ଦୁବାଇ: ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ୟୁଏଇରେ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍) ଖେଳାଯିବ। ତେବେ ଏଥର ମାତ୍ର ୩ ଜଣ ବିଦେଶୀ ଆଇସିସି ପ୍ୟାନେଲ ମ୍ୟାଚ୍‍ ପରିଚାଳନା କରିବାକୁ ରାଜି ହୋଇଛନ୍ତି। ସାରାବିଶ୍ୱରେ କରୋନା ସଂକ୍ରମଣ ଏବେ ଶୀର୍ଷରେ ଥିବା ବେଳେ ଏହି ଅମ୍ପାୟାର ଆଇପିଏଲ୍‍ ମ୍ୟାଚ୍‍ ପରିଚାଳନା କରିବା ପାଇଁ ଭାରତ ଆସିବାକୁ ମନା କରି ଦେଇଛନ୍ତି। ପୂର୍ବରୁ ସମସ୍ତ ଆଇପିଏଲ୍‍ରେ ଅତିକମ୍‍ରେ ୬ ଜଣ ଆଇସିସି ପ୍ୟାନେଲ ଅମ୍ପାୟାର ମ୍ୟାଚ୍‍ ପରିଚାଳନା କରିଥାଆନ୍ତି। ହେଲେ ଏଥର ବିସିସିଆଇ ସମସ୍ତ ବିଦେଶୀ ଆଇସିସି ପ୍ୟାନେଲ ଅମ୍ପାୟାରଙ୍କ ସହ ଯୋଗାଯୋଗ କରିଥିଲେ ହେଁ ସେମାନଙ୍କ ମଧ୍ୟରୁ ମାତ୍ର ୩ ଜଣ ୟୁଏଇ ଆସିବାକୁ ରାଜି ହୋଇଛନ୍ତି। ଆଇସିସି ଏଲିଟ୍‍ ପ୍ୟାନେଲ ମ୍ୟାଚ୍‍ ରେଫରୀ ଥିବା ପ୍ରାୟ ସମସ୍ତ ବିଦେଶୀଙ୍କ ସହ ଯୋଗାଯୋଗ କରା ଯାଇଥିଲେ ମଧ୍ୟ କେହି ରାଜି ହୋଇନାହାନ୍ତି। ଫଳରେ ଚଳିତବର୍ଷ ଆଇପିଏଲ୍‍ରେ ଭାରତର ଜଭାଗଲ ଶ୍ରୀନାଥ ଏକମାତ୍ର ଆଇସିସି ଏଲିଟ୍‍ ପ୍ୟାନେଲ ମ୍ୟାଚ୍‍ ରେଫରୀ ଭାବେ କାମକରିବେ।
ଏହି ୩ ଜଣ ହେଲେ ନ୍ୟୁଜିଲାଣ୍ଡର କ୍ରିସ୍‍ ଗ୍ରାଫାନି ଏବଂ ଇଂଲଣ୍ଡର ରିଚାର୍ଡ ଇଲିଙ୍ଗ୍‍ୱର୍ଥ ଓ ମାଇକେଲ ଗଫ୍‍। ଅଷ୍ଟ୍ରେଲିଆର ପଲ୍‍ ରାଇଫଲ ଆସିବେ କି ନାହିଁ; ତାହା ଅସ୍ପଷ୍ଟ ରହିଛି। ଉପରୋକ୍ତ ୩ ବିଦେଶୀଙ୍କ ସହ ଆଇସିସି ପ୍ୟାନେଲରେ ଥିବା ଭାରତୀୟ ଅମ୍ପାୟାର ନୀତିନ ମେନନ୍‍ ଆଇପିଏଲ୍‍ରେ ମ୍ୟାଚ୍‍ ପରିଚାଳନା କରିବେ। ଶ୍ରୀଲଙ୍କାର କୁମାର ଧର୍ମସେନା ଆଇପିଏଲ୍‍ରେ ନିୟମିତ ଭାବେ ମ୍ୟାଚ୍‍ ପରିଚାଳନା କରୁଥିଲେ ହେଁ ସେ ଚଳିତବର୍ଷ ଆସିବେ ନାହିଁ ବୋଲି ବିସିସିଆଇକୁ ଜଣାଇ ଦେଇଛନ୍ତି। ଏଥର ମୋଟ ୧୬ ଜଣ ଅମ୍ପାୟାର ଆଇପିଏଲ୍‍ରେ କାମ କରିବାକୁ ଥିବା ବେଳେ ଉପରୋକ୍ତ ୪ ଜଣଙ୍କୁ ଛାଡ଼ି ଅନ୍ୟ ୧୨ ଜଣ ହେଉଛନ୍ତି ବିସିିସିଆଇ ପ୍ୟାନେଲର ଆନ୍ତର୍ଜାତିକ ଅମ୍ପାୟାର। ସେମାନଙ୍କ ମଧ୍ୟେରେ ପ୍ରମୁଖ ହେଲେ ସି. ସାମ୍‍ସୁଦ୍ଦିନ, ଅନୀଲ ଚୌଧୁରୀ, ବୀରେନ୍ଦ୍ର ଶର୍ମା, ଏସ୍‍. ରବି, କେ.ଏନ୍‍. ଅନନ୍ତପଦ୍ମନାଭନ୍‍ ପ୍ରମୁଖ। ୧୨ ଜଣ ଅମ୍ପାୟାର ପଡ଼ିଆ ଅମ୍ପାୟାର ଭାବେ କାମ କରିବାକୁ ଥିବା ବେଳେ ବାକି ୪ ଜଣ ୩ୟ ଓ ୪ର୍ଥ ଅମ୍ପାୟାର ଦାୟିତ୍ୱ ନିର୍ବାହ କରିବେ। ଏହି କରୋନା ସମୟରେ ଉକ୍ତ ଅମ୍ପାୟାରମାନଙ୍କୁ କିପରି କାମ କରିବାକୁ ହେବ; ତାହା ସେମିନାର ଜରିଆରେ ସେମାନଙ୍କୁ ଶିଖାଯାଉଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories