www.samajalive.in
Saturday, December 6, 2025
19.1 C
Bhubaneswar

ବିଦ୍ୟୁତିକରଣ ଯୋଜନାରେ ଦୁର୍ନୀତି ଗନ୍ଧ, ମିଟର ନ ଖଞ୍ଜି ଦସ୍ତଖତ ଦାବି

ଟିଟିଲାଗଡ଼ : ଗରିବ ପରିବାରଙ୍କ ଗୃହକୁ ବିଜୁଳି ସଂଯୋଗ ପାଇଁ ସରକାରଙ୍କ ପାଖରେ ଯୋଜନାର ଅଭାବ ନାହିଁ। ରାଜିବ ଗାନ୍ଧୀ ଗ୍ରାମୀଣ ବିଦ୍ୟୁତିକରଣ ଯୋଜନା (ଆରଜିଜିଭିୱାଇ) ୨୦୦୫, ଦିନଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା (ଡିଡିୟୁଜିଜେୱାଇ) ୨୦୧୫, ପ୍ରଧାନମନ୍ତ୍ରୀ ସହଜ ବିଜଲି ହର ଘର ଯୋଜନା (ସୌଭାଗ୍ୟ) ୨୦୧୭ ଏମିତି ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳର ଗରିବ ପରିବାରଙ୍କ ଘରେ ବିଦ୍ୟୁତ ପହଞ୍ଚାଇବା ପାଇଁ ରାଜକୋଷରୁ ବିପୁଳ ଅର୍ଥ ବ୍ୟୟ କରାଯାଇଛି। ସମସ୍ତ କ୍ଷେତ୍ରରେ ନିଜସ୍ୱ ଯୋଜନା ପ୍ରଣୟନରେ ଆଗୁଆ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନା (ବିଜିଜେୱାଇ) ୨୦୦୭ କାର୍ଯ୍ୟକାରି ହୋଇଛି। ଏଭଳିସ୍ଥିତିରେ ଅଦ୍ୟାବଧି ଗ୍ରାମାଞ୍ଚଳରେ ଅନେକ ପରିବାର ବିଜୁଳି ଆଲୁଅରୁ ବଞ୍ଚିତ ହୋଇରହିଥିବା ଅଭିଯୋଗ ହୋଇଛି। ଏପରିପ୍ରେକ୍ଷୀରେ ବିଦ୍ୟୁତ ସଂଯୋଗ ପାଇଁ ନିଯୁକ୍ତ ଠିକାଦାରଙ୍କ ତଞ୍ଚକତାର ଗୋଟିଏ ପରେ ଫର୍ଦ୍ଦ ଖୋଲିବାରେ ଲାଗିଛି। ଟିଟିଲାଗଡ ବ୍ଲକ ଅନ୍ତର୍ଗତ ସିହିନି ଗ୍ରାମପଞ୍ଚାୟତର ଅନେକ ଗ୍ରାମରେ ଅଦ୍ୟାବଧି ବିଦ୍ୟୁତ ଖୁମ୍ବ ପୋତାଯାଇନାହିଁ। ଟ୍ରାନ୍ସଫର୍ମର ଦେଖାନାହିଁ। ଯୋଜନାରେ ସରକାରଙ୍କ ପକ୍ଷରୁ ମାଗଣା ବିଦ୍ୟୁତ ମିଟର ବସାଯାଇନାହିଁ। ହେଲେ ଠିକଦାର ଗତ କିଛି ଦିନ ତଳେ ୧୩୬.୩୫ କୋଟି ଟଙ୍କା ବିଦ୍ୟୁତିକରଣ ପାଇଁ ଖର୍ଚ୍ଚ କରିଥିବା ସମ୍ବନ୍ଧୀୟ ଏକ ବୋର୍ଡ ଆଣି ଗ୍ରାମରେ ବସାଇ ଦେବା ନେଇ ସାଧରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଛି। ଏନେଇ ସ୍ଥାନୀୟ ସରପଞ୍ଚ ବିରବର ସାହୁ ଠିକାଦାର ତଥା ବିଦ୍ୟୁତ ବିଭାଗ ସ୍ଥାନୀୟ ଯନ୍ତ୍ରୀଙ୍କୁ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି। ଏପରିକି ୪୧୦ ମିଟର ଲଗାଇଛି, ଦସ୍ତଖତ ଦିଅ ମୋର ବିଲ ବକେୟା ରହିଗଲା ବୋଲି ବିଦ୍ୟୁତ ଠିକାଦାର ସରପଞ୍ଚଙ୍କୁ ଧାଉଁଥିବା ଜଣାଯାଇଛି। ଏନେଇ କାହା ଘରେ ବିଦ୍ୟୁତ ମିଟର ଲଗାଯାଇଥିଲା ସରପଞ୍ଚ କିମ୍ବା ସ୍ଥାନୀୟ ଲୋକପ୍ରତିନିଧିଙ୍କୁ ଠିକାଦାର କୌଣସି ତଥ୍ୟ ଦେଉନଥିବା ଅଭିଯୋଗ ହୋଇଛି। ଏପରିପ୍ରେକ୍ଷୀରେ ଆଜି ଟିଟିଲାଗଡ ବିଜେପି ନଗର ସାଧାରଣ ସମ୍ପାଦକ କୁନା ଭାଟି ସ୍ଥାନୀୟ ବିଦ୍ୟୁତ ବିଭାଗ ନିର୍ବାହି ଯନ୍ତ୍ରୀଙ୍କୁ ସାକ୍ଷାତ ସହ କୈଫିୟତ ଲୋଡିଥିବା ଜଣାଯାଇଛି। ଅପରପକ୍ଷରେ ଏସମ୍ପର୍କରେ ବିଦ୍ୟୁତ ସଂଯୋଗ ନେଇ ବିଭିନ୍ନ ଠିକା ବଣ୍ଟନ କରିଥିବା ଏନଟିପିସିର ବଲାଙ୍ଗିର କାର୍ଯ୍ୟାଳୟ ପରିଚାଳକ ରାଜେଶ ପୈଦୀଙ୍କୁ ଯୋଗଯୋଗ କରିବାରୁ ସେ ବୁଝିବେ ବୋଲି କହିଛନ୍ତି। ଦେଶ ସ୍ୱାଧିନତା ପରେ ପ୍ରଥମ ଥର ସମସ୍ତ ଗରିବ ପରିବାରଙ୍କୁ ବିଦ୍ୟୁତ ସଂଯୋଗ ପ୍ରଦାନ କରାଯାଇଥିବା ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ହେଲେ ପ୍ରକୃତରେ ଯୋଜନା ଠିକାଦାର ସର୍ବସ୍ୱ ହୋଇରହିଥିବା ଅଭିଯୋଗ ହୋଇଛି। ଅଧାଅଧିଆ କାମ କରି ଠିକାଦାର ବିଲ ଉଠାଇ ଚାଲିଛନ୍ତି। ଏପରିକି ସ୍ଥାନୀୟ ସରପଞ୍ଚ ତଥା ଲୋକପ୍ରତିନିଧିଙ୍କ ସହ କ୍ଷେତ୍ର ପରିକ୍ଷଣ କରାଯାଉନାହିଁ। ଏନେଇ ଭିଜିଲାନ୍ସ ତଦନ୍ତ ହେଲେ ଅନେକ ଗୁମର ଫିଟିବ ବୋଲି ରାଜ୍ୟ ସରପଞ୍ଚ ସଂଘ କାର୍ଯ୍ୟକାରି ସଭାପତି ହରିନାରାୟଣ ମିଶ୍ର ଦାବି ରଖିଛନ୍ତି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories