କରୋନାରେ ରାଜ୍ୟରେ ନିବେଶ ୯୦ ପ୍ରତିଶତ ବଢ଼ିଛି
ଗୋ-ସ୍ବିଫ୍ଟ ପୋର୍ଟାଲକୁ କମିଛି ନିବେଶ ପ୍ରସ୍ତାବ ଆଗମନ
ଭୁବନେଶ୍ବର:କରୋନା ମହାମାରୀର ପ୍ରଭାବ ଦେଶ ତଥା ରାଜ୍ୟର ଅର୍ଥନୀତି ଉପରେ ବେଶ ଅନୁଭୂତ ହେବାରେ ଲାଗିଛି। ଜିଏସ୍ଟି ସଂଗ୍ରହଠାରୁ ଆରମ୍ଭ କରି ରେଳ ପଣ୍ୟ ପରିବହନ, ବନ୍ଦରଗୁଡିକରେ ପରିବହନ ଏବଂ ଶିଳ୍ପ ସଂସ୍ଥାଗୁଡିକ ଦ୍ବାରା ବିଦ୍ୟୁତ ଉପଯୋଗ ଆଦି ସବୁ େକ୍ଷତ୍ରରେ କରୋନା ମାଡ ହୋଇଛି। କୋଭିଡ୍ ମହାମାରୀରେ ରାଜ୍ୟ ଶିଳ୍ପ ଅର୍ଥନୀତିର ପ୍ରଦର୍ଶନ ଢ଼େର ପ୍ରଭାବିତ େହାଇଛି। ଏମିତିକି କରୋନା ପ୍ରଭାବରେ ରାଜ୍ୟ ସରକାରଙ୍କ ଗୋ-ସ୍ବିଫ୍ଟ ପୋର୍ଟାଲକୁ ଶିଳ୍ପୋଦ୍ୟୋଗୀଙ୍କ ନିକଟରୁ ନିବେଶ ପ୍ରସ୍ତାବ ଆସିବା ମଧ୍ୟ କମିଯାଇଛି। ଶିଳ୍ପ କ୍ଷେତ୍ରରେ ପ୍ରସ୍ତାବିତ ନିବେଶ ୨୦୧୯ ତୁଳନାରେ ୨୦୨୦ର ଏପ୍ରିଲ-ମେ’ ମାସରେ ହ୍ରାସ ଘଟିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିଭିନ୍ନ କ୍ଷେତ୍ରରେ କରୋନା ମାଡ ସତ୍ତ୍ବେ ଏହି ସମୟରେ ରାଜ୍ୟରେ ବିଭିନ୍ନ କମ୍ପାନୀଙ୍କ ଦ୍ବାରା ନିବେଶ ପରିମାଣ ୨୦୧୯ ତୁଳନାରେ ପାଖାପାଖି ୯୦ ପ୍ରତିଶତ ବୃଦ୍ଧି ଘଟିଥିବା ଜଣାଯାଇଛି। କେବଳ ଶିଳ୍ପ କ୍ଷେତ୍ରେର ନିବେଶ କାହିଁକି ପ୍ରସ୍ତାବିତ ନିଯୁକ୍ତିେର ମଧ୍ୟ ପୂର୍ବବର୍ଷ ତୁଳନାରେ ଆଖିଦୃଶିଆ ବୃଦ୍ଧି ପରିଲକ୍ଷିତ ହୋଇଛି।
ରାଜ୍ୟରେ ଏକ ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟି କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିେବଶକଙ୍କ ଲାଗି ଗୋ-ସ୍ବିଫ୍ଟ ପୋର୍ଟାଲ ଆରମ୍ଭ କରାଯାଇଥିଲା। ଏହି ପୋର୍ଟାଲ ଜରିଆରେ ଶିଳ୍ପୋଦ୍ୟୋଗୀଙ୍କ ନିକଟରୁ ରାଜ୍ୟ ସରକାର ନିବେଶ ପ୍ରସ୍ତାବ ଗ୍ରହଣ କରୁଛନ୍ତି। ବର୍ଷ ୨୦୧୯ର ଏପ୍ରିଲ-ଅଗଷ୍ଟରେ ଗୋ-ସ୍ବିଫ୍ଟ ପୋର୍ଟାଲକୁ ମୋଟ ୨୨୩ ନିବେଶ ପ୍ରସ୍ତାବ ଆସିଥିଲା ା ସେଥିରୁ ୧୨୭ଟି ପ୍ରସ୍ତାବକୁ ରାଜ୍ୟ ସରକାର ମଞ୍ଜୁରି ପ୍ରଦାନ କରିଥିଲେ। ତେବେ ଚଳିତବର୍ଷ ଏହି ସମାନ ସମୟରେ ଗୋ-ସ୍ବିଫ୍ଟ ପୋର୍ଟାଲକୁ ପ୍ରସ୍ତାବ ଆଗମନ ମାଇନସ୍ ୫ ପ୍ରତିଶତ ରହିଛି। କାରଣ ଚଳିତବର୍ଷ ଏହି ପୋର୍ଟାଲକୁ େମାଟ ୨୧୧ ପ୍ରସ୍ତାବର ଆବେଦନ ଆସିଛି। ଏଥିରୁ ୯୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ୨୦୧୯ଏପ୍ରିଲ-ଅଗଷ୍ଟରେ ରାଜ୍ୟକୁ େମାଟ ୧୯୭୮ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା। ତେବେ ଚଳିତବର୍ଷ ଏପ୍ରିଲ-ଅଗଷ୍ଟରେ ମୋଟ ୧୭,୫୧୪ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିିଛି। ସେହିଭଳି ୨୦୧୯ ଏପ୍ରିଲ-ଅଗଷ୍ଟେର ରାଜ୍ୟରେ ବିଭିନ୍ନ କମ୍ପାନୀଗୁଡିକ ଦ୍ବାରା ୮,୬୭୬ ଜଣଙ୍କୁ ନିଯୁକ୍ତି ଦେବା ନିମନ୍ତେ ପ୍ରସ୍ତାବ ଆସିଥିଲା। ଚଳିତବର୍ଷ ଏହି ସମୟରେ ଏହା ୧୨,୮୪୬କୁ ବୃଦ୍ଧି ଘଟିଛି। ଏହାର ଅର୍ଥ ୨୦୧୯ର ଏପ୍ରିଲ-ଅଗଷ୍ଟ ତୁଳନାରେ ଚଳିତବର୍ଷର ଏହି ସମୟରେ ରାଜ୍ୟରେ କମ୍ପାନୀଗୁଡିକ ଦ୍ବାରା ନିଯୁକ୍ତି ପ୍ରସ୍ତାବରେ ପ୍ରାୟ ୬୮ ପ୍ରତିଶତ ବୃଦ୍ଧି ଘଟିଛି।
Comments are closed.