www.samajalive.in
Wednesday, December 10, 2025
26.1 C
Bhubaneswar

ଢେଙ୍କାନାଳ ସମବାୟ ସମିତି ଉପନିବନ୍ଧକଙ୍କର ୨କୋଟିରୁ ଊର୍ଦ୍ଧ୍ବ ସମ୍ପତ୍ତି ଠାବ

ଢେଙ୍କାନାଳ: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଢେଙ୍କାନାଳ ସମବାୟ ସମିତି ଉପନିବନ୍ଧକ ବିଦ୍ୟାଧର ବେହେରାଙ୍କର ଚାରୋଟି ଘର ଉପରେ ଏକକାଳୀନ ଚଢ଼ାଉ ହୋଇଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ଅନୁଯାୟୀ ପ୍ରାୟ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ଜଣାଯାଇଛି। ବିଦ୍ୟାଧରଙ୍କ ପୈତୃକ ଗ୍ରାମ ଭଣ୍ଡାରିପୋଖରୀ ଅନ୍ତର୍ଗତ କୁମ୍ଭାରିଆ, ଭୁବନେଶ୍ୱରର ୨ଟି ଜାଗା ଓ ଢେଙ୍କାନାଳର କୋ-ଅପରେଟିଭ୍‍ ସୋସାଇଟି କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ବିଦ୍ୟାଧରଙ୍କ ଭୁବନେଶ୍ୱରସ୍ଥିତ ପଟିଆ ଠାରେ ଥିବା ୩ ମହଲା କୋଠା ଯାହାର ମୂଲ୍ୟ ୧ କୋଟି ୨୧ଲକ୍ଷ, ତା ନିକଟରେ ଥିବା ଏକ ଫ୍ଲାଟ୍‍ ଯାହାର ମୂଲ୍ୟ ୪୦ଲକ୍ଷରୁ ଊର୍ଦ୍ଧ୍ବ, ଗୋଟିଏ କାର୍‍ ଓ ଦୁଇଟି ବାଇକ୍‍ ଯାହାର ମୂଲ୍ୟ ୫ଲକ୍ଷରୁ ଊର୍ଦ୍ଧ୍ବ, ବ୍ୟାଙ୍କରେ ୭ଲକ୍ଷ ଟଙ୍କାର ସ୍ଥାୟୀ ଜମା, ଘରର ଆସବାବ ପତ୍ର ଯାହାର ମୂଲ୍ୟ ୭ଲକ୍ଷରୁ ଊର୍ଦ୍ଧ୍ବ, ସୁନାଗହଣା ଯାହାର ମୂଲ୍ୟ ୫ଲକ୍ଷରୁ ଊର୍ଦ୍ଧ୍ବ ରହିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଏହାଛଡ଼ା ଅନ୍ୟାନ୍ୟ ସ୍ଥାନରେ ଠାବ ହୋଇଥିବା ସମ୍ପତ୍ତିର ମୂଲ୍ୟ ଜଣାପଡ଼ିପାରିନାହିଁ। ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ଜଣାଯାଇଛି। ଏହି ଚଢ଼ାଉରେ ଭିଜିଲାନ୍ସ ବିଭାଗର ୫ଟି ଦଳ ଗଠନ କରାଯାଇ ଚଢ଼ାଉ କରାଯାଇଥିଲା। ଆଡିସ୍‍ନାଲ୍‍ ଏସ୍‍.ପି. ବେଣୁଧର ନାୟକ, ଡିଏସ୍‍ପି ଟି. ସ୍ୱାଇଁ, ଇନ୍ସପେକ୍ଟର ଅନିରୁଦ୍ଧ ନାୟକ, ଅନୁପମା ସ୍ୱାଇଁ ଏବଂ ଅନ୍ୟମାନେ ଏହି ଚଢ଼ାଉରେ ସାମିଲ ଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories