www.samajalive.in
Monday, December 8, 2025
24.1 C
Bhubaneswar

ଶିବସେନାର ପୂର୍ବତନ ରାଜ୍ୟ ମୁଖ୍ୟ ରମେଶ ସାହୁଙ୍କୁ ଗୁଳି କରି ହତ୍ୟା, ବଞ୍ଚାଇବାକୁ ଯାଇ ପତ୍ନୀ ଓ ଝିଅ ଆହତ

ଭୋପାଳ : ଶିବସେନାର ମଧ୍ୟପ୍ରଦେଶ ଶାଖାର ପୂର୍ବତନ ମୁଖ୍ୟ ରମେଶ ସାହୁଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ଇନ୍ଦୋରରେ ଜଣେ ଅଜ୍ଞାତ ଅପରାଧୀ ଗୁଳି କରି ହତ୍ୟା କରିଛି। ତେବେ ମୃତକଙ୍କ  ପତ୍ନୀ ଏବଂ ଝିଅଙ୍କୁ ମଧ୍ୟ ଅଭିଯୁକ୍ତ ଆହତ କରିଛି।

ତେଜାଜୀ ନଗର ପୁଲିସ ଥାନା ଦାୟିତ୍ୱରେ ଥିବା ଆରଏନଏସ ଭଦୋରିଆ ବୁଧବାର କହିଛନ୍ତି ଯେ ଶିବସେନା ରାଜ୍ୟ ଶାଖାର ପୂର୍ବତନ ମୁଖ୍ୟ ୭୦ ବର୍ଷ ବୟସ୍କ ରମେଶ ସାହୁ ଇନ୍ଦୋର-ଖଣ୍ଡୱା ରାସ୍ତାରେ ଥିବା ଉମଡିଖଡା ଗ୍ରାମରେ ଏକ ଢାବା ଖୋଲିଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଅଜ୍ଞାତ ଅପରାଧୀ ସେହି ଢାବାରେ ପହଞ୍ଚି ରମେଶଙ୍କ ଛାତିକୁ ଗୁଳି ମାରି ହତ୍ୟା କରିଥିଲା।

- Advertisement -

ସେ କହିଛନ୍ତି, ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଘଟଣାର ତଦନ୍ତ ଚାଲିଛି। ଭଦୋରିଆ କହିଛନ୍ତି ଯେ ସ୍ବର୍ଗତ ସାହୁ ଏବେ ଶିବସେନାରେ ସକ୍ରିୟ ନଥିଲେ। ଏହି ହତ୍ୟାକାଣ୍ଡ ସମ୍ପର୍କରେ ତାଙ୍କ ପରିବାର ଏବଂ ଘନିଷ୍ଠ ଲୋକଙ୍କୁ ପଚରାଉଚରା କରାଯାଉଛି।

ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି ଯେ ସ୍ବର୍ଗତ ସାହୁ ୧୯୯୦ ଦଶକରେ ଶିବସେନାର ରାଜ୍ୟ ମୁଖ୍ୟ ଥିଲେ ଏବଂ ସେହି ସମୟରେ ଅନେକ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଏଥିସହ ପରିବାର ଲୋକଙ୍କ କହିବା ଅନୁଯାୟୀ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ହତ୍ୟା କରାଯାଇଛି।

ମୃତ ରମେଶଙ୍କର ତେଜାଜୀ ନଗର ଏବଂ ସଦର ବଜାର ପୁଲିସ ଥାନାରେ ମଧ୍ୟ ଅପରାଧିକ ରେକର୍ଡ ରହିଛି। ପୁଲିସ ପୂର୍ବ ଶତ୍ରୁତା ଘଟଣାକୁ ନେଇ ମଧ୍ୟ ଅନୁସନ୍ଧାନ କରୁଛି। ହତ୍ୟା ବିଷୟରେ ଜାଣିବା ପରେ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories