www.samajalive.in
Monday, December 8, 2025
24.1 C
Bhubaneswar

ବାଲୁକା ଚିତ୍ରରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଶିଳ୍ପୀ ସୁଦର୍ଶନ

ମନେ ପକାଇଲେ ବିଗତ ଦିନର ଅଭୁଲା ସ୍ମୃତି

ପୂର୍ବତନ ରାଷ୍ଟ୍ରପତି ତଥା ଅଭିଜ୍ଞ ରାଜନେତା ପ୍ରଣବ ମୁଖାର୍ଜୀଙ୍କ ନିଧନରେ ଗଭୀର ଶୋକ ପ୍ରକାଶ କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ସମୁଦ୍ର ବେଳାଭୂମିରେ ସୁଦର୍ଶନ ତ୍ରିରଙ୍ଗା ସହ ସ୍ବର୍ଗତ ପ୍ରଣବ ମୁଖାର୍ଜୀଙ୍କ ଚିତ୍ର ସ୍ଥାନିତ କରି ଲେଖିଛନ୍ତି, ‘ଟ୍ରିବୁଟ ଟୁ ଭାରତ ରତ୍ନ ପ୍ରଣବ ମୁଖାର୍ଜୀ’ ଅର୍ଥାତ ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି।

- Advertisement -

ବାଲୁକା ଶିଳ୍ପୀ ସୁଦର୍ଶନ ପୂର୍ବତନ ରାଷ୍ଟ୍ରପତିଙ୍କୁ ମନେ ପକାଇ କହିଛନ୍ତି ଯେ ପ୍ରଣବ ମୁଖାର୍ଜୀ ବାଲୁକା ଚିତ୍ରକଳାକୁ ଭଲ ପାଉଥିଲେ ଓ ପ୍ରଶଂସା କରୁଥିଲେ।ସେ ଓଡିଶା ଆସିବା ସମୟରେ ଦୁଇ ଥର ପୁରୀ ବେଳାଭୂମିକୁ ଆସି ସୁଦର୍ଶନଙ୍କ ବାଲୁକା ଚିତ୍ର ଦେଖିଥିଲେ ଓ ସନ୍ତୋଷ ପ୍ରକାଶ କରିଥିଲେ। ସୁଦର୍ଶନ କହିଛନ୍ତି ଯେ ସେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ୫ରୁ ୬ଥର ସାକ୍ଷାତ କରିଛନ୍ତି ଓ ପ୍ରତ୍ୟେକ ଥର ସେ ସୁଦର୍ଶନଙ୍କ ବାଲୁକା କଳାର ପ୍ରଶଂସା କରିବା ସହ ଏ କ୍ଷେତ୍ରରେ ଆହୁରି ଉନ୍ନତି କରିବା ପାଇଁ କହୁଥିଲେ। ତାଙ୍କ ଆଶୀର୍ବାଦ ସବୁଦିନ ପାଇଁ ରହିଥିବ ବୋଲି ସୁଦର୍ଶନ କହିଛନ୍ତି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories