www.samajalive.in
Saturday, December 13, 2025
14.1 C
Bhubaneswar

ମାଇକ୍ରୋଫାଇନାନ୍ସ ଅତ୍ୟାଚାରରେ ଅତିଷ୍ଠ ମହିଳା, ଶୁଣିବ କି ପ୍ରଶାସନ

ଟିଟିଲାଗଡ଼ : କରୋନା ମହାମାରି ଧନୀଗରିବଙ୍କ ଠାରୁ ଆରମ୍ଭ କରି ସରକାରଙ୍କ ମଧ୍ୟ ରୋଜଗାରକୁ ଠପ କରିଛି। ଏପରିପ୍ରେକ୍ଷୀରେ ବିଶେଷ କରି ଗରିବ ଜନତା ଭୋକରେ ନମରନ୍ତୁ ସେଥିପାଇଁ ସରକାର ମାଗଣାରେ ଚାଉଳ ବନ୍ଟନ କରୁଛନ୍ତି। ରାସନ କାର୍ଡ, ଆଧାର କାର୍ଡ ନଥିଲେ ମଧ୍ୟ ମାଗଣା ଚାଉଳ ପ୍ରଦାନ କରାଯାଉଛି। ଗରିବଙ୍କ ପାଇଁ ସରକାର ତଥା ବିଭିନ୍ନ ସମାଜସେବୀ ସଂଗଠନ ମାଗଣା ଖାଦ୍ୟ ମଧ୍ର ପ୍ରଦାନ କରୁଛନ୍ତି। ଏପରିପ୍ରେକ୍ଷୀରେ ସାଧାରଣ ଜନତାଙ୍କ ଠାରୁ ସରକାରି ତଥା ବେସରକାରି ବ୍ୟାଙ୍କ, ଫାଇନାନ୍ସ କମ୍ପାନୀ କୌଣସି ପ୍ରକାର ଋଣ ଅସୁଲି ଜୋରଜବରଦସ୍ତ କରିପାରିବେ ନାହିଁ ବୋଲି ସରକାର ନିର୍ଭୟ ବାଣୀ ଶୁଣାଇଛନ୍ତି। ତେବେ ଏହାକୁ ଖାତିର ନକରି କିଛି ଘରୋଇ ମାଇକ୍ରୋଫାଇନାନ୍ସ କମ୍ପାନୀ ଏଜେନ୍ଟ ଗାଁ ଗାଁ ବୁଲୁ ଋଣ ଅସୁଲି ଜାରି ରଖିଥିବା ମୁରିବାହାଲ ବ୍ଲକ ଅନ୍ତର୍ଗତ ଘନ୍ଟବାହାଲି ଗ୍ରାମପଂଚାୟତ ବିଟାବନ୍ଧ ଗ୍ରାମବାସୀ ଆଜି ଟିଟିଲାଗଡ ଉପଜିଲାପାଳଙ୍କ ଶରଣାପନ୍ନ ହେବା ଆଲୋଚନାର ବିଷୟ ହୋଇଛି। ଗ୍ରାମର ପୁଷ୍ପା ମାଝୀ, ସଂଯୁକ୍ତା ମାଝୀ, କୈକେୟୀ ନାଗ, ଅସନ ଗହିର, ବୃନ୍ଦା ଗହିର, ଜମ୍ବଦନ୍ତି ବଛା, ମାଧବି ହରପାଲ, ଜାହ୍ନବି ବଛା, ବୈଦେହୀ ମାଝୀ, ସବିତା ହରପାଲ, ଜୟନ୍ତି ଦୀପ ପ୍ରମୁଖ ଶହେରୁ ଊର୍ଦ୍ଧ୍ବ ମହିଳା ଆଜି ଏନେଇ ଉପଜିଲାପାଳଙ୍କୁ ଫେରାଦ ହେବା ପାଇଁ ପହଂଚିଥିବା ଦେଖାଯାଇଥିଲା। ଅନେକ ମହିଳା ନିଜ କୋଳରେ ଶିଶୁଙ୍କୁ ଧରି ପ୍ରବଳ ଖରାରେ ଉପଜିଲାପାଳ କାର୍ଯ୍ୟାଳୟରେ ଜଗି ରହିଥିଲେ। ଖବର ପାଇ ରାଜ୍ୟ ଯୁବ କଂଗ୍ରେସ ମୁଖପାତ୍ର ଆଇନଜୀବୀ ବିରେନ୍ଦ୍ର ବାଗ ପହଂଚି ମହିଳାଙ୍କ ସହ ଆଲୋଚନା କରିଥିଲେ। ଏନେଇ ମହିଳାଙ୍କ ଅଭିଯୋଗ ମୁତାବକ ଦୀର୍ଘ ମାସ ହେଲା କୌଣସି ରୋଜଗାର ନଥିବାରୁ ସପ୍ତାହକୁ ଥରେ ମାଇକ୍ରୋଫାଇନାନ୍ସ କମ୍ପାନୀକୁ ଟଙ୍କା ଗଣିବା ଅସମ୍ଭବ ହୋଇପଡୁଛି। କିନ୍ତୁ କମ୍ପାନୀ ଏଜେନ୍ଟ କୌଣସି ଆଶ୍ୱସ୍ତି ବଦଲରେ ଗ୍ରାମର ମହିଳାଙ୍କୁ ଗାଳିଗୁଲଜ କରୁଛନ୍ତି। ଘରର କଂସା ବାସନ ବନ୍ଧା ପକାଇ ଟଙ୍କା ଦିଅ ବୋଲି ଘର ଦ୍ୱାର ମୁହଁରେ ଜଗି ରହୁଛନ୍ତି। ମହିଳାଙ୍କ ଅଭିଯୋଗ ମୁତାବକ ସ୍ପନ୍ଦନା, ଶୋଭାମୟୀ, ଆର୍ଶିବାଦ, ଆରବିଏଲ, ମେଟ୍ରନ, ଗ୍ରାମୀଣ କଟା, ଭାୟା, ଫୁଲଟନ, ଗ୍ରାମଶକ୍ତି, ସାର୍ଟିଙ୍ଗ, ସୁର୍ଯୋଦୟ, ଫ୍ୟୁଜନ, ଭିକ୍ଟର, ସମ୍ବନ୍ଧ, ସମ୍ପୁର୍ଣ୍ଣା, ସମସ୍ତା ପ୍ରମୁଖ ଅନେକ କମ୍ପାନୀ ଗାଁରେ ଜଣେ ଜଣେ ମହିଳାଙ୍କୁ ତିନି ଚାରିରୁ ଅଧିକ ଋଣ ବନ୍ଟନ କରିଛନ୍ତି। ହେଲେ କରୋନା ନେଇ ଲକଡାଉନରେ ଘରେ ବନ୍ଦି ହେବା ଦିନ ଠାରୁ ଆଉ ଋଣ ଶୁଝି ହେଲା ନାହିଁ। ହେଲେ କମ୍ପାନୀ କୌଣସି ରିହାତି ନଦେଇ କିସ୍ତି ଅସୁଲି ପାଇଁ ଏଜେନ୍ଟଙ୍କୁ ପଠାଇ ଧମକଚମକ ଦେଉଥିବା ମହିଳାମାନେ ଗଣମାଧ୍ୟମରେ କହିଛନ୍ତି। ଏସଂକ୍ରାନ୍ତାରେ ଉପଜିଲାପାଳ ସୋମେଶ ଉପାଧ୍ୟାୟ କୌଣସି କାର୍ଯ୍ୟରେ ବଲାଙ୍ଗିର ଯାଇଥିବା ବେଳେ ଶେଷରେ ମହିଳାମାନେ ନିରାଶ ହୋଇ ଫେରିଛନ୍ତି। ମହିଳାମାନଙ୍କ ଉପରେ ଏଭଳି ଅତ୍ୟାଚାର ନେଇ ରାଜ୍ୟ ଯୁବ କଂଗ୍ରେସ ମୁଖାପତ୍ର ଶ୍ରୀ ବାଗ ତୀବ୍ର ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି। ବଡବଡିଆ କୋଟିକୋଟି ଟଙ୍କାର ଋଣ ନେଇଥିବା ବେଳେ ରିହାତି ମିଳୁଛି। ହେଲେ ଗରିବ ପେଷି ହୋଇଚାଲିଛନ୍ତି। ପ୍ରଶାସନ ଆଦିବାସୀ ଦଳିତ ବର୍ଗ ତଥା ଗରିବ ମହିଳାଙ୍କ ଉପରେ ଘରୋଇ ମାଇକ୍ରୋଫାଇନନାନ୍ସ କମ୍ପାନୀର ଜୁଲୁମ ନେଇ ଅଙ୍କୁଶ ଲଗାଇବାକୁ ଶ୍ରୀ ବାଗ ଦାବି କରିଛନ୍ତି। ଏନେଇ ଖୁବ ଶୀଘ୍ର ଯୁବ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳି ଉକ୍ତ ଗ୍ରାମକୁ ଗସ୍ତ କରିବ ବୋଲି ଶ୍ରୀ ବାଗ ଜଣାଇଛନ୍ତି।

Hot this week

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

Related Articles

Popular Categories