www.samajalive.in
Wednesday, December 10, 2025
26.1 C
Bhubaneswar

ସରକାରୀ ସହାୟତା ଅପେକ୍ଷାରେ କିଡନୀ ରୋଗାକ୍ରାନ୍ତ ନବୀନ।

ହରଭଙ୍ଗା:ଗତ କିଛି ବର୍ଷ ହେଲା ହରଭଙ୍ଗା ବ୍ଲକ ଅଞ୍ଚଳରେ କିଡନୀ ରୋଗ ମହାମାରୀ ରୂପଧାରଣ କରିଛି। ରୋଗର କାରଣ, ନିରାକରଣ ଏବଂ ପ୍ରତିକାର ଦିଗରେ ପ୍ରଶାସନ ପକ୍ଷରୁ ସେଭଳି ଠୋସ୍ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଯାହାଫଳରେ ଏହି ମାରାତ୍ମକ ରୋଗ ଏବେ ଗ୍ରାମାଚଂଳରେ ରହୁଥିବା ଗରିବ,ଖଟିଖିଆ ପରିବାର ଉପରେ ଦାଉ ସାଜିଛି।ରୋଗ ଚିହ୍ନଟ ପୂର୍ବରୁ ରୋଗୀର ଆର୍ଥୀକ ଅବସ୍ଥା ସ୍ୱଛଳ ନଥିବାରୁ ଅନେକ ରୋଗୀ ସଠିକ୍ ଚିକିତ୍ସାରୁ ବଞ୍ଚିତ ହୋଇ ବର୍ଷେ ଦୁଇ ବର୍ଷ ମଧ୍ୟରେ ଆଖିବୁଜୁଥିବା ଦେଖିବାକୁ ମିଳୁଛି। ଏତେ ସବୁ ପରେ ବି ପ୍ରଶାସନ ପକ୍ଷରୁ ରୋଗର ଭୟବହତା ସାଙ୍ଗକୁ ବିଶେଷକରି ଫ୍ଲୋରାଇଡ ପିଇବା ପାଣି ଉପରେ ଲୋକଙ୍କୁ ସର୍ତକତା କରାଯାଉନଥିବା କିଡନୀ ରୋଗ ବୃଦ୍ଧିର ଅନ୍ୟ ଏକ କାରଣ ବୋଲି କୁହାଯାଉଛି।

ସୂଚନା ଅନୁସାରେ ହରଭଙ୍ଗା ପଞ୍ଚାୟତ ଭେଜିଗୁଡା ଗ୍ରାମ ପାତ୍ରପଡା ସାହି ବାସିନ୍ଦା ନବୀନ ଭୋକ୍ତା(୪୨) ପରିବାର କହିଲେ ସ୍ତ୍ରୀ କୁନ୍ତି ସହିତ ଏକମାତ୍ର ପୁଅ ଏବଂ ଝିଅକୁ ନେଇ ତାଙ୍କ ସଂସାର। ମୂଲ ମଜୁରୀ ,ଚାଷ ବାସ କରି ପେଟ ପୋଷୁଥିବା ପରିବାର ଉପରେ କିଡନୀ ରୋଗ ଏବେ ଦାଉ ସାଜିଛି। ନବୀନଙ୍କ ଚିକିତ୍ସା ପାଇଁ ମେଡିକାଲ ଧାଇଁ ଧାଇଁ ପରିବାର ଲୋକେ ତଳିତଳାନ୍ତ ହୋଇଗଣେଣି। ଏଭଳି ଅବସ୍ଥାରେ ସରକାରୀ ସହାୟତା ଅପେକ୍ଷାରେ ନବୀନ ଘରେ ପଡିରହିଛନ୍ତି। ଦୀର୍ଘ ୧୦ବର୍ଷ ତଳେ ନବୀନଙ୍କ ବଡ ଭାଇ ତଥା ପୂର୍ବତନ ଓାର୍ଡସଭ୍ୟ ସଭାଜନ ଭୋକ୍ତାଙ୍କ କିଡନୀ ରୋଗରେ ମୃତ୍ୟୁ ଘଟିଥିଲା। ବଡ ଭାଇ ଚାଲିଗଲାପରେ ନିଜ ଆଖିରେ ତାଙ୍କ ପରିବାର ତଥା ବିଧବା ଅବସ୍ଥାରେ ରହିଥିବା ବଡ ଭାଉଜ ଏବଂ ଦୁଇ ଝିଅଙ୍କ ଦୁଃଖ କଷ୍ଟରେ ଦିନକାଟୁଛନ୍ତି। ନିଜେ ନବୀନ ଏହି ମାରାତ୍ମକ ରୋଗରେ ଆକ୍ରାନ୍ତ ପରେ ନିଜ ପରିବାର ପିଲାଛୁଆ କଥା ତାଙ୍କୁ ଚିନ୍ତାଘାରିଛି। ଏଭଳି ପରିସ୍ଥିତିରେ ଅସହାୟ ଅବସ୍ଥାରେ ପଡିରହିଥିବା ନବୀନଙ୍କୁ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ସମାଜସେବୀ ବିଶିକେଶନ ପ୍ରଧାନ ଦାବୀ କରିଛନ୍ତି।

- Advertisement -

 

Hot this week

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

ଓଡ଼ିଶାରୁ ଚଣ୍ଡିଗଡ ଗଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି

ଭୁବନେଶ୍ୱର: ବାରବାଟୀରେ ମ୍ୟାଚ ଜିତିବା ପରେ ଚଣ୍ଡିଗଡ ଅଭିମୁଖେ ଗଲେ ଭାରତ...

Related Articles

Popular Categories