ଅଯୋଧ୍ୟା : ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିରର ନକ୍ସାକୁ ଅନୁମୋଦନ ନିମନ୍ତେ ଅଯୋଧ୍ୟା ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରାଯାଇଛି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ମନ୍ଦିର ନକ୍ସାକୁ ଅନୁମୋଦନ ନିମନ୍ତେ ଅଯୋଧ୍ୟା କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିଛି। ନକ୍ସା ଅନୁମୋଦନ ନିମନ୍ତେ ଆବଶ୍ୟକ ଫି’ ୬୫,୦୦୦ଟଙ୍କା କର୍ତ୍ତୃପକ୍ଷଙ୍କ ନିକଟରେ ଜମା କରାଯାଇଛି। ଟ୍ରଷ୍ଟିର ଅନ୍ୟତମ ସଦସ୍ୟ ଡକ୍ଟର ଅନିଲ ମିଶ୍ର ଅଯୋଧ୍ୟା ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରେ ମନ୍ଦିର ନକ୍ସା ସହିତ ଅନ୍ୟାନ୍ୟ କାଗଜପତ୍ର ଶନିବାର ଦାଖଲ କରିଛନ୍ତି। ନକ୍ସାକୁ ଶୀଘ୍ର ଅନୁମୋଦନ କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।
Popular Categories



