www.samajalive.in
Wednesday, December 10, 2025
16.1 C
Bhubaneswar

କରୋନା ନେଗେଟିଭ୍‌ ଯୁବକଙ୍କ ମୃତ୍ୟୁ, ପଜିଟିଭ୍ ବୋଲି ଶବ ଛୁଇଁଲେ ନାହିଁ ପାଖ ପଡ଼ୋଶୀ ସତ୍କାର କଲା ଜିଲା ପ୍ରଶାସନ ଓ ଟିମ୍ ହ୍ୟୁମାନିଟି

ଫୁଲବାଣୀ :ଫୁଲବାଣୀ ମାଷ୍ଟରପଡାର ବିଭୁ ଭୁଷଣ ସାମନ୍ତରାୟ(୩୬ଙ୍କର ଆଜି ମୃତ୍ୟୁ ହୋଇ ଯାଇଥିବା ବେଳେ କରୋନା ସଂକ୍ରମଣ ଭୟରେ ଶବ ଉଠାଇବାକୁ ସାହି ଲୋକେ କେହି ଆସିନଥିଲେ। ତେବେ ପରେ ପ୍ରଶାସନ ପହଂଚି ଶବ ସତ୍କାର ବ୍ୟବସ୍ଥା କରିଥିଲା। ସୂଚନା ଅନୁଯାୟୀ ବିଭୁ ଫୁଲବାଣି ଆଇଟିଆଇରେ ଇନ୍ସଟ୍ରକ୍ଟର ଭାବେ କାର୍ଯ୍ୟ କରୁଥିଲେ। ବର୍ଷକ ତଳେ ସେ ବିବାହ କରିଥିଲେ। କିଛି ଦିନ ହେଲା ତାଙ୍କ ଦେହ ଅସୁସ୍ଥ ଥିଲା। ସପ୍ତାହତଳେ ତାଙ୍କ ପତ୍ନୀ ଓ ଭାଇଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କୁ କୋଭିଡ୍ କେୟାର ସେଣ୍ଟରକୁ ଚିକିତ୍ସା ପାଇଁ ପଠା ଯାଇଥିଲା। ଆଜି ଭୋର ୪ଟାରେ ବିଭୁଙ୍କର ମୃତ୍ୟୁ ହୋଇ ଯାଇଥିଲା। ଖବର ପାଇ ତାଙ୍କ ପତ୍ନୀ ଓ ଭାଇ କୋଭିଡ୍ କେୟାର ସେଣ୍ଟରରୁ ଘରକୁ ଆସିଥିଲେ। ଯେହେତୁ ପତ୍ନୀ ଓ ଭାଇ କରୋନା ପଜିଟିଭ୍ ଅଛନ୍ତି ସେମାନେ ଘରକୁ ଆସିଥିବାରୁ ସଂକ୍ରମଣ ଭୟରେ ସାହି ପଡୋଶୀ କେହି ଶବ କାନ୍ଧେଇବାକୁ ଆସିଲେନି। ଦୀର୍ଘ ସମୟ ଧରି ଘରେ ଶବ ଘରେ ପଡି ରହିଥିଲା।

 

- Advertisement -

ଖବର ପାଇ ଫୁଲବାଣୀ ଆଇଟିଆଇର କର୍ମଚାରୀ ମାନେ ଏ ସଂପର୍କରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଖବର ପାଇ ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ, ତହସିଲଦାର ଦୀନମଣି ନାୟକ ଓ ପୌର କାର୍ଯ୍ୟନିର୍ବହୀ ଅଧିକାରୀ ବଳଦେବ ବେହେରା ଓ ଟାଉନଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀଙ୍କ ସମେତ ପୂର୍ବତନ ପୌର ପରିଷଦ ଅଧ୍ୟକ୍ଷ ରାଜେନ୍ଦ୍ର କହଁର ପ୍ରମୁଖ ସେଠାରେ ପହଞ୍ଚି ପରିସ୍ଥିତ ଅନୁଧ୍ୟାନ କରିବା ସହିତ ପିପିଇ କିଟ୍ ପିନ୍ଧି ସମସ୍ତ ତଦାରଖ କରିଥିଲେ। ପରେ ପୌର କର୍ମଚାରୀ ଓ ଅନ୍ୟମାନେ ଉକ୍ତ ଶବକୁ ଉଠାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ମୃତକଙ୍କ ଘର ଉପର ମହଲାରେ ଓ ସେ ଅତ୍ୟନ୍ତ ଓଜନିଆ ଯୋଗୁଁ ତାଙ୍କୁ ଉପରୁ ତଳକୁ ଆଣିବା ସମ୍ଭବ ହୋଇ ନଥିଲା। ଏ ସମ୍ପର୍କରେ ପ୍ରଶାସନ ପକ୍ଷରୁ ଟିମ୍ ହ୍ୟୁମାଟନିଟିକୁ ଖବର ଦେବା ପରେ ସଦସ୍ୟ ଭି. ଜଗନ୍ନାଥ ରାଜୁ, ସୁନିଲ୍ କୁମାର ଜେନା, ପ୍ରଫୁଲ କୁମାର ପୃଷ୍ଟ, ଅଲୋକ କୁମାର ବିଶୋୟୀ, ଆକାଶ ଦିଗାଲ, ଦିନେଶ୍ ତିଆଡ଼ି ,ଏସ୍.କେ.ସାକିର୍ ଓ ସାଇ ପ୍ରସାଦ ପାଢୀ ପ୍ରମୁଖ ପହଞ୍ଚି ପିପିଇ କିଟ୍ ପିନ୍ଧି ଆଇଟିଆଇର ତିନି ଜଣ କର୍ମଚାରୀଙ୍କ ସହଯୋଗରେ ଶବ ଉପର ମହଲରୁ ତଳକୁ ଉଠାଇ ପୌର ପରିଷଦ ଗାଡ଼ିରେ ନିଜେ ଟିମ୍ ହ୍ୟୁମାନିଟ୍ ସଦସ୍ୟ ଭି.ଜଗନ୍ନାଥ ରାଜୁ ଗାଡି ଚଳାଇ ଶ୍ମଶାନକୁ ନେଇଥିଲେ। ସେଠାରେ ପରିବାରର ବାପାଙ୍କ ଉପସ୍ଥିତିରେ ଶବ ସତ୍କାର ହୋଇଥିଲା। ଏଥି ସହ ଅଗ୍ନିଶମ ବାହିନିର ହାବିଲ୍‌ଦାର ଚିତ୍ତ ରଞ୍ଜନ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ମୃତକଙ୍କ ଘର ସାନିଟାଇଜ୍ କରାଯାଇଥିଲା।

ଫୁଲବାଣୀ ଉପ-ଜିଲ୍ଲାପାଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପୁଲିସ ବିଭାଗର କର୍ମଚାରୀ ଓ ପୌରପରିଷଦର କର୍ମଚାରୀ ମାନଙ୍କ ସମେତ ଫୁଲବାଣୀ ଟିମ୍ ହ୍ୟୁମାନିଟିର ସଦସ୍ୟ ମାନଙ୍କ ଦ୍ୱାରା ସ୍ଥାନୀୟ ପଟାବାଲି ସାହିକୁ ଶବ ସଂସ୍କାର ପାଇଁ ନିଆଯାଇଥିଲେ ମଧ୍ୟ ସେଠାରେ କେତେକ କୋଭିଡ଼୍ ପଜିଟିଭ୍ ଥିବା ସନ୍ଦେହ କରି ଶବ ଶତ୍କାର ପାଇଁ ବିରୋଧ କରିଥିଲେ। ପରେ ପ୍ରଶାସନ ପକ୍ଷରୁ ନେଗେଟିଭ୍ ରିପୋର୍ଟ ଦେଖାଇବା ପରେ ସେଠାରେ ଶବ ଶତ୍କାର ହୋଇଥିଲା। ସେଠାରେ ଉପ-ଜିଲ୍ଲାପାଳ ନିଜେ ପିପିଇ କିଟ୍ ପିନ୍ଧି ତତ୍ୱାବଧାନରେ ଶବ ସଂସ୍କାର ହୋଇଥିବା ବେଳେ ନିଜେ ବାପା ଦେଇଥିଲେ ପୁଅର ମୁଖାଗ୍ନି। ବିଦୁଭୁଷଣଙ୍କର ଭାଇ ଜଣେ ଇଂଜିନିୟର ହୋଇଥିବା ବେଳେ ବିଭୁ ଗତ ୭ ମାସ ପୁର୍ବେ ବିବାହ କରିଥିଲେ। ସେ ଆଇଟିଆରେ ଗତ ପ୍ରାୟ ୮ ମାସରୁ ଅଧିକ ଦିନ ହେଲା ପିଟିଜିଆଇଏ ଭାବରେ ଚାକିରି କରୁଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories