www.samajalive.in
Saturday, December 6, 2025
19.1 C
Bhubaneswar

ବୋଲଗଡ-ବେଗୁନିଆ ବ୍ଲକ ଦୁଇଟିରେ ଅଫିସର ପଦବୀ ଶୂନ୍ୟ : ଜିଲାପାଳଙ୍କୁ ବିଜେପି ପକ୍ଷରୁ ଦାବୀପତ୍ର

ବୋଲଗଡ : କରୋନା ମହାମାରୀ ସମୟରେ ଖୋର୍ଦ୍ଧା ଜିଲାରେ ବୋଲଗଡ ବ୍ଲକ ଓ ବେଗୁନିଆ ବ୍ଲକ ପ୍ରମୁଖ ସରକାରୀ ପଦାଧିକାରୀମାନଙ୍କ ପଦବୀ ବହୁଦିନ ଧରି ଖାଲିପଡିଛି। ଯାହାଫଳରେ ପ୍ରଶାସନିକ କାର୍ଯ୍ୟ ସହିତ ଭିତ୍ତିଭୂମୀର ବିକାଶପାଇଁ ଅର୍ଥ ମଞ୍ଜୁର କରିବା ଓ ସାଧାରଣ ଜନତାଙ୍କର ସମସ୍ୟକୁ ଶୁଣିବାପାଇଁ କେହି ନାହାଁନ୍ତି। ଏହାକୁ ନେଇ ବିରୋଧୀ ଭାରତୀୟ ଜନତା ପାଟି ପକ୍ଷରୁ ଖୋର୍ଦ୍ଧା ଜିଲାପାଳଙ୍କୁ ସାକ୍ଷାତ କରି ଦାବୀପତ୍ର ପ୍ରଦାନ କରିଥିଲେ।

ଏଠାରେ ସଚନାଯୋଗ୍ୟ ଯେ,ଗତ ୧ମାସ ଧରି ବୋଲଗଡ ବିଡିଓଙ୍କର ବାଣପୁର ବ୍ଲକ ବଦଳୀ ହୋଇଯାଇଛନ୍ତି। ତାଙ୍କ ବଦଳରେ ଆସିବାକୁ ଥିବା ନୁଆ ବିଡିଓ ଧୋବେଇ ନାଏକ ଏପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗଦେଇନାହାଁନ୍ତି। ଅତିରିକ୍ତ ବିଡିଓ ରତିକାନ୍ତ ମିଶ୍ର ୪ମାସରୁ ଉର୍ଦ୍ଧ ବେଗୁନିଆ ବ୍ଲକର କାର୍ଯ୍ୟକାରୀ ବିଡିଓ ଭାବେ ଦାୟିତ୍ୱ ତୁଲାଇଉଥିବାବେଳେ ତାଙ୍କ ପଦବୀ ଖାଲି ପଡିଛି। ବୋଲଗଡ ସବ୍‍-ରେଜିଷ୍ଟାର ପଦବୀ ଦିର୍ଘ ୨୫ବର୍ଷ ହେଲା ଖାଲି ପଡିରହିଛି। ବୋଲଗଡ ତହସିଲଦାର ସବରେଜିଷ୍ଟାର ଦାୟିତ୍ୱରେ ଥିବାବେଳେ ତାଙ୍କର ମଧ୍ୟ ୧ମାସ ହେବ ଭୁବନେଶ୍ୱରକୁ ବଦଳି ହୋଇଯାଇଛି।

- Advertisement -

ବୋଲଗଡ ତହସିଲଦାର ପଦବୀ ମଧ୍ୟ ୧ମାସ ଧରି ଖାଲିରହିଛି। ବୋଲଗଡ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୫ଟି ଡାକ୍ତରୀ ପଦବୀ ଦିର୍ଘଦିନ ଧରି ଖାଲିପଡିଛି। ଦିର୍ଘ ୧ବର୍ଷ ଧରି ବୋଲଗଡ ବ୍ଲକ ଶିକ୍ଷା ଅଧିକାରୀ ପଦବୀ ମଧ୍ୟ ଖାଲିପଡିଛି। ସେହିପରି ବେଗୁନିଆ ବ୍ଲକରେ ମଧ୍ୟ ବହୁଦିନ ଧରି ବିଡିଓ, ଅତିରିକ୍ତ ବିଡିଓ ,ବେଗୁନିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବହୁ ଡାକ୍ତରୀ ପଦବୀ ଖାଲିପଡିଛି। ଏହି ସମସ୍ୟାର ସମାଧାନ କରିବାପାଇଁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଋଷଭ ନନ୍ଦଙ୍କ ନେତୃତ୍ୱରେ ରାଜ୍ୟ ପରିଷଦ ସଦସ୍ୟ ଲୋତକବିନ୍ଦୁ ପଟ୍ଟନାୟକ,ବିଜେପି ନେତା ଶେଖ୍‍ ଦୈାଲତ ଅଲ୍ଲୀ, ସୁଦର୍ଶର୍ନ ମଲ୍ଲିକ,ସଞ୍ଜୟ କୁମାର ବେହେରା, ହରିବନ୍ଧୁ ମହାରଣା,ତପନ କୁମାର ପ୍ରଧାନ,ଲକ୍ଷ୍ମୀଧର ପାଟଶାଣୀ ପ୍ରମୁଖ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories