www.samajalive.in
Monday, December 8, 2025
24.1 C
Bhubaneswar

ବନ୍ୟାଜଳ ନିଷ୍କାସନକୁ ନେଇ ଗୋଷ୍ଠୀ ବିବାଦ: ଏକ ଘଣ୍ଟା ଧରି ରାସ୍ତା ଅବରୋଧ

ଗଡ଼ମଧୁପୁର: ଜେନାପୁର ଥନା ଅନ୍ତର୍ଗତ କୁସ୍ତିରା ଗାଁରେ ବନ୍ୟାଜଳ ନିଷ୍କାସକୁ ନେଇ ବିବାଦ ଦେଖା ଦେଇଛି। ଏହା ସହିତ ଘଟଣାକୁ ନେଇ ନାକପୋଲ ଠାରୁ କବାଟବନ୍ଧ ପର୍ୟ୍ୟନ୍ତ ପୁର୍ତ୍ତ ବିଭାଗର ରାସ୍ତାକୁ ଏକ ଘଣ୍ଟାରୁ ଅଧିକ ସମୟ ସ୍ଥାନୀୟ ଲୋକେ ବନ୍ଦ କରିବା ଦ୍ୱାରା ପଥଚାରୀ ମାନେ ଅସୁବିଧାର ସମ୍ମୁଖିନ ହୋଇଥିଲେ।

ଖବର ନେବାରେ ଜଣାଯାଏ ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବା ଫଳରେ ଏହି ଗାଁ ବନ୍ୟାପାଣିରେ ସମ୍ପୂର୍ଣ୍ଣ ଘେରାବନ୍ଦୀ ହୋଇ ରହିଥିଲା। ଗତକାଲିଠାରୁ ବନ୍ୟାଜଳ ହ୍ରାସ ପାଇବା ପରେ ଏବେ ଗାଁରୁ ପାଣି କମିଛି। ଏହି ଗାଁର ନୂତନ ଭାବରେ ପାଣିଟାଙ୍କି ନିର୍ମାଣ ହୋଇଥିବା ସ୍ଥାନ ଅଖପାଖରେ ଅନେକ ପରିବାର ସ୍ଥାୟୀ ଘର କରି ରହୁଛନ୍ତି। ବନ୍ୟାପଣି ପ୍ରବେଶ ଫଳରେ ଏହି ଲୋକମାନେ ଏବେ ମଧ୍ୟ ଘରୁ ବାହାରକୁ ଆସିବା ପାଇଁ ବେକେ ପାଣିରେ ଭେଳାର ସାହାରା ନେଉଛନ୍ତି। ପାନୀୟ ଜଳ ପାଇଁ ନିର୍ଭର କରୁଥିବା ଏକ ମାତ୍ର ନଳକୂପ ଚାରିପାଖରେ ପାଣି ଘେରି ରହିଛି। ତେଣୁ ସେହି ସ୍ଥାନରୁ ପାଣି ନିଷ୍କାସନ ନିମନ୍ତେ କିଛି ଲୋକ ଗାଁ ମଧ୍ୟରେ ଥିବା ଏକ କଙ୍କ୍ରିଟ ରାସ୍ତାକୁ ତାଡି ପାଣି ବାହାର କରିଥିଲେ। ଏହାକୁ ଗାଁ ମୁଣ୍ଡରେ ବାସ କରୁଥିବା ଲୋକମାନେ ବିରୋଧ କରିବା ସହିତ ସେମାନଙ୍କର ଯାତାୟତରେ ସମସ୍ୟା ହେଉଥିବା କହି କାହିଁକି ରାସ୍ତା ତାଡିଛନ୍ତି ପ୍ରତିବାଦ କରି ପୁର୍ତ୍ତ ବିଭାଗର ରାସ୍ତକୁ ଅବରୋଧ କରିଥିଲେ। ଖବର ପାଇ ଜେନାପୁର ଥନାଧିକାରୀ ଆଶିସ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ରାସ୍ତାରୁ ଅବରୋଧ ହଟାଇ ଅନେକ ସମୟ ଧରି ରାସ୍ତାରେ ଅପେକ୍ଷା କରିଥିବା ପଥଚାରୀଙ୍କୁ ଯିବାକୁ ଦେଇଥିଲେ। ସେଠାରେ ଉତ୍ତେଜନା ସୃଷ୍ଟି ହେବରୁ ଲୋକମାନଙ୍କୁ ବୁଝାସୁଝା କରିବା ସହିତ ରାସ୍ତା କଟାଯାଇଥିବା ସ୍ଥାନକୁ ଆସି ଉଭୟଙ୍କର ସମସ୍ୟା ସୁଣିବା ସହିତ ଏହାର ସମାଧାନ ନିମନ୍ତେ ନଦୀର ବନ୍ୟାଜଳ ପ୍ରବେଶ ବନ୍ଦ ପରେ ଜମାହୋଇଥିବା ପାଣି ନିଷ୍କାସନ ନିମନ୍ତେ ଏହି ରାସ୍ତାକୁ କାଟି ପାଣି ବାହାର କରିବାକୁ କହିଥିଲେ। ପରବର୍ତ୍ତୀ ଅବସ୍ଥାରେ ସେଠାରେ ଏକ ପୋଲ କରିବାକୁ ସରପଞ୍ଚଙ୍କୁ କହିଥିଲେ। ସେଠାରେ ଉପସ୍ଥିତ ଥିବା ସରପଞ୍ଚ ଅଣ୍ଟିଆ ପଂଚାୟତ ସେଠାରେ ପୋଲପାଇଁ ପ୍ରସ୍ତାବ ରହିଥିବା କହିବା ସହିତ ବର୍ଷାପରେ କାମ ହେବ ବୋଲି କହିଥିଲେ। ପୋଲ ନହେଲେ ଆଗକୁ ପୁନର୍ବାର ସେଠାରେ ଗଣ୍ଡଗୋଳ ହେବାର ଆଶଙ୍କା ରହିଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ ଦାବି ହୋଇଛି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories