www.samajalive.in
Wednesday, December 10, 2025
15.1 C
Bhubaneswar

ରେଙ୍ଗାଳି ଡ୍ୟାମ ଗୋଟିଏ ଗେଟ ବନ୍ଦ କଲା

କଣିହାଁ: ଲଘୁଚାପ ଜନିତ ଲଗାଣ ବର୍ଷାରେ ରେଙ୍ଗାଳି ଡ୍ୟାମର ଜଳସ୍ତର ବୃଦ୍ଧି ପାଉଥିବା ଯୋଗୁଁ ଡ୍ୟାମର ୪ଟି ଗେଟ ଖୋଲାଯାଇଥିଲା। ମାତ୍ର ଡ୍ୟାମ ଭିତରକୁ ବନ୍ୟାଜଳ କମ ପଶୁଥିବାରୁ ଶୁକ୍ରବାର ସଂଧ୍ୟା ୬ଘଟିକା ସମୟରେ ଗୋଟିଏ ଗେଟ(୧୦ନଂ)କୁ ବନ୍ଦ କରାଯାଇଛି। ଡ୍ୟାମର ୭, ୮, ୯ ଓ ୧୦ନଂ ୪ଟି ଗେଟ ଖୋଲାଯାଇଥିଲା। ବର୍ତମାନ ୭, ୮ ଓ ୯ନଂ ଗେଟ ଖୋଲା ରହିଛି। ଶୁକ୍ରବାର ରାତି ୮ଘଟିକା ସୁଧା ଡ୍ୟାମ ଭିତରକୁ ପ୍ରତି ସେକେଣ୍ଡରେ ୫୪୩୫.୬୭ ଘନମିଟର ଜଳ ପଶୁଥିବାବେଳେ ପାୱାର ହାଉସ, ୭, ୮ ଓ ୯ନଂ ୩ଗେଟ ଦେଇ ସମୁଦାୟ ୫୭୭୩.୨୦ ଘନମିଟର ଜଳ ନିଷ୍କାସିତ ହେଉଛି। ଡ୍ୟାମର ଜଳସ୍ତର ୧୨୩.୭୬ମିଟର ରହିଥିବାବେଳେ ଏହାର ସର୍ବୋଚ୍ଚ ଜଳସ୍ତର ୧୨୩.୫୦ ମିଟର ରହିଥିବାବେଳେ ସର୍ବୋଚ୍ଚ ଜଳସ୍ତର କ୍ଷମତା ୧୨୫.୪ମିଟର ରହିଥିବା ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ଜେନାଙ୍କ ସୁତ୍ରରୁ ପ୍ରକାଶ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories