www.samajalive.in
Thursday, December 11, 2025
15.1 C
Bhubaneswar

ବୁଢ଼ାବଳଙ୍ଗ ଓ ଗଙ୍ଗାହାରରେ କମୁଛି ବନ୍ୟାଜଳ;ଫେରୁଛି ସ୍ୱାଭାବିକ ସ୍ଥିତି

ବଡ଼ସାହି: ଲଘୁଚାପ ଜନିତ ଭାରି ବର୍ଷା ଫଳରେ ବଡ଼ସାହି ବ୍ଲକରେ ଦେଖାଦେଇଥିବ ନାହିଁ ନଥିବା ପରିସ୍ଥିତି ସ୍ୱାଭାବିକ ସ୍ଥିତିକୁ ଫେରୁଛି। ବ୍ଲକ ମଧ୍ୟ ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ଓ ଗଙ୍ଗାହାର ନଦୀର ବନ୍ୟାଜଳ କୂଳଲଂଘନ ପରେ ୧୫ଟି ପଞ୍ଚାୟତର ୪୦ହଜାରରୁ ଉଦ୍ଧ୍ୱର୍ ଜନସାଧାରଣ ପ୍ରଭାବିତ ହୋଇଛନ୍ତି। ଉଭୟ ନଦୀର ବନ୍ୟାଜଳ କମିବାରେ ଲାଗିଥିଲେ ହେଁ ଏବେ ବି ବ୍ଲକର ୩୧ଟି ଗ୍ରାମ ପାଣି ଘେରରେ ରହିଛି। ନଦୀ ସଂଲଗ୍ନ ଚାଷଜମି ବନ୍ୟାଜଳରେ ବୁଡ଼ି ରହିଥିବା ବେଳେ ପନିପରିବା ଚାଷ ସମ୍ପୂର୍ଣ୍ଣ ଉଜୁଡ଼ିଯାଇଛି। ଯୋଗାଯୋଗ ବିଚ୍ଛିନ୍ନ ଥିବା ବୈଶିଙ୍ଗା-ମାଣତ୍ରୀ-ଉଦଳା, ବଡ଼ସାହି-କୁଆମରା ଓ ବଡ଼ସାହି-ଉଦଳା ରାସ୍ତାରେ ରିପୋର୍ଟ ଲେଖାଯିବା ବେଳକୁ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇରହିଛି। ବୁଢ଼ାବଳଙ୍ଗ ନଦୀର ସଂଲଗ୍ନ ତେନ୍ତୋଳ, ଜଳନଣ୍ଡ, ଚନ୍ଦନପୁର, ମହୁପୁରା, ସର୍ବେଶ୍ୱରପୁର, କୁଡ଼ିମୁଣ୍ଡା, ମିରିଗିଦାରୀ, ଉତ୍ତରପାଳ, ପଣ୍ଡୁପାଳ, କୁଲକୁଠା, ରଙ୍ଗପାଣି ଓ ସୋରଷକୋଠା ଏବଂ ଗଙ୍ଗାହାର ନଦୀ ସଂଲଗ୍ନ ମାଣତ୍ରୀ କୁଣ୍ଡିସାହି, କୁଞ୍ଚିବଣିଆ, ଉଞ୍ଚଡିହ, ସିମିଳିସାହି, ଆଗ୍ରିଆ, ଡୁମୁରିଆ, ଗଡ଼ିସାହି, ନରଣଗାଁ, ପାଳପାଟଣା, ନୁଣକୁଆ, ଜଡିଦା, ଭୁରୁଡିହା, ଶାଳଗାଁ, ଦାସିପୁର, ଆଦିଡ଼ିହା, ମାଙ୍କଡକେନ୍ଦା, ଖଡ଼ିକାପଦା, ବେଢ଼ାପାଳ ଓ ଆଦିଡ଼ିହା ଗ୍ରାମ ଅଦ୍ୟାବଧି ପାଣିଘେରରେ ରହିଛି। ତହସିଲଦାର ମମତାଜ ମହାରଣା, ବିଡ଼ିଓ କରୁଣାକର ଧିନ୍ଦା ନିଜର କର୍ମଚାରୀଙ୍କ ଜରିଆରେ ୩୭ଟି କେନ୍ଦ୍ରରେ ୫ହଜାର ୧୦୪ଜଣ ବିପନ୍ନଙ୍କୁ ଚୁଡ଼ା, ଚିନି ଓ ବିସ୍କୁଟ ଆଦି ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି। ବଡ଼ସାହି ବିଧାୟକ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗଙ୍କ ପ୍ରତିନିଧି ଓ ଦଳୀୟ କର୍ମକର୍ତ୍ତା ଶୁଖିଲା ଖାଦ୍ୟ ବଣ୍ଟନରେ ନିଜକୁ ସାମିଲ କରିଛନ୍ତି। ପୂର୍ବତନ ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ର ମଧ୍ୟ ସମର୍ଥକଙ୍କ ସହିତ ବନ୍ୟାଞ୍ଚଳ ପରିଦର୍ଶନ ପୂର୍ବକ ଶୁଖିଲାଖାଦ୍ୟ ବଣ୍ଟନ କରୁଛନ୍ତି। ବ୍ଲକରେ କଣ୍ଟ୍ରୋଲ ରୁମ ଖୋଲାଯାଇ ପରିସ୍ଥିତି ପ୍ରତି ସଜାଗ ଦୃଷ୍ଟି ରଖାଯାଇଛି। ଛେଳିଆ(କ) ଓ ଦୁର୍ଗାପୁର ଦୁଇଟି ପଞ୍ଚାୟତରେ ୫୩୬ଜଣଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି।

- Advertisement -

ନିର୍ବାଚିତ ପ୍ରତିନିଧିଙ୍କ ସହିତ ସଦଳବଳେ ପରିସ୍ଥିତି ପ୍ରତି ସଜାଗ ରହିଛନ୍ତି। ଭାରି ବର୍ଷା ଓ ବନ୍ୟାଜଳ ପାଇଁ ୨୫ରୁ ଉଦ୍ଧ୍ୱର୍ କଚ୍ଚାଘର କ୍ଷତିଗ୍ରସ୍ତ ହୋଇଛି। ଗ୍ରାମମାନଙ୍କରେ ଜଳନିଷ୍କାସନ ବାଟରେ ଜବରଦଖଲକାରୀ ଦଖଲ ରଖିଥିବାରୁ ବର୍ଷାଜଳ ନିଷ୍କାସିତ ନହୋଇ ସାହି-ସାହିରେ ଅପ୍ରୀତିକର ସ୍ଥିତି ଉପୁଜିଛି। ପାଣିଘେରରେ ଥିବା ଗୃହପାଳିତ ପଶୁ ୨ଦିନ ହେଲା ଉପାସରେ ପଡ଼ିଛନ୍ତି। ଗଙ୍ଗାହାର ନଦୀ ସଂଲଗ୍ନ ମଙ୍ଗଳପୁର, ଦାସିପୁର ଓ ଡୁମୁରିଆ ଗ୍ରାମର ଆଡ଼ିବନ୍ଧରେ ଖାଇ ହେବା ଫଳରେ ବିସ୍ତିର୍ଣ୍ଣ ଅଞ୍ଚଳ ଜଳମଗ୍ନ ହୋଇଛି। ସେହିପରି ବୁଢ଼ାବଳଙ୍ଗ ନଦୀର ପଥର ପ୍ୟାଚିଂ ହୋଇନଥିବାରୁ ବହୁ ସ୍ଥାନରେ ବନ୍ୟାଜଳ ତାଣ୍ଡବ ମଚାଇଛି। ମାଣତ୍ରୀ-ବେତନଟୀ ରାସ୍ତାରେ ନିର୍ମିତ ରଙ୍ଗପାଣି ସେତୁର ତ୍ରୁଟିଯୁକ୍ତ ସଂଯୋଗ ରାସ୍ତା ୩ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରଭାବିତ ପାଇଁ ସେତୁ ନିର୍ମାଣ ଲୋକଙ୍କ କାର୍ଯ୍ୟରେ ଆସିଲା ନାହିଁ ବୋଲି ଦୁର୍ଗାପୁର ସରପଞ୍ଚ ବୈଦନାଥ ସୋରେନ ଅଭିଯୋଗ ବାଢ଼ିଛନ୍ତି। ଅନ୍ୟପକ୍ଷରେ ବଡ଼ସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ବ୍ଲକର ଗ୍ରାମ୍ୟ ଜଳପରିମଳ ବିଭାଗ, ବେତନଟୀ, ବିଏସଏନଏଲ, ଆରଡ଼ି ଓ ପିଡ଼ବ୍ଲୁଡ଼ି ଏବଂ କୃଷିକାର୍ଯ୍ୟାଳୟ ପକ୍ଷରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ଆକଳନ କରାଯିବା ସହିତ ସମସ୍ୟାର ତତ୍କାଳ ସମାଧାନ ଓ ପରବର୍ତ୍ତୀ ସମାଧାନ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories