www.samajalive.in
Thursday, December 11, 2025
18.1 C
Bhubaneswar

ଆଦର୍ଶ ପ୍ରଧାନ ଶିକ୍ଷକ ଚୈତନ୍ୟ ଭୋଇଙ୍କ ଶୋକସଭା

କଳାପଥର(ବାଙ୍କୀ) : ବାଙ୍କୀ ବ୍ଳକ ଅନ୍ତର୍ଗତ କଳାପଥର-ଧଳାପଥର ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚୈତନ୍ୟ ଭୋଇଙ୍କ (୭୦) ବର୍ଷ ବୟସରେ ନୁଆଗାଁ ପଞ୍ଚାୟତ ଖଜୁରିପଦା ନୁଆସାହି ବାସ ଭବନରେ ହୃଦଘାତରେ ପରଲୋକ ଘଟିଥିଲା। ସେ ଜଣେ ଆଦର୍ଶ ଶିକ୍ଷକ ଭାବେ ଅଞ୍ଚଳରେ ଜଣାଶୁଣା ଥିଲେ। ତାଙ୍କର ମୃତ ଶରୀରକୁ ଶୋଭାଯାତ୍ରା କରି କଳାପଥର-ଧଳାପଥର ଉଚ୍ଚ ବିଦ୍ୟାଳୟ ପରିସରକୁ ନେବାପରେ ନିଜ ଜନ୍ମ ସ୍ଥାନ କଳାପଥର ପଞ୍ଚାୟତ ପର୍ଶୁରାମପୁର ଗ୍ରାମ ଶ୍ମଶାନରେ ଶେଷକୃତ୍ୟ କରାଯାଇଥିଲା। ଏଥିନେଇ ଆଜି ବିଦ୍ୟାଳୟ ପରିସରରେ କୋଭିଡ ନିୟମ ପାଳନ କରି ସାମାଜିକଦୂରତା ସାଙ୍ଗକୁ ମାସ୍କପିନ୍ଧି ଶିକ୍ଷାବିତ ବସନ୍ତ ନାୟକଙ୍କ ଆବାହକତ୍ୱରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଶିକ୍ଷାବିତ ଲୋକନାଥ ସାହୁ ସଭାପତିତ୍ୱ କରିଥିବା ବେଳେ ଆଇନଜିବୀ ପ୍ରଦୀପ୍ତ କୁମାର ପଟ୍ଟନାୟକ ମଞ୍ଚପରିଚାଳନା କରିଥିଲେ। ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିଶ୍ୱନାଥ ଦାସ ପ୍ରାମ୍ଭିକ ସୁଚନାପ୍ରଦାନକରି ସ୍ୱର୍ଗତ ଚୈତନ୍ୟ ଭୋଇଙ୍କର ସମାଜସେବା,ଅନୁଷ୍ଠାନପାଇଁ ଉଲ୍ଲେଖନୀୟ ଅବଦାନ କରି ଶୋକପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳୀ ରଣା,କବି ରବିନାରାୟଣ ମଙ୍ଗରାଜ,ପୁର୍ବତନ ସରପଞ୍ଚ ମିରଜା ସରଦ୍ଧାର ଅଲ୍ଲୀବେଗ,ସମାଜସେବୀ ନରେଶ କୁମାର ସାହୁ,ଶିକ୍ଷାବିତ ଯୁଗଳ ପଟ୍ଟନାୟକ,ବି ଇ ଓ ଗୈାରଙ୍ଗ ଚରଣ ଦେବତା,ଶିକ୍ଷକ ସୁରେଶ ଚନ୍ଦ୍ର ପଣ୍ଡା,ସୁଦର୍ଶନ ସାହୁ,ଅଡିଟର ପ୍ରଫୁଲ କୁମାର ସାହୁ,ଉପେନ୍ଦ୍ର ସ୍ୱାଇଁ,ଜିଲ୍ଲା ଓଷ୍ଟା ସମ୍ପାଦକ ଭାବଗ୍ରାହି ଦାସ,ସତ୍ୟ ସୁନ୍ଦର ପରିଡା,ଅଭୟକୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଭୋଇଙ୍କର ଗୁଣଗାନ କରିଥିଲେ।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories