www.samajalive.in
Thursday, December 11, 2025
15.1 C
Bhubaneswar

ଛଟେଇ ବଦଳରେ ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ମିଳୁ:ବିଜେପି

ଭୁବନେଶ୍ୱର: ଦୀର୍ଘ ୨୦ ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ ନୂତନ ନିଯୁକ୍ତି ସୃଷ୍ଟି କରିବାରେ ସଂପୂର୍ଣ୍ଣଭାବେ ବିଫଳ ହୋଇଛନ୍ତି। ଆଉ ଏବେ କରୋନା ସଙ୍କଟ ସମୟରେ ରାଜ୍ୟସରକାର ଠିକା କର୍ମାଚାରୀ ମାନଙ୍କୁ ଛଟେଇ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ରାଜକୋଷରେ ଅର୍ଥ ନଥିବାର ଆଳ ଦେଖାଇ ଲକ୍ଷ ଲକ୍ଷ ଯୁବକଯୁବତୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛନ୍ତି। ଗୋଟିଏ ପଟେ ରାଜ୍ୟସରକାର ଯୁବକମାନଙ୍କ ପାଇଁ ନିଯୁକ୍ତିକୁ ବନ୍ଦ କରିବାକୁ ଯାଉଛନ୍ତି ଅନ୍ୟପଟେ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ଆଉ ଥରେ ଅଧିକ ଦରମାରେ ନିଯୁକ୍ତି ଦେଉଛନ୍ତି। ବେକାର ଯୁବକ ଯୁବତୀଙ୍କୁ ରାଜ୍ୟସରକାର ଅଣଦେଖା କରି ସେମାନଙ୍କୁ ଏହି କରୋନା ସଙ୍କଟରେ ଆର୍ଥିକ ସ୍ତରରେ ଆହୁରି ଦୁର୍ବଳ କରିଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତେବେ ରାଜ୍ୟ ସରକାର ଛଟେଇ ବଦଳରେ ଠିକା କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରନ୍ତୁ ବୋଲି ବିଜେପି ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପଟ୍ଟନାୟକ କହିଛନ୍ତି ଯେ, ଠିକା କର୍ମଚାରୀମାନଙ୍କୁ ଛଟେଇ କରିବା ପ୍ରସଙ୍ଗରେ ବିରୋଧୀ ଦଳର ନେତା ପ୍ରତିବାଦ କରିବାରୁ ଅବଧି ସରିଲା ପର୍ଯ୍ୟନ୍ତ ଠିକା କର୍ମଚାରୀମାନେ କାମ କରିବେ ଏବଂ ଏହାପରେ ଆଉ ସେମାନଙ୍କ ନବୀକରଣ କରାଯିବ ନାହିଁ ବୋଲି ରାଜ୍ୟସରକାର ସୂଚନା ଦେଇଛନ୍ତି। ଫଳରେ ଆଗାମୀ ଦିନରେ ରାଜ୍ୟରେ ୨ଲକ୍ଷରୁ ଊର୍ଦ୍ଧ୍ବ ଯୁବକ ଚାକିରୀ ହରାଇବେ। ବିଗତ ୨୦ ବର୍ଷରେ ରାଜ୍ୟରେ ନିଯୁକ୍ତି ଯୋଗାଇ ଦେବା ପାଇଁ ସେହିଭଳି କୌଣସି ବଡଶିଳ୍ପ ଆସିପାରିଲା ନାହିଁ। ମେକ ଇନ ଓଡିଶା ସଂପୂର୍ଣ୍ଣଭାବେ ରାଜ୍ୟରେ ଫେଲ ମାରିଛି। ଏଥିରେ ଯାହା ପୁଞ୍ଜି ନିବେଶ ପାଇଁ ପ୍ରସ୍ତାବ ଥିଲା ତାହାର ୧୦ ପ୍ରତିଶତ ବି ଆସିଲାନି। ୯ ଅଗଷ୍ଟ ୨୦୨୦ରେ ଉଚ୍ଚ ନ୍ୟାୟାଳୟ ରାଜ୍ୟରେ ସରକାରୀ ନିଯୁକ୍ତିରେ ଗ୍ରୁପ ବି, ଗ୍ରୁପ ସି ଓ ଗ୍ରୁପ ଡି ପଦବୀରେ ଯେଉଁ ଭଳି ଭାବେ ଠିକାରେ ନିଯୁକ୍ତି ଦିଆଯାଇ ସେମାନଙ୍କୁ ସେମାନଙ୍କର ସର୍ବନିମ୍ନ ଦରମାରୁ ବଞ୍ଚିତ କରାଯାଉଛି। ସରକାରୀ ନିଯୁକ୍ତିକୁ ରାଜ୍ୟ ସରକାର କମାଇ ରାଜ୍ୟରେ ବେକାର ଯୁବକ ଯୁବତୀମାନଙ୍କୁ ପ୍ରତାରଣା କରିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ଏପରିକି ଏହି ନୀତିରେ ରାଜ୍ୟ ସରକାର ନିର୍ଦ୍ଧାରଣ କରିଥିବା ‘ବେସ ପେ ଏବଂ ଗ୍ରେଡ ପେ’ କୁ ସପ୍ତମ ବେତନ କମିଶନ ଆଧାରରେ କର୍ମଚାରୀଙ୍କୁ ଦିଆଯାଉନାହିଁ, ଯାହାଫଳରେ ପିଛିଲା କର୍ମଚାରୀମାନେ ଏକ ତୃତୀୟାଂଶରୁ କମ୍ ବେତନ ପାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ରାଜ୍ୟସରକାର ରିକ୍ୟୁମେଂଟ ସମେତ କଂଟ୍ରାକ୍ଚୁଆଲ ପଲିସକୁ ବନ୍ଦ କରନ୍ତୁ। ଆଉଟସୋର୍ସିଙ୍ଗ ସମେତ ସମସ୍ତ ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦିଅନ୍ତୁ। ସମସ୍ତ ନିଯୁକ୍ତିକୁ ସ୍ଥାୟୀ ନିଯୁକ୍ତି ଓ ନିୟମିତ କର୍ମଚାରୀଙ୍କୁ ଯେତିକି ଦରମା ମିଳୁଛି ସେହି ଦରମାରେ ନିଯୁକ୍ତି ଦିଅନ୍ତୁ। ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କୁ ଯେଉଁଭଳି ପୁନଃ ନିଯୁକ୍ତି ଦିଅଯାଉଛି ତାକୁ ସରକାର ସମ୍ପୃର୍ଣ୍ଣ ବନ୍ଦ କରନ୍ତୁ। ସମସ୍ତ ଘରୋଇ ଶିଳ୍ପ କାରଖାନା ନିଯୁକ୍ତିରେ ଓଡିଶାର ସ୍ଥାନୀୟ ପିଲାଙ୍କ ନିଯୁକ୍ତିକୁ ସୁନିଶ୍ଚିନ୍ତ କରିବା ପାଇଁ ୨୦୦୮ ଓ ୨୦୧୩ରେ ରାଜ୍ୟସରକାର ଘୋଷଣା ଅନୁଯାୟୀ ଅଣକୁଶଳୀ ଓ ଅର୍ଦ୍ଧ କୁଶଳୀରେ ୯୦%, କୁଶଳୀ ଶ୍ରମିକ କ୍ଷେତ୍ରରେ ୬୦%, ସୁପରଭାଇଜର ପଦବୀରେ ୩୦% ସରକ୍ଷଣ ବ୍ୟବସ୍ଥାକୁ ଲାଗୁ କରିବା ପାଇଁ ଶ୍ରୀ ପଟ୍ଟନାୟକ ଦାବୀ କରିଛନ୍ତି। ଏହା ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories