ହରଭଙ୍ଗା : ଲଗାଣ ବର୍ଷା ପ୍ରଭାବରେ ହରଭଙ୍ଗା ବ୍ଲକ ଅଞ୍ଚଳରେ ବର୍ଷା ବିତ୍ପାତରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଶଙ୍କୁଲେଇ ପଂଚାୟତକୁ ଯୋଗାଯୋଗ କରୁଥିବା ସୁନାରୀ ନାଳ ପୋଲ ଧୋଇ ହୋଇଯିବାରୁ ଏହି ଅଂଚଳକୁ ଗମନାଗମନ ବାଧାପ୍ରାପ୍ତ ଘଟିଛି। ଫଳରେ ଶଙ୍କୁଲେଇ ସମେତ ନୂଆପଡା, ହରିହରପୁର,ବିଶିପାଲ୍ଲୀ,ଶଙ୍କରଡା ଭଳି ୪ଟି ଗାଁଲୋକେ ଯାତାୟତ ପାଇଁ ଅସୁବିଧା ଭୋଗୁଛନ୍ତି। ଅନ୍ୟପଟେ କୁଶଙ୍ଗ ପଂଚାୟତର ଭଙ୍ଗାମୁଣ୍ଡାଠାରୁ ମହୁଲଧର ରାସ୍ତାରେ ବଡ ଘାଇ ଏବଂ କୁମାରୀ ଅତଲସରା ରାସ୍ତାରେ ବଡ ଘାଇ ଯୋଗୁଁ ଏହି ରସ୍ତାରେ ଗମନାଗମନ ଅସୁବିଧା ସୃଷ୍ଟି ହୋଇଛି।ତୁରନ୍ତ ଏଥିପ୍ରତି ଜିଲ୍ଲାପ୍ରଶାସନ ଦୃଷ୍ଟି ଦେବାକୁ ଅଂଚଳବାସୀ ଦାବୀ କରିଛନ୍ତି।
ହରଭଙ୍ଗାରେ ବର୍ଷା ବିତ୍ପାତ : ଧୋଇ ହୋଇଗଲା ରାସ୍ତାଘାଟ
Popular Categories



