www.samajalive.in
Saturday, December 13, 2025
26.1 C
Bhubaneswar

ବର୍ଷାରେ ଘରେ ପଶିଲେ ଭାଲୁ, ଗୃହ ଭିତରେ ଥିବା ବୃଦ୍ଧାଙ୍କୁ କଲେ ଆକ୍ରମଣ

ନୂଆପଡା: ନୂଆପଡା ଜିଲା ବୋଡେନ ଥାନା ଅନ୍ତର୍ଗତ ଲର୍କା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି।  ଘର ଭିତରେ ଥିବା ଜଣେ ବୃଦ୍ଧାଙ୍କୁ ଭାଲୁ ଆକ୍ରାମଣ କରିଥିବା ଜଣାପଡ଼ିଛି।  ବୃଦ୍ଧା ଜଣଙ୍କ ହେଲେ ସେହି ଗ୍ରାମର କୁଲାଙ୍ଗ୍ରୀ ତାଣ୍ଡି ।

ସୂଚନା ଅନୁଯାୟୀ, କୁଲାଙ୍ଗ୍ରୀ ଲର୍କା ଗ୍ରାମର ଜଙ୍ଗଲର ତଳି ଅଞ୍ଚଳରେ ଘର ବନାଇ ରୁହନ୍ତି। ଗତ ରାତିରେ ପ୍ରବଳ ବର୍ଷା ହେବାରୁ ଜଙ୍ଗଲର ଦୁଇଟି ଭାଲୁ ବାଟବଣା ହୋଇ ବୃଦ୍ଧାଙ୍କ ଘର ଭିତରକୁ ପଶି ଆସିଥିଲେ। ଭାଲୁଙ୍କୁ ଦେଖି ବୃଦ୍ଧା ଜଣକ ଭୟଭୀତ ହୋଇ ସେମାନଙ୍କୁ ଘଉଡାଇବାକୁ ଉଦ୍ୟମ କରିବାରୁ ଭାଲୁ ମାନେ ବୃଦ୍ଧାଙ୍କୁ ଆକ୍ରମଣ କରି ଘାଇଲା କରିଦେଇଥିଲେ। ଘରର ଅନ୍ୟ ଲୋକମାନେ ମଧ୍ୟ ଭାଲୁକୁ ଘଉଡାଇବାରୁ ଭାଲୁ ମାନେ ପୁନଃ ଜଙ୍ଗଲକୁ ଚାଲିଯାଇଥିବା କୁହାଯାଉଛି। ବୃଦ୍ଧାଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଗୁରୁତର ଅବସ୍ଥାରେ ବୋଡେନ ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories