www.samajalive.in
Monday, December 8, 2025
24.1 C
Bhubaneswar

କରୋନା ଯୋଦ୍ଧାଙ୍କୁ ଦୁର୍ବ୍ୟବହାର, ଜଣେ ଗିରଫ (ଦେଖନ୍ତୁ ଭିଡିଓ)

ସମ୍ବଲପୁର: ସମ୍ବଲପୁର ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ନୂତନ ରେକର୍ଡ ସୃଷ୍ଟି କରୁଥିବା ବେଳେ ପ୍ରଶାସନ ତରଫରୁ ଯଥା ସମ୍ଭବ ପଦକ୍ଷେପ ନିଆଯାଉଛି। ଏବେ ନିଗମ ଅଞ୍ଚଳରେ ବ୍ୟାପକ ସର୍ଭିଲାନ୍ସ ଓ ଅନ୍ୟାନ୍ୟ ଉପାୟ ପ୍ରଶାସନ ତରଫରୁ ଅବଲମ୍ବନ କରାଯାଉଛି। କିନ୍ତୁ ସୋମବାର ସକାଳ ପ୍ରାୟ ସାଢ଼େ ୧୦ଟା ସମୟରେ ସ୍ୱାସ୍ଥ୍ୟ ବିଭାଗର ସର୍ଭିଲାନ୍ସ ଦଳ ଜଣେ କରୋନା ରୋଗୀଙ୍କ ଘର ଓ ଆଖପାଖ ଅଞ୍ଚଳକୁ ଯାଞ୍ଚ ପାଇଁ ଯାଇଥିବା ବେଳେ ସଂକ୍ରମିତଙ୍କ ଜଣେ ପଡୋଶୀ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ବ୍ୟାପକ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ମାଡ ମାରିବା ପାଇଁ ଧମକଚମକ ଦେଇଥିବାର ଏକ ଭିଡିଓ ଭାଇରାଲ ହୋଇଯାଇଥିଲା। ସେହି ସମୟରେ କରୋନା ଯୋଦ୍ଧାମାନେ ଟାଉନ ଥାନାକୁ ଫୋନ ମାଧ୍ୟମରେ ଜଣାଇଥିବା ବେଳେ କିନ୍ତୁ ତୁରନ୍ତ ବିହିତ ପଦକ୍ଷେପ ନିଆ ନ ଯିବାରୁ ସ୍ୱାସ୍ଥ୍ୟ ଦଳ ବାଧ୍ୟ ହୋଇ ଅଞ୍ଚଳରୁ ଫେରି ଆସିଥିଲା।

- Advertisement -

ଏହି ଘଟଣା ପରେ ସୋମବାର ଜେପିଏମରେ ନିଯୁକ୍ତ ସ୍ୱାସ୍ଥ୍ୟ କର୍ମୀ ସୁରଜ କୁମାର ବଖରାଙ୍କ ଅଭିଯୋଗ କ୍ରମରେ ବିଭିନ୍ନ ମହଲରୁ ଚାପ ହେବା ପରେ ପୁଲିସ ବାଧ୍ୟ ହୋଇ ମାମଲା ନଂ ୩୧୪/୨୦୨୦ ରୁଜୁ କରିଥିଲା। ତେବେ ଘଟଣା ଘଟିବାର ପ୍ରାୟ ୨୪ ଘଣ୍ଟା ବିତିଯିବା ସତ୍ୱେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ସବୁ ମହଲରୁ ପୁଲିସ ଉପରେ ଚାପ ପଡିଥିଲା। ଏଣୁ ବାଧ୍ୟ ହୋଇ ଭିଡିଓରେ ଗାଳିଗୁଲଜ କରୁଥିବା ତଅଁଳାପଡା ନିବାସୀ ବ୍ୟକ୍ତି ପଙ୍କଜ କୁମାର ଦାସଙ୍କୁ ମଙ୍ଗଳବାର ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି। ମାନ୍ୟବର କୋର୍ଟ ଅଭିଯୁକ୍ତ ଦାସଙ୍କୁ ଜେଲକୁ ପଠାଇ ଦେଇଛନ୍ତି। ଅନ୍ୟ ପଟରେ ଏହି ମାମଲାରେ ଅଧିକ ତଦନ୍ତ ପୁଲିସ ଜାରି ରଖିଛି ବୋଲି କହିଛି। ତେବେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ସ୍ୱାସ୍ଥ୍ୟ କର୍ମୀମାନଙ୍କ ମଧ୍ୟରେ ଭୟର ସହିତ ଅସନ୍ତୋଷର ଦେଖାଯାଉଛି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories