www.samajalive.in
Thursday, December 11, 2025
18.1 C
Bhubaneswar

ଶ୍ରୀଜଗନ୍ନାଥ ମନ୍ଦିର ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି ପ୍ରସଙ୍ଗ : ଫେବୃଆରୀ ୨୮ ପର୍ଯ୍ୟନ୍ତ ସମୟ ମାଗିଲେ ଓଡ଼ିଶା ସରକାର

ନୂଆଦିଲ୍ଲୀ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି ପାଇଁ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଅଧିକ ସମୟ ଲୋଡ଼ିଛନ୍ତି। ମୃଣାଳିନୀ ପାଢ଼ୀ ବନାମ ଭାରତ ସରକାର ମାମଲାରେ ଓଡ଼ିଶା ସରକାର ସତ୍ୟପାଠ ମାଧ୍ୟମରେ ୨୦୨୧ ଫେବୃଆରୀ ୨୮ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ପୂର୍ବଭଳି କାର୍ଯ୍ୟ କରିବାକୁ ସୁଯୋଗ ଦେବାକୁ ଅନୁରୋଧ କରିଛନ୍ତି। ଓଡ଼ିଶା ସରକାରଙ୍କ ତରଫରୁ ଦାଖଲ ସତ୍ୟପାଠରେ କୁହାଯାଇଛି ଯେ ୪ ନଭେମ୍ବର ୨୦୧୯ରେ ସ୍ଥାୟୀ ମୁଖ୍ୟପ୍ରଶାସକ ନିଯୁକ୍ତି କରିବାକୁ ସୁପ୍ରିମକୋର୍ଟ ନିର୍ଦେଶନାମା ଜାରି କରିଥିଲେ। ପୂର୍ବରୁ ଗତ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦରେ କାର୍ଯ୍ୟରତ ଅଧିକାରୀଙ୍କୁ ପୂର୍ବଭଳି କାମ କରିବାକୁ ଅନୁମତି ମିଳିଥିଲା। ସେତେବେଳେ ଓଡ଼ିଶା ସରକାର ଦର୍ଶାଇଥିଲେ ଯେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ରାଜ୍ୟ ପୂର୍ତ୍ତ ବିଭାଗ ସଚିବ ଓ ପୁରୀ-କୋଣାର୍କ ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ଆଦି ତିନୋଟି ଦାୟିତ୍ୱରେ ଜଣେ ଅଧିକାରୀ ଅଛନ୍ତି।

ଶ୍ରୀମନ୍ଦିର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ବୃଦ୍ଧି ପାଇଁ ଅବଡ଼ା ଯୋଜନାରେ ଉନ୍ନୟନମୂଳକ କାର୍ଯ୍ୟର ସଫଳ ରୂପାୟନ ପାଇଁ ଜଣେ ଅଧିକାରୀ ସମସ୍ତ ଦାୟିତ୍ୱ ତୁଲାଇବା ଆବଶ୍ୟକ। ଏବେ ସତ୍ୟପାଠରେ ଓଡ଼ିଶା ସରକାରଙ୍କ ତରଫରୁ କୁହାଯାଇଛି ଯେ ୨୫ ମାର୍ଚ୍ଚରୁ ରାଜ୍ୟର ବିଭିନ୍ନ ଜିଲାରେ ଲକଡାଉନ ହୋଇଥିଲା ଏବଂ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଅଗଷ୍ଟ ୧୪ ସୁଦ୍ଧା ରାଜ୍ୟରେ ୩୨୪ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି ପ୍ରସଙ୍ଗରେ ୨୦୨୧ ଫେବୃଆରୀ ୨୮ ପର୍ଯନ୍ତ ଅନୁମତି ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଛି। ମାମଲାରେ ପକ୍ଷଭୁକ୍ତ ହେବାକୁ ଜନାର୍ଦନ ପାଟ୍ଟଯୋଶୀ ମହାପାତ୍ର ଆବେଦନ କରିଛନ୍ତି। ପରବର୍ତ୍ତୀ ଶୁଣାଣି ୨୭ ଅଗଷ୍ଟକୁ ଧାର୍ଯ୍ୟ ହୋଇଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories