www.samajalive.in
Saturday, December 13, 2025
15.1 C
Bhubaneswar

ଓଡ଼ିଶାର ସର୍ବକନିଷ୍ଠା ସ୍କୁବା ଡାଇଭର ସମ୍ବଲପୁରର ଝିଅ ତିଷ୍ୟା

ସମ୍ବଲପୁର : ସମ୍ବଲପୁରର ଝିଅ ତିଷ୍ୟା ଓଡ଼ିଶାର ସର୍ବକନିଷ୍ଠ ସ୍କୁବା ଡାଇଭର ହେବା ଗୌରବ ଅର୍ଜନ କରିଛନ୍ତି। ପୂର୍ବତନ ସାଂସଦ ସ୍ୱର୍ଗତ ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ନାତୁଣୀ ତଥା ଦୁବାଇରେ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ପଦସ୍ଥ ଅଧିକାରୀ ଭାବେ କାର୍ଯ୍ୟରତ ପ୍ରିୟଦର୍ଶୀ ପାଣିଗ୍ରାହୀଙ୍କ ଝିଅ ତିଷ୍ୟା ୟୁନାଇଟେଡ଼ ଆରବ ଏମିରେଟସ୍‌ (ୟୁଏଇ)ର ଓମାନ ଉପସାଗରରେ ୩୩ ଫୁଟ ଗଭୀରକୁ ସ୍କୁବା ଡାଇଭ କରିଛନ୍ତି। ଦୁବାଇର ରାଫେଲ୍ସ ୱାର୍ଲ୍‌ଡ ଏକାଡେମୀ ସ୍କୁଲରେ ପଢୁଥିବା ୧୦ ବର୍ଷ ବୟସ୍କା ତିଷ୍ୟା ପେଷାଦାର ଡାଇଭିଂ ପ୍ରଶିକ୍ଷକ ସଂଘ (ପିଏଡିଆଇ) ଦ୍ୱାରା ହୋଇଥିବା ଏହି ସ୍କୁବା ଡାଇଭିଂ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ଏଥିରେ ଶ୍ରେଣୀ ଶିକ୍ଷା ଓ ପ୍ରାକ୍ଟିକାଲ ପରେ ଆରବ ମହାସାଗରର ଓମାନ ଉପସାଗର ସମୁଦ୍ରରେ ହୋଇଥିବା ପରୀକ୍ଷା ଦେଇଥିଲେ।

ସେଥିରେ ସେ ସନ୍ତରଣ ସହିତ ଭାସମାନ ଅବସ୍ଥାରେ ଦୀର୍ଘ ସମୟ ଧରି ରହି ସଫଳତା ହାସଲ କରିଥିବାରୁ ଯୁକ୍ତରାଷ୍ଟ୍ର ଆମେରିକାର ପିଏଡିଆଇ ପକ୍ଷରୁ ତିଷ୍ୟାଙ୍କୁ ଜୁନିୟର ଓପନ ୱାଟର ସ୍କୁବା ଡାଇଭର ଭାବେ ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ତାଙ୍କ ବାପା ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଗଭୀର ସମୁଦ୍ର ମଧ୍ୟରେ ଥିବା ପ୍ରାକୃତିକ ପରିବେଶ ସମ୍ପର୍କରେ ଜାଣିବାକୁ ସ୍କୁବା ଡାଇଭିଂ ପ୍ରତି ତିଷ୍ୟାଙ୍କ ଆଗ୍ରହ ଦେଖି ତାଙ୍କ ମାଁ ସୌମିତ୍ରୀ ନନ୍ଦ ପ୍ରଶିକ୍ଷଣ କେନ୍ଦ୍ରରେ ଭର୍ତ୍ତି କରେଇଥିଲେ। ଦୁବାଇର ଅଲ ବୁମ ଡାଇଭିଂ କେନ୍ଦ୍ର ପ୍ରଶିକ୍ଷକ ତଥା ସ୍କୁବା ଡାଇଭିଂ ବିଶେଷଜ୍ଞ ଡୋମିଂଗୋ ଜାସାରେନୋ ଲବିଟାଗ (ଫିଲିପାଇନ୍ସ) ସୁଶ୍ରୀ ତିଷ୍ୟାଙ୍କଠାରେ ଦୃଢ ମନୋବଳ ରହିଛି ବୋଲି ମନ୍ତବ୍ୟ ଦେଇଥିବା ବାପା କହିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories