www.samajalive.in
Wednesday, December 10, 2025
16.1 C
Bhubaneswar

ରାଜ୍ୟର ୨୫ ଡିଏସ୍‌ପିଙ୍କୁ ବଦଳି କଲା ପୁଲିସ ମୁଖ୍ୟାଳୟ

ଭୁବନେଶ୍ଵର : ରାଜ୍ୟରେ ଡିଏସ୍‌ପି ସ୍ତରରେ ଅଦଳବଦଳ କରାଯାଇଛି। ୨୫ ଜଣ ଡିଏସ୍‌ପିଙ୍କୁ ନୁଆ ସ୍ଥାନକୁ ହୋଇଛି ଟ୍ରାନସଫର।  ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀରେ ଟ୍ରେନିଂ ନେଉଥିବା ୮ଜଣ ଡିଏସପିଙ୍କୁ ବିଭିନ୍ନ ଜିଲାକୁ ଟ୍ରାନସଫର କରାଯାଇଥିବା ବେଳେ ୧୭ ଜଣ ଡିଏସପି ଅନ୍ୟତ୍ର ବଦଳି କରାଯାଇଛି । ଖୋର୍ଦ୍ଧାରୁ ବାଲେଶ୍ବରକୁ ବଦଳି ହୋଇଛନ୍ତି ଅନୁପ କାନୁନ୍‌ଗୋ । ସେହିପରି ଭଦ୍ରକ ଧାମନଗର ଏସ୍‌ଡିପିଓ ଭାବେ ଅଶୋକ ଦାସଙ୍କୁ ବଦଳି କରାଯାଇଛି। ବିଧାନସଭାର ସୁରକ୍ଷା ଅଧିକାରୀ ଭାବେ ଗୋପାଳ କୃଷ୍ଣ ବେହେରା, ରାଉରକେଲାର ପାନପୋଷ ଏସ୍‌ଡିପିଓ ଭାବେ ଶାନ୍ତା ନୂତନ ସମାଦ , ବରଗଡ଼ ଏସ୍‌ଡିପିଓ ଭାବେ ଦୀପକ କୁମାର ଗୋଚ୍ଛାୟତ ଏବଂ ନବରଙ୍ଗପୁରର ପାପଡ଼ାହାଣ୍ଡି ଏସ୍‌ଡିପିଓ ଭାବେ ଆଦିତ୍ୟ ସେନଙ୍କୁ ବଦଳି କରାଯାଇଛି।

ସେହିପରି ଭୁବନେଶ୍ବର କମିସନରେଟ ପୁଲିସରେ କାମ କରୁଥିବା ଡିଏସପି ତଥା ଏସିପି ରବିନ୍ଦ୍ର ନାଥ ସତପଥିଙ୍କୁ ଅନୁଗୁଳ ଆଇୟୁସିଏଡବ୍ଲୁ କୁ ଟ୍ରାନସଫର କରାଯାଇଛି। ଭୁବନେଶ୍ବର କ୍ରାଇମ୍‌ ବ୍ରାଞ୍ଚ ଏସ୍‌ଟିଏଫ୍‌ର ଡିସିପି ଭାବେ ମନୋଜ ରାଉତଙ୍କ ବଦଳି ହୋଇଛି। ସେହିପରି ପାନପୋଶ ଡିଏସପି ଅସୀମ ପଣ୍ଡାଙ୍କୁ ମଧ୍ୟ ରାଉଲକେଲା ପିସିଆର ସେଲକୁ ଟ୍ରାନସଫର ହୋଇଛି। ଏନେଇ ଓଡିଶା ପୋଲିସ ପକ୍ଷରୁ ବଦଳି ପାଇଁ ନୋଟିଫିକେସନ ଜାରି କରାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories