www.samajalive.in
Wednesday, December 10, 2025
16.1 C
Bhubaneswar

ନୂଆଁଖାଇ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛା, କହିଲେ ଚାଷୀ ଭାଇଙ୍କ କଠିନ ପରିଶ୍ରମର ଉତ୍ସବ ହେଉଛି ‘ନୂଆଁଖାଇ’

ସମ୍ବଲପୁର: ଓଡ଼ିଶାର ଗଣପର୍ବ ନୂଆଘାଇ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ଆମର ଚାଷୀ ଭାଇ ମାନଙ୍କର କଠିନ ପରିଶ୍ରମର ଉତ୍ସବ ହେଉଛି ‘ନୂଆଁଖାଇ’। ସେମାନଙ୍କର ଝାଳବୁହା ପରିଶ୍ରମ କାରଣରୁ ଆମ ଦେଶକୁ ଅନ୍ନ ମିଳୁଛି। ଏହି ବିଶେଷ ଦିବସରେ ସମସ୍ତଙ୍କ ଉନ୍ନତି ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଟ୍ବିଟ୍ ଯୋଗେ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି।
ସେହିପରି ଗୃହମନ୍ତ୍ରୀ ଅମିତ୍ ଶାହା ଟ୍ବିଟ୍‌ ଯୋଗେ ନୂଆଁଖାଇ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି। ସେ ତାଙ୍କର ଟ୍ବିଟ୍‌ରେ ଲେଖିଛନ୍ତି ଯେ ନୂଅଁାଖାଇର ପବିତ୍ର ଅବସରରେ ଓଡ଼ିଶାର ଭାଇ ଓ ଭଉଣୀମାନଙ୍କୁ ଆନ୍ତରିକ ଶୁଭେଚ୍ଛା। ଲଗାତାର କଠୋର ପରିଶ୍ରମ କରି ଆମ ଦେଶକୁ ଆତ୍ମନିର୍ଭରଶୀଳ କରୁଥିବା ଚାଷୀ ଭାଇଙ୍କ ପାଖରେ ମୁଁ ମଥାନତ କରୁଛି। ସମସ୍ତଙ୍କ ଉତ୍ତମ ସ୍ବାସ୍ଥ୍ୟ, ସୁଖ ଓ ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନୂଆଁଖାଇର ଶୁଭେଚ୍ଛା ଜଣାଇବା ସହିତ କରୋନା ମହାମାରୀ ସମୟରେ ସଚେନତ ରହିବାକୁ ପରାମର୍ଶ ଦେଇଛନ୍ତି। ଏକ ଭିଡିଓ ବାର୍ତ୍ତାରେ ପ୍ରଧାନ କହିଛନ୍ତି ଯେ ଚାଷର ସୁରକ୍ଷା ଓ ମାଆ ମାଟିର ଉନ୍ନତି, ପରିବାରର ଆଦର ଏବଂ ସମ୍ମାନ ଓ ସମାଜରେ ଭାଇଚାରାକୁ ବ୍ୟାପକ କରିବା ନୂଆଁଖାଇର ମୁଖ୍ୟ ଉଦ୍ଦେଶ୍ୟ। ନୂଆଖାଇର ସନ୍ଦେଶ ପାଳନ କଲେ ପରିବାର ଏବଂ ସମାଜରେ ସୁଖ, ଶାନ୍ତି ରହିବ। ସାରା ଦୁନିଆ ବିଶ୍ୱ ମହାମାରୀ ସହ ଲଢ଼େଇ କରୁଛି। ଏହି ସମୟରେ ସମସ୍ତଙ୍କୁ ମିଳିମିଶି ରହିବା ସହ ନିଜ ପରିବାରର ଯତ୍ନ ନେବାର ଆବଶ୍ୟକତା ରହିଛି। ଏହା ଚଳିତ ବର୍ଷ ନୁଆଁଖାଇର ବିଶେଷ ବାର୍ତ୍ତା। ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ନିୟମିତ ବ୍ୟବଧାନରେ ବାରମ୍ବାର ସାବୁନରେ ହାତ ଧୋଇବା ପାଇଁ ଅନୁରୋଧ କରିଛନ୍ତି। ମାଁ ସମଲେଇଙ୍କ ନିକଟରେ ସମସ୍ତଙ୍କ ସୁଖ, ଶାନ୍ତି ଓ ନିରାମୟ ଜୀବନ କାମନା ମନ୍ତ୍ରୀ ଧର୍ମେନ୍ଦ୍ର କରିଛନ୍ତି।
ଲୋକସଭା ବାଚସ୍ପତି ତାଙ୍କ ଟ୍ବିଟ୍‌ରେ ଲେଖିଛନ୍ତି ଯେ ସମସ୍ତ ଦେଶବାସୀଙ୍କୁ, ବିଶେଷ କରି ଓଡିଶାବାସୀଙ୍କୁ ନୂଆଖାଇ ପର୍ବ ଉପଲକ୍ଷେ ଶୁଭକାମନା। ନୂଆଖାଇ ନୂଆ ଫସଲର ପର୍ବ ଅଟେ। ଏହି ପର୍ବ ସମସ୍ତଙ୍କ ଜୀବନରେ ଆନନ୍ଦ ତଥା ସୁଖସମୃଦ୍ଧି ଆଣିଦେଉ ଏହାହିଁ କାମନା।

- Advertisement -


ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇକୁ ଆଜି ପଶ୍ଚିମ ଓଡିଶାବାସୀ ଆନନ୍ଦ ଓ ହର୍ଷୋଲ୍ଲାସରେ ପାଳନ କରୁଛନ୍ତି। ଭାଦ୍ରବ ମାସ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିରେ ପାଳିତ ଏହି ଉତ୍ସବ ଅବସରରେ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ନିକଟରେ ବ୍ରହ୍ମ ପଣ୍ଡିତ ମହାସଭା ଦ୍ୱାରା ନିର୍ଦ୍ଧାରିତ ବିଶୁଦ୍ଧ ତୁଳା ଲଗ୍ନରେ ପୂର୍ବାହ୍ନ ୯ଟା ୩୫ରୁ ୯ଟା ୫୦ ମଧ୍ୟରେ ନବାନ୍ନ ଲାଗିଛି। ଏହା ପରେ ପୀଠରେ ୧୧୫ ପାର୍ଶ୍ବ ଦେବାଦେବୀଙ୍କୁ ପୂଜକ ମାନେ ନବାନ୍ନ ଲାଗି କରିଛନ୍ତି।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories