www.samajalive.in
Wednesday, December 10, 2025
16.1 C
Bhubaneswar

ତାରାଙ୍କ ଘରେ କଂଗ୍ରେସ ନେତା ଏକାଠି ; ରମେଶ କହିଲେ ବିଧାୟକ ସଂଖ୍ୟା ୯ରୁ ୯୦ ହେବ

ଭୁବନେଶ୍ବର: ସିଡବ୍ଲ୍ୟୁସି ବୈଠକ ପୂର୍ବରୁ ତାରାଙ୍କ ଘରେ ଏକାଠି ହୋଇଛନ୍ତି ରାଜ୍ୟ କଂଗ୍ରେସର କିଛି ନେତା । ଏହି ନେତାମାନଙ୍କ ଏକାଠି ହେବା ପଛରେ ‘ନୂଆଁଖାଇ’ ଜୁହାର ଓ ଭେଟଘାଟ କୁହାଯାଉଥିଲେ ମଧ୍ୟ ଏହାକୁ ନେଇ ରାଜନୈତିକ ଚର୍ଚା ଦାନା ବାନ୍ଧିଛି । ଏଥିରେ କେଉଁମାନେ ଯୋଗ ଦେଇଥିଲେ ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ କିଛି ବରିଷ୍ଠ ଓ ଯୁବ ନେତା ଉପସ୍ଥିତ ଥିଲେ ବୋଲି ଚର୍ଚା ହେଉଛି ।

ଅନ୍ୟପକ୍ଷରେ ତାରା କହିଛନ୍ତି ଯେ ମୁଁ ପିସିସି ପଦ ଲାଗି ଦାବି କରୁନାହିଁ । ମାତ୍ର ପଦ ମିଳିଲେ ଛାଡ଼ିବି ନାହିଁ ।  ମୁଁ କନେଷ୍ଟବଳ ନମ୍ବର ୱାନ୍ ଥିଲି। ଏବେ ବିଧାୟକ ନମ୍ବର ୱାନ୍‌ ହେଲି। ପିସିସି ସଭାପତି ହେଲେ ନମ୍ବର ୱାନ୍‌ ହେବି। ଦଳରେ ସମସ୍ତଙ୍କୁ ନେଇ ଏକାଠି କରି କାମ କରିବି । ହାଇକମାଣ୍ଡଙ୍କ ନିଷ୍ପତ୍ତି ମୋ ପାଇଁ ଶିରୋଧାର୍ଯ୍ୟ, ସେ ଯାହା କହିବେ ତାହା କରିବି । ରାଜ୍ୟରେ ବିଜେପି-ବିଜେଡ଼ି ଏକାଠି ହୋଇଛନ୍ତି । ତେଣୁ କଂଗ୍ରେସ ହେଉଛି ଏକମାତ୍ର ବିକଳ୍ପ ବୋଲି କହିଛନ୍ତି ତାରା ବାହିନୀପତି ।

- Advertisement -

ମୋହନା କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗୋଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ ତାରା ସବୁଠୁ ଭଲ ସଭାପତି ହୋଇପାରିବେ। ତାରା ସରକାରଙ୍କୁ ଯେଭଳି ଘେରୁଛନ୍ତି, ସେ ହିଁ ଦଳକୁ ଆଗକୁ ନେଇପାରିବେ। ତେଣୁ ତାଙ୍କୁ ପିସିସି ସଭାପତି କରାଗଲେ ଆପତ୍ତି କରିବୁ ନାହିଁ ।

ଏହି ବୈଠକରେ ଯୋଗ ଦେଇଥିବା ସାନଖେମୁଣ୍ଡି ବିଧାୟକ ରମେଶ ଜେନା ମଧ୍ୟ କହିଛନ୍ତି ଯେ ତାରା ମୋର ବଡ଼ଭାଇ, ମୁଁ ତାଙ୍କର ସାନଭାଇ। ଭାଇ ଯୁଆଡ଼େ ଯିବେ ମୁଁ ସାନଭାଇ ସିଆଡ଼େ ଯିବି। ତାରା ସଭାପତି ହେଲେ ରାଜ୍ୟରେ କଂଗ୍ରେସ ବିଧାୟକ ସଂଖ୍ୟା ୯ରୁ ୯୦ ହୋଇଯିବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories