www.samajalive.in
Monday, December 8, 2025
24.1 C
Bhubaneswar

ପୁଣି ବିବାଦରେ ନେଟଫ୍ଲିକ୍ସ : ‘କ୍ୱିଟିଜ୍’ କୁ ନେଇ ସୋସିଆଲ ମିଡିଆରେ ଝଡ

ମୁମ୍ବାଇ: ଇଣ୍ଡିଆନ୍ ମ୍ୟାଚ୍‌ମେକିଂ ଶୋ କୁ ନେଇ ବିଶ୍ୱସ୍ତରରେ ବିବାଦର ସମ୍ମୁଖୀନ ହୋଇଥିବା ନେଟଫ୍ଲିକ୍ସ ପୁଣି ଥରେ ଲୋକଙ୍କ କ୍ରୋଧର ସମ୍ମୁଖୀନ ହୋଇଛି। ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସର ମୂଳ ଫରାସୀ ଚଳଚ୍ଚିତ୍ର ‘କ୍ୱିଟିଜ୍’ କୁ ନେଇ ସୋସିଆଲ ମିଡିଆରେ ଅନେକ ବିବାଦ ଦେଖାଦେଇଛି । ଚଳିତ ସପ୍ତାହରେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିଥିବା ‘କ୍ୱିଟିଜ୍’ ର ପୋଷ୍ଟରରେ କିଶୋରୀଙ୍କ ଖରାପ ପ୍ରଦର୍ଶନକୁ ନେଇ ଅଡୁଆ ବଢିଛି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହାକୁ ନାପସନ୍ଦ କରିବା ସହ ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଦାବି ହୋଇଛି। ବଢୁଥିବା ବିବାଦକୁ ଦୃଷ୍ଟିରେ ରଖି ନେଟଫ୍ଲିକ୍ସ ଟ୍ୱିଟ୍ କରି ଏହାର ଜବାବ ଦେବା ସହ ପୋଷ୍ଟର ପାଇଁ କ୍ଷମା ମାଗିଛି।

ନେଟଫ୍ଲିକ୍ସ ଏହାର ଟ୍ୱିଟରେ ଲେଖିଛନ୍ତି, ‘କ୍ୱିଟିଜ୍’ ରେ କିଶୋରୀ କଳାକାର ଖରାପ ପ୍ରଦର୍ଶନ ପାଇଁ ଆମେ କ୍ଷମା ମାଗୁଛୁ। ବର୍ତ୍ତମାନ ଆମେ ପୋଷ୍ଟରର ଦୃଶ୍ୟ ଏବଂ ବୀବରଣୀକୁ ଅପଡେଟ୍ କରି ଦେଇଛୁ।

- Advertisement -

ସୂଚନାଯୋଗ୍ୟ, ‘କ୍ୱିଟିଜ୍’ ହେଉଛି ଏକ ଫରାସୀ କମେଡି ଡ୍ରାମା ଚଳଚ୍ଚିତ୍ର। ଯାହାର କାହାଣୀ ସେନେଗାଲର ଏକ ସାଂସ୍କୃତିକ ମୁସଲମାନ ପରିବାରର ଜଣେ କୋଶରୀ ଉପରେ ଗତିଶୀଳ। ଯିଏ ନିଜ ପରିବାରର ରୀତିନୀତିର ସମସ୍ତ ବନ୍ଧନ ଭାଙ୍ଗି ଇଣ୍ଟରନେଟ୍ ଦୁନିଆରେ ପାଦ ଦେବାକୁ ଚାହୁଁଛି ଏବଂ ନୃତ୍ୟ ଶିଖିବାକୁ ଚାହୁଁଛି। ଫିଲ୍ମର ପୋଷ୍ଟରରେ ଝିଅଟି ଏକ ଉତ୍ତେଜକ ନୃତ୍ୟ ପ୍ରଦର୍ଶନ କରୁଥିବା ଦେଖାଯାଇଛି। ଯାହାକୁ ନେଇ ସୋସିଆଲ ମିଡିଆରେ ଝଡ ସୃଷ୍ଟି ହୋଇଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories