ତାଜମହଲରେ ବାହାର ବ୍ୟକ୍ତି ପଢି ପାରିବେ ନାହିଁ ନମାଜ

0

ନୂଆଦିଲ୍ଲୀ: ବିଶ୍ୱର ସପ୍ତାଶ୍ଚର୍ଯ୍ୟ ତାଲିକାରେ ସାମିଲ ତାଜମହଲ ସମ୍ମୁଖରେ ନମାଜ ପଢିବା ନେଇ ଦେଖା ଦେଇଥିବା ବିବାଦରେ ସୁପ୍ରିମ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛି। ବିଶ୍ୱର ପସ୍ତାଶ୍ଚର୍ଯ୍ୟରେ ସାମିଲ ଥିବା ତାଜମହଲରେ ବାହାର ବ୍ୟକ୍ତି ନମାଜ ପଢି ପାରିବେ ନାହିଁ ବୋଲି ସୁପ୍ରିମ କୋର୍ଟ ସ୍ପଷ୍ଟ କରିଛନ୍ତି। ଅବଶ୍ୟ ସେମାନେ ଅନ୍ୟ ଯେକୌଣସି ସ୍ଥାନରେ ନମାଜ ପଢିବା ଉପରେ କୌଣସି ପ୍ରତିବନ୍ଧକ ନାହିଁ। ତେବେ ସ୍ଥାନୀୟ ଅଞ୍ଚଳବାସୀ ତାଜମହଲ ସମ୍ମୁଖରେ ନମାଜ ପଢି ପାରିବେ ବୋଲି ସୁପ୍ରିମ କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି। ତାଜମହଲ ମଧ୍ୟରେ ଅବସ୍ଥାବିତ ମସଜିତରେ ଶୁକ୍ରବାର ଦିନ ନମାଜ ପଠ ହୋଇଥାଏ। ଏହି ନମାଜ ପାଠରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତି ସୁପ୍ରିମ କୋର୍ଟରେ ବାହାର ବ୍ୟକ୍ତିଙ୍କୁ ମଧ୍ୟ ଉକ୍ତ ସ୍ଥାନରେ ନମାଜ ପଢିବାକୁ ଅନୁମତି ଦେବାକୁ ସୁପ୍ରିମ କୋର୍ଟରେ ଗୁହାରି କରିଥିଲେ। ଅପରପକ୍ଷରେ ଏହି ସ୍ଥାନରେ ନମାଜ ପଠକୁ ନେଇ ଆରଏସଏସ ପକ୍ଷରୁ ବାରମ୍ବାର ବିରୋଧ କରାଯାଇଛି। ଆରଏସଏସର ଇତିହାସ ବିଭାଗ ତଥା ଅଖିଳ ଭାରତୀୟ ଇତିହାସ ସଂକଳନ ସମିତି ପକ୍ଷରୁ ତାଜମହଲରେ ଶୁକ୍ରବାର ହେଉଥିବା ନମାଜ ପଠ ଉପରେ ପ୍ରତିବଦ୍ଧକ ଲଗାଇବାକୁ ଦାବି କରାଯାଇ ଥିଲା। ଅନ୍ୟଥା ସେଠାରେ ଶିବ ଚାଳିସା ପଠ କରିବାକୁ ସମିତି ଦାବି ଉପସ୍ଥାପନ କରିଥିଲା। ତାଜମହଲ ଏକ ହିନ୍ଦୁ ଶିବ ମନ୍ଦିର ଉପରେ ନିର୍ମାଣ କରାଯାଇ ଥିବା ଉକ୍ତ ସମିତି ଯୁକ୍ତି ଉପସ୍ଥାପନ କରି ଏଭଳି ଦାବି କରିଥିଲେ। ତେବେ ସୁପ୍ରିମ କୋର୍ଟ ଏହି ମାମଲାରେ ରାୟ ପ୍ରଦାନ କରି ଏଭଳି ବିବାଦୀୟ ପ୍ରସଙ୍ଗକୁ ସମାଧାନ କରିଛନ୍ତି।

Leave A Reply