www.samajalive.in
Monday, December 8, 2025
13.1 C
Bhubaneswar

ରାସ୍ତା ଅବସ୍ଥାକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

କଳାପଥର: ବାଙ୍କୀର ବିକାଶର ଚିତ୍ର ପଛ ଘୁଞ୍ଚା ଦେଉଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ପୂର୍ବତନ ବିଧାୟକ କଂଗ୍ରେସ ନେତା ଡ.ଦେବାଶିଷ ପଟ୍ଟନାୟକ। ଜନସାଧାରଣଙ୍କୁ ବାଙ୍କୀ ବିକାଶର ସ୍ୱପ୍ନ ଦେଖାଇ ଛଳନା କରାଯାଉଥିବା ସାଧାରଣରେ ପ୍ରତିୟମାନ ହୋଇ ଉଠୁଛି। ଜନସାଧାରଣ ମୌଳିକ ଆବଶ୍ୟକତାରୁ ବହୁ ଦୂରରେ ଅବହେଳିତ ଅବସ୍ଥାରେ ରହିଛନ୍ତି। ଯାହାର ଫଳସ୍ୱରୂପ ସେମାନଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ବାଙ୍କୀ କଟକ ଜିଲ୍ଲା ଏବଂ ରାଜ୍ୟର ଏକ ପ୍ରମୁଖ ବାଣିଜ୍ୟକ ଏବଂ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଛି। ବାଙ୍କୀକୁ କିଭଳି ସବୁଦିନିଆ ରାସ୍ତାଘାଟର ବ୍ୟବସ୍ଥା କରାଯାଇ ପାରିବ ସେଥିପାଇଁ ସେ ପୂର୍ବରୁ ପ୍ରଚେଷ୍ଟା କରି ବାଙ୍କୀ କଟକକୁ ସବୁଦିନିଆ ଉଚ୍ଚାରାସ୍ତା ହେବା ସହିତ ଜନସାଧାରଣଙ୍କ ଯାତାୟତ ସୁଗମ୍ୟ କରାଇଥିଲେ।। କିନ୍ତୁ ପରବର୍ତ୍ତୀ ନେତୃବୃନ୍ଦଙ୍କ ଆନ୍ତରିକତା ଅଭାବ ଏବଂ ବାଙ୍କୀ ପ୍ରତି ବୈମାତୃକ ମନୋଭାବ ପୋଷଣ ହେତୁ ବାଙ୍କୀ ଆଜି ଯାତାୟତ ସମସ୍ୟା ନେଇ ଜୁଝିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଡ.ପଟ୍ଟନାୟକ ପ୍ରକାଶ କରିଛନ୍ତି। ବାଙ୍କୀ -ସୀମର ରାସ୍ତା ସହିତ ବାଙ୍କୀକୁ ଯୋଗାଯୋ କରୁଥିବା ସମସ୍ତ ରାସ୍ତାର ଉଦାହରଣ ଦେଇ ଡ.ପଟ୍ଟନାୟକ ପ୍ରକାଶ କରିଛନ୍ତି ଯଦି ସରକାର କିମ୍ବା ପ୍ରଶାସନ ଜନସାଧାରଣଙ୍କୁ ସବୁଦିନିଆ ରାସ୍ତା ଯୋଗାଇବାରେ ବିଫଳ ହେଉଛନ୍ତି ତେବେ ଯାତାୟତ ପାଇଁ ରାସ୍ତାରେ ଡଙ୍ଗା ଚଳାଇବା ଯୋଜନା କାର୍ୟ୍ୟକାରୀ କରନ୍ତୁ।

ସୂଚନା ଥାଉକି ବାଙ୍କୀ-ସୀମର ଭାୟା ତୁଳସୀପୁର ମୁଖ୍ୟ ରାସ୍ତାଟି ପୂର୍ତ୍ତ ବିଭାଗ ଅଧିନରେ ଆସୁଥିବା ବେଳେ ଜିଲ୍ଲା କୃଷି କାର୍ଯ୍ୟାଳୟ ଠାରୁ ତୁଳସୀପୁର କଟକ ପୁର୍ତ୍ତ ବିଭାଗ ଶେଷ ସୀମା ପର୍ୟ୍ୟନ୍ତ ପ୍ରତ୍ୟେକ ବର୍ଷ ବାଙ୍କୀ ମହୋତ୍ସବ ସମୟରେ ତାଳି ପକା ଯାଉଥିବା ଦେଖିବାକୁ ମିଳିଥାଏ। କିନ୍ତୁ ଦୀର୍ଘ ୨ବର୍ଷରୁ ଊର୍ଦ୍ଧ୍ବ ହେବ ଏହି ରାସ୍ତାକୁ ସ୍ଥାନୀୟ ବିଧାୟକ ଏବଂ ପ୍ରଶାସନ ଭୁଲି ଯାଇଥିବା ପରି ମନେ ହେଉଛି। ରାସ୍ତାର ଅବସ୍ଥା ଶୋଚନୀୟର ଶେଷ ସୀମାରେ ପହଞ୍ଚି ଥିବା ବେଳେ ବିଭିନ୍ନ ସମୟରେ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚାରେ ରହିଛି। ରାସ୍ତାଟିକୁ ପୁନଃ ନିର୍ମାଣ କରିବା ପାଇଁ ଗତବର୍ଷ ବାଙ୍କୀର ବିଧାୟକ ଏବଂ ପୂର୍ବତନ ବିଧାୟକ ଆଡମ୍ବର ସହକାରେ ବାୟାଣୀବର ଛକଠାରେ ସଭା କରି ଏହାର ଭତ୍ତିପ୍ରସ୍ଥର ସ୍ଥାପନ କରିଥିଲେ। ଫଳରେ ଅଞ୍ଚଳବାସୀ ଏକ ସୁସ୍ଥ ରାସ୍ତା ପାଇବେ ବୋଲି ଖୁସି ଜାହିର କରିଥିଲେ। କିନ୍ତୁ ଜନତାଙ୍କୁ ଭଣ୍ଡା ଯାଇଛି। ରାସ୍ତାର ଦୈର୍ଘ୍ୟ ୭.୫କି.ମି ଥିବା ବେଳେ ଏହାର ଚୌଡା ୭ମିଟର ଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି ଏବଂ ଏହାକୁ ୧୪କୋଟି ଟଙ୍କା ଟେଣ୍ଡରରେ ଠିକା ସଂସ୍ଥାକୁ ନିର୍ମାଣ ଦାୟିତ୍ୱ ପ୍ରଦାନ କରାଯାଇଥିବା ଜଣା ଯାଇଛି କିନ୍ତୁ ଠିକାଦାର ଏବଂ ସ୍ଥାନୀୟ ଶାସକ ବିଧାୟକଙ୍କ ମଧୁଚନ୍ଦ୍ରିକା ହେତୁ ରାସ୍ତାକାମ ଆଗେଇ ପାରୁନଥିବା ହେତୁ ଅଞ୍ଚଳବାସୀ ସବୁଦିନିଆ ରାସ୍ତା ପାଇବାରୁ ବଞ୍ଚିତ ଅଛନ୍ତି। ଫଳରେ ରାସ୍ତାଟିିର ଅବସ୍ଥା ଏପରି ହୋଇଛି ଯେ ପାଦଚଲା ପାଇଁ ଅନୁପୁଯୁକ୍ତ ଥିବା ପରି ମନେହେଉଛି। ରାସ୍ତା ସାରା ଶହ ଶହ ଗାତ ସୃଷ୍ଟି ହେବା ସହିତ ବ୍ରିଟିଶ୍‍ ଅମଳର ନଦୀକୁଣ୍ଡା ପୋଲ ଭୁଷୁୁଡିବା ପରିସ୍ଥିତି ଦେଖା ଦେବା ସହିତ ଅସ୍ଥାୟୀ ରାସ୍ତା ମଧ୍ୟ ଭୂଷୁଡି ପଡ଼ିଥିବା ଦେଖାଯାଇଛି। ସରକାରଙ୍କୁ ଦାବି କରି ଯଥା ଶ୍ରୀଘ୍ର ରାସ୍ତା ନବୀକରଣ ପାଇଁ ଅନୁରୋଧ କରିଥିବା ବେଳେ ଏହା କାର୍ୟ୍ୟକାରୀ କରନଗଲେ ବାଙ୍କୀ ଜନସାଧାରଣ ରାଜରାସ୍ତାକୁ ଓହ୍ଳାଇବେ ବୋଲି ଡ. ପଟ୍ଟନାୟକ ଚେତାବନୀ ଦେଇଛନ୍ତି।

Hot this week

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

Related Articles

Popular Categories