www.samajalive.in
Sunday, December 7, 2025
18.1 C
Bhubaneswar

ଗଣପର୍ବ ନୁଆଁଖାଇ ଉପରେ ଢାଙ୍କିଛି କରୋନା ମହାମାରୀର କଳାବାଦଲ

ରେଙ୍ଗାଲି: କରୋନା ମହାମାରୀର ପ୍ରକୋପ ଯୋଗୁଁ ମହାନ୍‍ ଗଣପର୍ବ ନୁଆଁଖାଇ ଆଉ ଦୁଇ ଦିନ ବାକି ଥିଲେ ବି ଲୋକଙ୍କ ମନରେ ଅନ୍ୟବର୍ଷ ଭଳି ଆନନ୍ଦ ଉତ୍ସାହ ଦେଖିବାକୁ ମିଳୁନାହିଁ। ଦିନକୁ ଦିନ କରୋନାର ପ୍ରକୋପ ବଢି ବଢି ଚାଲିଥିବାରୁ ଜନସାଧାରଣରେ ନିରାଶର ବାତାବରଣ ଖେଳିଯାଇଛି। ପଜିଟିଭ୍‍ ଚିହ୍ନଟ ହୋଇଥିବା ଗାଁ ମାନଙ୍କରେ ସବୁଠାରୁ ବେଶୀ ନୈରାଶ୍ୟ ଭାବ ଦେଖିବାକୁ ମିଳୁଛି। ନୁଆଁଖାଇର କିଛି ଦିନ ଆଗରୁ ଗାଁ ଗୁଡିକ ଚଳଚଞ୍ଚଳ ହୋଇ ଉଠିଥାଏ। କିନ୍ତୁ ଚଳିତ ବର୍ଷ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଲୋକଙ୍କ ମଧ୍ୟରେ ଉତ୍ସାହ ଉଦ୍ଦିପନା ଦେଖିବାକୁ ମିଳୁନାହିଁ। କରୋନା ଭୟରେ ବାହାରେ ଚାକିରୀ, ବ୍ୟବସାୟ କରୁଥିବା ଲୋକ ନୁଆଁଖାଇ ପାଇଁ ଘରକୁ ଫେରିବା ମୁସ୍କିଲ୍‍ ହୋଇ ପଡିଛି। ଯେଉଁ ଆଡକୁ ଗଲେ କରୋନାର ପଜିଟିଭ୍‍ ନେଗେଟିଭ୍‍ ଚର୍ଚ୍ଚା। ଆନନ୍ଦ ଉତ୍ସାହ ଏବଂ ଭାଇଚାରାକୁ ସମୃଦ୍ଧ କରିବାର ପ୍ରତୀକ ହୋଇଥିବା ଗଣପର୍ବ ନୁଆଁଖାଇ ଉପରେ ସତେ ଯେମିତି କରୋନା ମହାମାରୀର କଳାବାଦଳ ଢାଙ୍କି ଦେଇଛି। କରୋନା ଯୋଗୁଁ ପରିବେଶରେ ଉତ୍ସାହ ବିହୀନ ନୀରବତା ବ୍ୟାପି ଯାଇଛି। ନୁଆଁଖାଇକୁ ଆଉ ମାତ୍ର ଦୁଇ ଦିନ ବାକି ଥିବା ସତ୍ତେ୍ୱ ଗାଁ ମାନଙ୍କରେ ଥିବା ମାଟି କାନ୍ଥ ଘର ଅନ୍ୟବର୍ଷ ଭଲି ଲିପା ପୋଛା କରିବା ପ୍ରକ୍ରିୟା ଦେଖିବାକୁ ମିଳୁନାହିଁ। କରୋନାକୁ ରୋକିବା ପାଇଁ ସାମାଜିକ ଦୂରତା କୁ କଡାକଡି ପାଳନ କରିବାକୁ ସରକାର ତାଗିଦ୍‍ କରିଥିବାରୁ ଏବର୍ଷ ନୁଆଁଖାଇ ଭେଟଘାଟ୍‍ ଆଉ ଦେଖିବାକୁ ମିଳିବ ନାହିଁ। କଟକଣା ଯୋଗୁଁ ଜନ ଗହଳିକୁ ବାରଣ ଥିବାରୁ ନବାନ୍ନ ଭକ୍ଷଣ ପରେ ଗାଁ ମାନଙ୍କରେ ହେଉଥିବା ସଂପ୍ରଦା,କିର୍ତ୍ତନ,ଭଜନ ସମାରୋହ ଆଦି ସାଂସ୍କୃତିକ କାର୍ୟ୍ୟକ୍ରମ ଏବଂ ନୁଆଁଖାଇ ଜୁହାର ଭେଟ,ବନ୍ଧୁ ମିଳନ କାର୍ୟ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବା ମୁସ୍କିଲ୍‍ ଜଣାପଡୁଛି। ନୁଆଁଖାଇ ଏକ ସାମାଜିକ ଗଣପର୍ବ ହୋଇଥିବା ବେଳେ କରିନା ମହାମାରୀ କୁ ରୋକିବା ପାଇଁ ସାମାଜିକ ସ୍ତରରେ ଏକତ୍ରିତ ହେବା ଉପରେ ନିଷେଧାଦେଶ ଜାରି କରାଯାଇ ଥିବାରୁ ଚଳିତ ବର୍ଷ ନୁଆଁଖାଇ କେବଳ ବିଧିରକ୍ଷା କଲା ଭଳି ପାଳିତ ହେବା ନିଶ୍ଚିତ ଜଣାପଡୁଛି।

Hot this week

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

Related Articles

Popular Categories