ଭେଟେଲ ବ୍ରିଟିଶ ଗ୍ରାଁପ୍ରି ଚମ୍ପିଆନ

0

ସିଲଭରଷ୍ଟୋନ : ଫରାରି ଡ୍ରାଇଭର ସେବାଷ୍ଟିଆନ ଭେଟେଲ ଚଳିତବର୍ଷର ଦଶମ ଫର୍ମୁଲା ୱାନ ରେସ୍‍ ବ୍ରିଟିଶ ଗ୍ରାଁପ୍ରିରେ ଚମ୍ପିଆନ ହୋଇଛନ୍ତି। ରବିବାର ଅନୁଷ୍ଠିତ ଚୂଡାନ୍ତ ରେସ୍‍ରେ ଭେଟେଲ ୫.୮୯୧ କିମି ଦୂରତ୍ୱ ବିଶିଷ୍ଟ ଏହି ଟ୍ରାକ୍‍କୁ ୧ ଘଣ୍ଟା ୨୭ ମିନିଟ ୨୯.୭୮୪ ସେକେଣ୍ଡରେ ୫୨ ଥର ପରିକ୍ରମା କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ମର୍ସିଡିଜ ଡ୍ରାଇଭର ଲୁଇସ ହାମିଲଟନ ୨ୟ ଓ ଫରାରି ଡ୍ରାଇଭର କିମି ରାଇକୋନେନ୍‍ ୩ୟ ସ୍ଥାନ ଅଧିକାର କରିଛନ୍ତି। ଅପରପକ୍ଷରେ ଫୋର୍ସ ଇଣ୍ଡିଆର ଦୁଇ ଡ୍ରାଇଭର ଏଷ୍ଟିବାନ୍‍ ଓକନ ଓ ସର୍ଗିଓ ପେରେଜଙ୍କୁ ଯଥାକ୍ରମେ ୭ମ ଓ ୧୧ଶ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଛି। ଚଳିତବର୍ଷ ଭେଟେଲଙ୍କର ଏହା ହେଉଛି ଚତୁର୍ଥ ଟାଇଟଲ। ପୂର୍ବରୁ ସେ ଅଷ୍ଟ୍ରେଲିଆ, ବାହାରିନ ଓ କାନାଡା ଗ୍ରାଁପ୍ରିରେ ବିଜୟୀ ହୋଇସାରିଛନ୍ତି। ଡ୍ରାଇଭରଙ୍କ ତାଲିକାରେ ଭେଟେଲ ୧୭୧ ପଏଣ୍ଟ ପାଇଁ ଶୀର୍ଷରେ ଥିବାବେଳେ ହାମିଲଟନ (୧୬୩) ୨ୟ ଓ ରାଇକୋନେନ୍‍ (୧୧୬) ୩ୟ ସ୍ଥାନରେ ରହିଛନ୍ତି।

Leave A Reply