www.samajalive.in
Monday, December 8, 2025
24.1 C
Bhubaneswar

କନ୍ଧମାଳ: ୬୦.୪୪ ପ୍ରତିଶତ ପରୀକ୍ଷା ଫଳ

ଫୁଲବାଣୀ: କନ୍ଧମାଳରେ ଯୁକ୍ତ ୨ ବାଣିଜ୍ୟ ପରୀକ୍ଷାର ପାସହାର ୬୦.୪୪ ପ୍ରତିଶତ ରହିଛି। ଜିଲ୍ଲାରୁ ମୋଟ ୨୨୫ ଜଣ ପରୀକ୍ଷା ଦେଇଥିବା ବେଳେ ୧୩୬ ଜଣ ପାସ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୪ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୩୫ ଏବଂ ତୃତୀୟ ଶ୍ରେଣୀରେ ୭୭ ଜଣ ପାସ କରିଥିବା ଜଣା ପଡିଛି।

ଫୁଲବାଣୀ ସରକାରୀ ଜୁନିୟର କଲେଜର ୬୨ ଜଣ ପରୀକ୍ଷା ଦେଇଥିବା ବେଳେ ୪୭ ଜଣ ପାସ କରିଛନ୍ତି। ସେଥି ମଧ୍ୟରୁ ୧୨ ଜଣ ପ୍ରଥମ ଶ୍ରେଣୀରେ ପାସ କରିଥିବା ବେଳେ ୧୬ ଜଣ ଦ୍ୱିତୀୟ ଶ୍ରେଣୀରେ ଏବଂ ୧୯ ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି। ଛାତ୍ର ଅମ୍ଲାନ ଅଭିନନ୍ଦନ ୪୭୭ ନଂ ରଖି ଜିଲ୍ଲାରେ ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି। ସେହିପରି ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟରେ ୯୬ ଜଣ ପରୀକ୍ଷା ଦେଇଥିବା ବେଳେ ୫୫ ଜଣ ପାସ କରିଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣ ପ୍ରଥମ ଶ୍ରେଣୀରେ ପାସ କରିଥିବା ବେଳେ ୧୦ ଜଣ ଦ୍ୱିତୀୟ ଶ୍ରେଣୀରେ ଏବଂ ୩୯ ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି। କଲେଜର ସୁମିତ୍‍ ସେନାପତି ୪୩୫ ନମ୍ବର ରଖି କଲେଜର ଟପ୍ପର ହୋଇଛନ୍ତି।

- Advertisement -

ବ୍ରାହ୍ମଣୀଗାଁ କଲେଜରେ ୫୬ ଜଣ ପରୀକ୍ଷା ଦେଇଥିବା ବେଳେ ୩୪ ଜଣ ପାସ କରିଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣ ପ୍ରଥମ ଶ୍ରେଣୀରେ ପାସ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୯ ଜଣ ଓ ତୃତୀୟ ଶ୍ରେଣୀରେ ୧୯ ଜଣ ପାସ କରିଛନ୍ତି। କଲେଜର ଛାତ୍ର ଲିପୁ ଦିଗାଲ ୪୫୭ ନମ୍ବର ରଖି କଲେଜର ଟପ୍ପର ହୋଇଛନ୍ତି। ଆଜି ଫଳାଫଳ ଘୋଷଣା ପରେ ତିନୋଟି କଲେଜରେ ଟପ୍ଟର ହୋଇଥିବା ଛାତ୍ର ମାନଙ୍କୁ ସଂପୃକ୍ତ କଲେଜର ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ଅନ୍ୟ ସହପାଠିମାନେ ଶୁଭେଚ୍ଛା ଜଣାଇଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories