www.samajalive.in
Monday, December 8, 2025
13.1 C
Bhubaneswar

ଏସ୍‍ବିଆଇ କର୍ମଚାରୀ କରୋନା ସଂକ୍ରମିତ, ୨ ଦିନ ବ୍ୟାଙ୍କ ବନ୍ଦ

ପିପିଲି: ପିପିଲି ପୌରାଞ୍ଚଳ ମୁଖ୍ୟବଜାର ଉପରେ ଥିବା ଏସ୍‍ବିଆଇ ଶାଖାର ଜଣେ ମହିଳା କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବୁଧବାର ଠାରୁ ଦୁଇଦିନ ପାଇଁ ବ୍ୟାଙ୍କକୁ ବନ୍ଦ କରାଯାଇଛି। ଭୁବନେଶ୍ୱରରେ ରହୁଥିବା ଏହି ଶାଖାର ଜଣେ ମହିଳା କର୍ମଚାରୀ କରୋନା ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି। ତାଙ୍କର ଜଣେ ନିକଟ ପରିଚିତ ମହିଳା କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କ କଣ୍ଟାକ୍ଟ ଟ୍ରେସିଂ ଧାରାରେ ଏହି ମହିଳା ବ୍ୟାଙ୍କ କର୍ମଚାରୀଙ୍କ କୋଭିଡ୍‍ ପରୀକ୍ଷା କରାଯିବାରୁ ରିପୋର୍ଟ ପଜିଟିଭ୍‍ ଆସିଥିଲା।

ଏ ସଂପର୍କରେ ସୂଚନା ପାଇବା ପରେ ପିପିଲି ଏସ୍‍ବିଆଇ ଶାଖାର ଚିଫ୍‍ ମ୍ୟାନେଜର ଦିବାକର ନନ୍ଦୀ ବ୍ୟାଙ୍କକୁ ବୁଧବାର ଠାରୁ ୪୮ଘଣ୍ଟା ପାଇଁ ବନ୍ଦ କରି ଦେବା ସହ ବ୍ୟାଙ୍କର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ହୋମ୍‍ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଏସଂପର୍କରେ ବ୍ୟାଙ୍କର ବରିଷ୍ଠ ଅଧିକାରୀ, ସ୍ଥାନୀୟ ତହସିଲଦାର ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ବ୍ୟାଙ୍କ ପକ୍ଷରୁ ଅବଗତ କରାଯାଇଥିବା ବେଳେ ତହସିଲଦାର ସପନ କୁମାର ନନ୍ଦଙ୍କ ପରାମର୍ଶ କ୍ରମେ ବ୍ୟାଙ୍କ ଶାଖାକୁ ଦୁଇଦିନ ପାଇଁ ବନ୍ଦ କରାଯାଇଥିବା ସୂଚନା ମିଳିଛି। ଶାଖାର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ କୋଭିଡ୍‍ ପରୀକ୍ଷା ଗୁରୁବାର କରାଯିବା ପରେ ଶୁକ୍ରବାର ଠାରୁ ବ୍ୟାଙ୍କ କାର୍ଯ୍ୟ ସ୍ୱାଭାବିକ୍‍ ହେବ ବୋଲି ଶ୍ରୀନନ୍ଦୀ ସୂଚନା ଦେଇଛନ୍ତି। ଆଜି ପିପିଲି ପୌର ପରିଷଦ ପକ୍ଷରୁ ବ୍ୟାଙ୍କ୍‍କୁ ସାନିଟାଇଜ କରାଯାଇଛି।

Hot this week

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

Related Articles

Popular Categories