www.samajalive.in
Saturday, December 13, 2025
14.1 C
Bhubaneswar

କୋଭିଡ ଆରୋଗ୍ୟ ସଂଖ୍ୟା ୨୦ଲକ୍ଷ ଟପିଲା‌ : ମୃତ୍ୟୁହାର ୧.୧୯%

ନୂଆଦିଲ୍ଲୀ : ଦେଶରେ କୋଭିଡ୍‍-୧୯ରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ୨୦ ଲକ୍ଷ ଅତିକ୍ରମ କରିଛି। ଏଥିସହିତ କୋଭିଡ ଆରୋଗ୍ୟ ହାର ୭୩.୬୪%କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୦ ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ଏପର୍ଯ୍ୟନ୍ତ ଦେଶରେ ମୋଟ୍‍ ୨୦ଲକ୍ଷ ୩୭ହଜାର ୮୭୦ ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି।
କରୋନା ମୃତ୍ୟୁହାର ମଧ୍ୟ କ୍ରମଶଃ ହ୍ରାସ ପାଇ ଶତକଡ଼ା ୧.୧୯ ପ୍ରତିଶତ ରହିଛି। ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କରୋନା ମୃତ୍ୟୁ ହାର ଜାତୀୟ ମୃତ୍ୟୁହାରଠାରୁ କମ୍‍ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଗତ ୨୪ ଘଣ୍ଟା ମଧ୍ୟରେ ଆଉ ପ୍ରାୟ ୬୪ ହଜାର ନୂଆ ଲୋକ ସଂକ୍ରମିତ ହୋଇଛନ୍ତି। ଫଳରେ ଦେଶରେ କୋଭିଡ୍‍ ସଂକ୍ରମିତମାନଙ୍କ ସଂଖ୍ୟା ୨୭ ଲକ୍ଷ ୬୭ ହଜାର ୨୭୪ ରହିଛି। କୋଭିଡରେ ସଂକ୍ରମିତ ହାର ମଧ୍ୟ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ବର୍ତ୍ତମାନ ମୋଟ୍‍ ନମୁନା ପରୀକ୍ଷାର ଏହା ଶତକଡ଼ା ୭.୭୨ ପ୍ରତିଶତ ରହିଛି।

ବର୍ତ୍ତମାନ ଦେଶରେ ୬ଲକ୍ଷ ୭୬ ହଜାର ୫୧୪ ଜଣ ସଂକ୍ରମିତ ବ୍ୟକ୍ତିଙ୍କର ଚିକିତ୍ସା କରାଯାଉଛି। ଗୋଟିଏ ଦିନ ଭିତରେ ଆଉ ୧ ହଜାର ୯୨ ଜଣଙ୍କର ମୃତ୍ୟୁ ଘଟିବାରୁ କୋଭିଡ୍‍ ମୃତ୍ୟୁସଂଖ୍ୟା ୫୨ ହଜାର ୮୮୯ରେ ପହଞ୍ଚିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories