www.samajalive.in
Tuesday, December 9, 2025
15.1 C
Bhubaneswar

କେଶର ଯତ୍ନ

ଋତୁ ଅନୁସାରେ କେଶର ଯତ୍ନ ନେବା ଉଚିତ ବୋଲି ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତ। ଅନ୍ୟ ଦିନ ତୁଳନାରେ ବର୍ଷାଋତୁରେ କେଶର ଭଲଭାବେ ଯତ୍ନ ନେବା ଆବଶ୍ୟକ।
– କେଶ ପାଇଁ ମୁଲତାନି ମାଟିର ଉପକାର ଅନେକ। ୩ବଡ଼ ଚାମଚ ମୁଲତାନି ମାଟିରେ ପର୍ଯ୍ୟାପ୍ତ ମାତ୍ରାରେ ପାଣି ମିଶାଇବେ। ସେଥିରେ ୨ଛୋଟ ଚାମଚ ମହୁ ମିଶାଇ କେଶମୂଳରେ ଲଗାଇ ୩୦ ମିନିଟ୍ ପରେ ଶ୍ୟାମ୍ପୁ କରନ୍ତୁ।
– ମୁଲତାନି ମାଟି, ଦହି, ଲେମ୍ବୁରସ ଇତ୍ୟାଦି ମିଶାଇ ମଧ୍ୟ କେଶରେ ପ୍ୟାକ୍ ଭଳି ଲଗାଇପାରନ୍ତି। ମୁଲତାନି ମାଟି କେଶଝଡ଼ାକୁ ଅନେକାଂଶରେ କମ୍ କରେ।
– ଅଣ୍ଡା ଓ ଲେମ୍ବୁରସର ମିଶ୍ରଣକୁ କେଶରେ ୩୦ ମିନିଟ୍ ଲଗାଇ ଶ୍ୟାମ୍ପୁ କରିବେ। ଏପରି କଲେ କେଶ ସଂକ୍ରମଣଜନିତ ରୋଗରୁ ରକ୍ଷା ମିଳିବା ସହ ରୁପି ମଧ୍ୟ ନିୟନ୍ତ୍ରଣ ହୁଏ।
– ମନ୍ଦାର ପତ୍ର ଓ ଫୁଲ, ଉଭୟ କେଶ ଘନତ୍ବ ବଢ଼ାଇବାରେ ସହାୟକ। ଏସବୁୁକୁ ବାଟି ସୋରିଷ ତେଲରେ ମିଶାଇ କେଶରେ ଲଗାଇବା କେଶର ବିଭିନ୍ନ ସମସ୍ୟା ଦୂର କରୁଥିବାର ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତ।
– ଶିକାକାଇ ଗୁଣ୍ଡ ୧ଚାମଚ, ରିଠା ୧ଚାମଚ ଓ ଦହି ୨ଚାମଚ ମିଶାଇ ପ୍ୟାକ୍ ତିଆରି କରି କେଶମୂଳରେ ଲଗାନ୍ତୁ। କେଶଝଡ଼ା ୧ ମାସ ମଧ୍ୟରେ କମ୍ ହୋଇଥାଏ।
– ପ୍ରତି ସପ୍ତାହରେ ଥରୁଟିଏ କେଶ ବାମ୍ଫ ନେବା ମଧ୍ୟ ଭଲ। ଏଇ ଉପାୟରେ କେଶ ମୂଳ ଦୃଢ଼ ହୋଇଥାଏ। n

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories