www.samajalive.in
Thursday, December 11, 2025
18.1 C
Bhubaneswar

ସାରର ଅଭାବ ଓ କଳାବଜାର ନେଇ ବିଜେପିର ଉଦ୍‌ବେଗ

ନବରଙ୍ଗପୁର : ନବରଙ୍ଗପୁର ଜିଲାରେ ୟୁରିଆ ସାରର ଅଭାବ ଓ ବ୍ୟାପକ କଳାକାରବାର କରାଯାଉଥିବା ନେଇ ଭାରତୀୟ ଜନତାପାର୍ଟି ପକ୍ଷରୁ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି। ଜିଲା ବିଜେପି ପକ୍ଷରୁ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଜିଲାସଭାପତି ଜଗଦିଶ ଚନ୍ଦ୍ର ବିଷୋୟୀ ଜିଲାରେ ୟୁରିଆସାର ମିଳୁନଥିବାବେଳେ ଚାଷୀମାନେ ବହୁ ହଇରାଣ ହେଉଛନ୍ତିି। ଜିଲାରେ ଧାନ ଚାଷ କାମ ଶେଷ ହେବାକୁ ବସିଥିବାବେଳେ ଏବେ ଧାନ ବିହନ ଆସିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ରାଜ୍ୟ ସରକାରଙ୍କର ଅବହେଳା କାରଣରୁ ଚାଷୀମାନେ ସୁଫଳ ପାଇ ପାରୁନଥିବା କହିଥିଲେ। ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ସାରର ଅଭାବି ବିକ୍ରି ଓ କଳାବଜାର ନେଇ ଜିଲାପ୍ରଶାସନକୁ ଟାର୍ଗେଟ କରିଥିଲେ। ଜିଲାରେ ୯୦ପ୍ରତିଶତ ଲୋକା କୃଷି ଉପରେ ନିର୍ଭର କରୁଛନ୍ତିା ୟୁରିଆସାର ମିଳୁନଥିବାରୁ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି। ପଡୋଶୀ ଛତିଶଗଡ ରାଜ୍ୟରୁ ନକଲୀ ସାର ଅଣାଯାଇ ଚଢା ଦରରେ ବିକ୍ରି କରାଯାଉଛି। ଜିଲାରେ ସାର ସଂପର୍କରେ ଗତ ୧୬ ତାରିଖରେ ତାଙ୍କ ସହିତ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଓ ବରିଷ୍ଠ ବିଜେପି ନେତା ରମେଶ ଚନ୍ଦ୍ର ସାହୁଙ୍କୁ ଉମରକୋଟ ଠାରେ ଜିଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଡକାଇ ଆଲୋଚନା କରିଥିଲେ। ତେବେ ଏହି ଅଧିକାରୀଙ୍କର ନିକଟରେ ସଂମ୍ପୂର୍ଣ୍ଣ ତଥ୍ୟ ନଥିବାବେଳେ ସେ ୨୩ ହଜାର ମେଟ୍ରିକ ଟନ୍ ସାର ଆସିଥିବା କହିଥିଲୋ କିନ୍ତୁ ପ୍ରକୃତ ପକ୍ଷେ ୨୧୧୪୫.୬୩୦ ମେଟ୍ରିକ ଟନ୍ ୟୁରିଆ ଆସିଛି। ଜିଲାରେ ସାର ମିଳୁନଥିବା ନେଇ ଗତ କାଲି ତାଙ୍କ ସହିତ ଗଙ୍ଗାଧର ସାମନ୍ତରାୟ, ଗଦାଧର ତ୍ରିପାଠୀ, ରାଜେନ୍ଦ୍ର ତ୍ରିପାଠୀ ଓ ସତ୍ୟବାଦୀ ଷଡଙ୍ଗୀ ପ୍ରମୂଖ ଜିଲାପାଳଙ୍କୁ ଭେଟି ଆଲୋଚନା କରିଥିଲେ। ଜିଲାପାଳଙ୍କ ନିକଟରେ ମଧ୍ୟ କୈାଣସି ଡାଟା ନଥିବା ପରିତାପର ବିଷୟ ବୋଲି କହିଥିଲେ।

ତେବେ ଏଥିପ୍ରତି ଜିଲାପାଳ ତୁରନ୍ତ ପଦକ୍ଷେପ ନେବେ ବୋଲି କହିଛନ୍ତି। ଜିଲାରେ ସାରା ସୁଷମ ବଣ୍ଟନ କରାଯାଇ ନଥିବାରୁ ସାରର ଅଭାବୀ ଦେଖାଦେଇଛି। ଏହା ବ୍ୟତୀତ କେତେକ ନିର୍ଦ୍ଧିଷ୍ଟ ଡିଲର ଓ ହୋଲସେଲର ପାଖରେ ମହଜୁଦ ରହି କଳାକାରବାର କରାଯାଉଥିବା କହିଥିଲେ। ଏହାର ଚଢାଉ କରି ପଦକ୍ଷେପ ନେବାକୁ ଦାବି କରିଥିଲେ। ସାରର ଅଭାବ ଓ କଳାକାରବାର ବନ୍ଦ କରାନଗଲେ ବିଜେପି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ଦାବି କରିଥିଲେ। କାଳିଆ ଟଙ୍କାନେଇ ଜିଲା କୃଷି ବିଭାଗ କୃଷକମାନଙ୍କୁ ନୋଟିସ କରିଛି। ରାଜ୍ୟର ବିରୋଧୀଦଳନେତା ତଥା ବିଜେପି ବିଧାୟକ ପ୍ରଦୀପ୍ତ ନାୟକଙ୍କର ଦାବି ପରେ ଟଙ୍କା ଆଦାୟ ବନ୍ଦ କରାଯାଇଛି।

- Advertisement -

ପୂର୍ବତନ ଜିଲା ସଭାପତି ତଥା ବରିଷ୍ଠ ଆଇନଜୀବୀ ଝାଡେଶ୍ୱର ଖାଡଙ୍ଗା ସାରର କଳାବଜାର ଉପରେ ପଦକ୍ଷେପ ନେବାକୁ ଫରଟିଲାଇଜର କଣ୍ଟ୍ରୋଲ ଆକ୍ଟ ଅଛି। କୃଷି ଅଧିକାରୀଙ୍କର ଏହି କ୍ଷମତା ରହିଛି। ଆବଶ୍ୟକ କ୍ଷେତ୍ରରେ ମାମଲା ରୁଜୁ କରିବା ସହ ଗିରଫ କରି ପାରିବେ। କିନ୍ତୁ ଏହିଜିଲାରେ ଏହା କାର୍ଯ୍ୟକାରୀ ହେଉନି। ଧାନ ଚାଷୀକୁ ଅଗ୍ରାଧିକାର ଭିତ୍ତିରେ ୟୁରିଆ ସାର ନଦେଇ ମକା ଓ ୟୁକାଲି ପଟାସ ଗଛ ପାଇଁ ସାର ଦିଆଯାଉଥିବା ଅଭିଯୋଗ କରିଥିଲେ। କୃଷକମାନଙ୍କ ପାଇଁ କୃଷି ଅଧିକାରୀ କୈାଣସି ସହାୟତା କରୁନାହାନ୍ତି ବୋଲି କହିଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋବିନ୍ଦ ଜୈନ ଚନ୍ଦାହାଣ୍ଡି ବ୍ଳକରେ ଛତିଶଗଡରୁ ନକଲି ୟୁରିଆ ବ୍ୟାପକ ବିକ୍ରି ହେଉଥିବା କହିଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୈାରୀଶଙ୍କର ମାଝୀ ଜିଲାର ସାର ପାଇ ପାରୁନଥିବା ନେଇ ଚାଷୀମାନେ ହଇରାଣ ହେଉଛନ୍ତି। ଏବେ ଧାନ ଚାଷର ପୋକ ଲାଗିବା ଆରମ୍ଭ ହୋଇଛି। ଏହାର ପ୍ରତିକାର ପାଇଁ କୈାଣସି ଔଷଧ ଆସିନଥିବା କହିଥିଲେ। ସାର ଓ ଔଷଧ ଅଭାବର ସମାଧାନ କରାନଗଲେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଥିଲେ। ଅନ୍ୟମାନଙ୍କର ମଧ୍ୟରେ ପୂର୍ବତନ ଜିଲା ସଭାପତି ତଥା ବରିଷ୍ଠ ଆଇନଜୀବୀ ଗଙ୍ଗାଧର ସାମନ୍ତରାୟ, ବରିଷ୍ଠନେତା ସତ୍ୟବାଦୀ ଷଡଙ୍ଗୀ, ରାଜେନ୍ଦ୍ର ତ୍ରିପାଠୀ, ମୃତ୍ୟୁଞୟ ଦାସ, ଉଡ୍ର ପଟ୍ଟନାୟକ, ସୁବ୍ରତ ମିଶ୍ର, ମାନସ ତ୍ରିପାଠୀ, ଅରୁଣ ପୂଜାରୀ, ବୁଢା ଜେନା, ଅନନ୍ତ ପଣ୍ଡା ଓ ପିଣ୍ଟୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories