www.samajalive.in
Monday, December 8, 2025
14.1 C
Bhubaneswar

ବୃୃକ୍ଷରୋପଣ ପାଇଁ ମିଳୁଥିବା ଅର୍ଥରେ ରାଜ୍ୟ ସରକାରମାନେ କିଣୁଛନ୍ତି ଗାଡି଼, ବନ୍ଦ କରିଦେବୁ ପାଣ୍ଠି: ଜାଭଡ଼େକର

ନୂଆଦିଲ୍ଲୀ: ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭଡ଼େକର କ୍ଷତିପୂରଣ ବୃକ୍ଷରୋପଣ ପାଣ୍ଠି(କେମ୍ପା) ପାଇଁ ଦିଆଯାଉଥିବା ଅର୍ଥର ଦୂରୁପଯୋଗ କରୁଥିବା ରାଜ୍ୟମାନଙ୍କୁ ସୋମବାର ଏକ ଚେତାବନୀ ଦେଇଛନ୍ତି। ଦିଆ ଯାଉଥିବା ଅର୍ଥକୁ ବୃକ୍ଷରୋପଣ ବ୍ୟତୀତ ଅନ୍ୟ କାମରେ ଖର୍ଚ୍ଚ କରୁଥବା ରାଜ୍ୟମାନଙ୍କୁ ଭବିଷ୍ୟତରେ ଏହି ପାଣ୍ଠିରୁ ଅର୍ଥ ଆବଣ୍ଟନ ବନ୍ଦ ହୋଇପାରେ ବୋଲି ସେ କହିଛନ୍ତି।

ଜଙ୍ଗଲ ଏବଂ ପରିବେଶ ସମ୍ବନ୍ଧରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସଚିବ ତଥା ବରିଷ୍ଠ ଅଧିକାରୀମାନଙ୍କ ସହ ଅନୁଷ୍ଠିତ ଏକ ଭର୍ଚୁଆଲ ବୈଠକରେ ଜାଭଡ଼େକର ଏନେଇ ସୂଚନା ଦେଇଛନ୍ତି। ତାଙ୍କ କହିବା ମୁତାବକ, ପ୍ରଥମେ ରାଜ୍ୟମାନଙ୍କୁ ଗତ ୫ ବର୍ଷରେ ଜଙ୍ଗଲର ବିକାଶରେ ଖର୍ଚ୍ଚ ହୋଇଥିବା ଅର୍ଥର ହିସାବ ଦେବାକୁ ହେବ। ତା’ପରେ ଯାଇ ସେମାନଙ୍କୁ ଅଧିକ ଅର୍ଥ ପ୍ରଦାନ କରାଯିବ। ସେ କହିଛନ୍ତି, ରାଜ୍ୟମାନଙ୍କୁ କେମ୍ପା ପାଣ୍ଠିରୁ ମିଳୁଥିବା ଅର୍ଥର ଅତି କମରେ ୮୦ ପ୍ରତିଶତ କେବଳ ବୃକ୍ଷରୋପଣରେ ଖର୍ଚ୍ଚ କରିବାକୁ ହେବ। ବାକି ୨୦ ପ୍ରତିଶତ କ୍ଷମତା ବିସ୍ତାରରେ ଖର୍ଚ୍ଚ କରାଯାଇପାରିବ।

- Advertisement -

ଶୁଣିବାକୁ ମିଳୁଛି, ଅନେକ ରାଜ୍ୟ ସରକାର ଏହି ଅର୍ଥକୁ ବନ ଅଧିକାରୀଙ୍କ ଗାଡ଼ି କିଣିବା, ବୈଠକ କରିବା ଆଦି କାର୍ଯ୍ୟରେ ଖର୍ଚ୍ଚ କରୁଛନ୍ତି। ଜାଭଡ଼େକର ଏହି ବୈଠକରେ ସ୍ପଷ୍ଟ ଭାବେ ସେମାନଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ, କେମ୍ପାରୁ ଅର୍ଥ ଆସିଗଲା ପରେ କିଛି ରାଜ୍ୟ ଏହି ଅର୍ଥରେ ଗାଡ଼ି କିଣୁଛନ୍ତି। ଆମେ ଦେଖିବୁ ଯେ, ଜଙ୍ଗଲ ବଜେଟ୍‍ ଗତ ପାଞ୍ଚ ବର୍ଷରେ କେତେ ବଢିଛି ଓ ଏହା ବ୍ୟତୀତ କେମ୍ପାର ଅର୍ଥ ମିଳିବନାହିଁ। ସେ ଆହୁରି କହିଛନ୍ତି, କେନ୍ଦ୍ରରୁ ରାଜ୍ୟଗୁଡ଼ିକୁ ମିଳୁଥିବା ଭାଗରୁ ଜଙ୍ଗଲ ଅଂଶ ୭ ପ୍ରତିଶତରୁ ବଢାଇ ୧୦ ପ୍ରତିଶତ କରାଯାଇଛି। ଏହାଦ୍ୱାରା ରାଜ୍ୟଗୁଡ଼ିକୁ ଅଧିକ ଅର୍ଥ ମିଳିବ। ତେଣୁ ସେମାନେ ନିଜ ଜଙ୍ଗଲ ବଜେଟ୍‍ ବୃଦ୍ଧି କରିବା ଉଚିତ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories