www.samajalive.in
Sunday, December 7, 2025
18.1 C
Bhubaneswar

ସାଲେଭଟା ଦଳିତ ପରିବାର ଘରଭଙ୍ଗା ଘଟଣା: ଆକାଶ ମିଶ୍ରଙ୍କ ଗିରଫ ଦାବିରେ ଜିଲା ଆଦିବାସୀ କଲ୍ୟାଣ ସଂଘର ବିକ୍ଷୋଭ

ବଲାଙ୍ଗିର: ବଲାଙ୍ଗିର ଜିଲା ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟା ଗାଁରେ ଦଳିତ ପରିବାରଙ୍କ ଘରଭଙ୍ଗା ଘଟଣାକୁ ନେଇ ଗତ କିଛି ଦିନ ହେଲା ସ୍ଥାନୀୟ ରାଜନୀତି ସରଗରମ ହୋଇଛି। ଏହି ଘଟଣାରେ ଜିଲାପାଳ କ୍ଷମତାର ଅପବ୍ୟବହାର କରିଥିବା ସାଲେଭଟା ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କୁ ପୁଲିସ ଗିରଫ କରି ଜେଲ ପଠାଇଥିବା ବେଳେ ସୋମବାର ଘଟଣାର ମାଷ୍ଟରମାଇଣ୍ଡ ପୂର୍ବତନ ସାଂସଦଙ୍କ ପୁଅ ଆକାଶ ମିଶ୍ରଙ୍କ ଗିରଫ ଦାବି କରିଛି ଜିଲା ଆଦିବାସୀ କଲ୍ୟାଣ ସଂଘ। ଏନେଇ ଏକ ଦାବି ପତ୍ର ବଲାଙ୍ଗିର ଟାଉନ ଅଧିକାରୀଙ୍କ ଜରିଆରେ ଏସପିଙ୍କୁ ପ୍ରଦାନ କରିଥିବା ଜଣାପଡିଛି।

ସୂଚନା ଅନୁସାରେ ଗତ ୧୦ ତାରିଖରେ ଆଗଲପୁର ବ୍ଲକ ସାଲେଭଟା ନିକଟସ୍ଥ ଗାଈଖାଇ ଡ୍ୟାମ ଅଞ୍ଚଳରେ ଜଙ୍ଗଳଜମି ଉପରେ ଘର ତୋଲିଥିବା ଛଅ ଜଣ ଦଳିତଙ୍କ ଘର ବୁଲଡୋଜର ଲଗାଇ ସାଲେଭଟା ସରପଞ୍ଚ ଓ ସ୍ଥାନୀୟ କିଛି ଲୋକଙ୍କ ସହାୟତାରେ ଭାଙ୍ଗିଦେଇଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତିଆରି ଏହି ଘର ବେଆଇନ ଭାବେ ଜଙ୍ଗଳଜମି ଉପରେ ନିର୍ମାଣ କରାଯାଉଥିବା ଅଭିଯୋଗରେ ଭଙ୍ଗାଯାଇଥିବା ସରପଞ୍ଚ ପରେ ସୂଚନା ଦେଇଥିଲେ। ସରପଞ୍ଚଙ୍କ ଏହି ପଦକ୍ଷେପ ଫଳରେ ଏହି ଛଅ ଦଳିତ ପରିବାର ସବୁକିଛି ହରାଇ ରାସ୍ତାକୁ ଚାଲିଆସିଥିବା ବେଳେ ସରପଞ୍ଚ ଓ ଅନ୍ୟ ୯ ଜଣଙ୍କ ନାଁରେ ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାରେ ଆଦିବାସୀ ସଂଘ ଘର ହରାଇଥିବା ୬ ପରିବାରକୁ ସମର୍ଥନ ଜଣାଇ ସମସ୍ତଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲା। ଗତ ୧୫ ତାରିଖରେ ସାଲେଭଟା ସରପଞ୍ଚ ହେମକାନ୍ତି ମୁଣ୍ଡା ଓ ତାଙ୍କ ସ୍ୱାମୀ ମୋହନ ମୁଣ୍ଡାଙ୍କୁ ଲୋଇସିଂହା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ଘଟଣା ପଛରେ ପୂର୍ବତନ ସାଂସଦ ବାଲଗୋପାଳ ମିଶ୍ରଙ୍କ ପୁଅ ଆକାଶ ମିଶ୍ରଙ୍କ ସିଧାସଳଖ ସଂପୃକ୍ତି ରହିଥିବା ଆଦିବାସୀ କଲ୍ୟାଣ ସଂଘ ଅଭିଯୋଗ କରିଛି। ଲୋଇସିଂହା ପୁଲିସ ଆକାଶ ମିଶ୍ରଙ୍କୁ ଗିରଫ କରିବାରେ କାହିଁକି ଅବହେଲା ପ୍ରଦର୍ଶନ କରୁଛି ବୋଲି ଆଦିବାସୀ ସଂଘ ଦାବି କରିଛି। ସୋମବାର ବ୍ରଜ ସିଂ ଭୋଇଙ୍କ ନେତୃତ୍ୱରେ ଜିଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ବଲାଙ୍ଗିର ଟାଉନ ଥାନା ସମ୍ମୁଖରେ ଏହାର ପ୍ରତିବାଦ କରାଯାଇଥିଲା। ଶୀଘ୍ର ଆକାଶ ମିଶ୍ରଙ୍କୁ ଗିରଫ କରିବା ପାଇଁ ଟାଉନ ଥାନା ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା। ପଶ୍ଚିମଓଡିଶାର ସମସ୍ତ ଥାନାରେ ଏନେଇ ମାମଲା ରୁଜୁ କରାଯିବ ବୋଲି ଆଦିବାସୀ ସଂଘ ପକ୍ଷରୁ କୁହାଯାଇଛି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories