www.samajalive.in
Thursday, December 11, 2025
26.1 C
Bhubaneswar

ଖୋର୍ଦ୍ଧା ଏବେ କରୋନା ହଟ୍‌ସ୍ପଟ୍

ଭୁବନେଶ୍ବର: ମାର୍ଚ୍ଚ ମାସରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିବା ଖୋର୍ଦ୍ଧା ଜିଲା ଏବେ ପୁଣିଥରେ ଶୀର୍ଷ ସ୍ଥାନକୁ ଆସିଛି। ଆରୋଗ୍ୟ କିମ୍ବା ମୃତ୍ୟୁ ନୁହେଁ; ବରଂ ନୂଆ ସଂକ୍ରମଣରେ ଖୋର୍ଦ୍ଧା କରୋନା ହଟ୍‌ସ୍ପଟ୍ ପାଲଟିଛି। ଲଗାତାର ଭାବେ ଏହି ଜିଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେବେ ନୂଆ ସଂକ୍ରମଣ ତୁଳନାରେ ଗଞ୍ଜାମ ଜିଲାରେ ସୁସ୍ଥଙ୍କ ସଂଖ୍ୟା ଖୋର୍ଦ୍ଧା ଠାରୁ ଢ଼େର ଅଧିକ ରହୁଛି। ଅଗଷ୍ଟ ମାସରେ ଖୋର୍ଦ୍ଧା ଜିଲାରୁ ସମୁଦାୟ ୪୪୫୦ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁ ୪୪୦୩ ସଂକ୍ରମିତ ବାହାରି ଥିଲେ। କିନ୍ତୁ ଏହି ସମୟରେ ଖୋର୍ଦ୍ଧାରେ ୩୨୩୨ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମ ଜିଲାରେ ୫୩୫୪ ସଂକ୍ରମିତ ଆରୋଗ୍ୟ ଲାଭ କରି ମେଡିକାଲରୁ ଛାଡ଼ ପାଇଛନ୍ତି। ଅର୍ଥାତ୍ ଅଗଷ୍ଟ ମାସରେ ଖୋର୍ଦ୍ଧାରେ ଆରାଗ୍ୟ ହାର ପ୍ରାୟ ୬୦ ପ୍ରତିଶତ ଥିବା ବେଳେ ଗଞ୍ଜାମ ଜିଲାରେ କିନ୍ତୁ ଏହା ୧୦୦ ପ୍ରତିଶରୁ ଅଧିକ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ଦେଇଥିବା ଏହି ତଥ୍ୟ ଅନୁଶୀଳନ କଲେ ଖୋର୍ଦ୍ଧା ସ୍ଥିତି ଅଧିକ ଚିନ୍ତାଜନକ ବୋଲି କୁହାଯାଇ ପାରିବ। ଗତ ମାର୍ଚ୍ଚ ୧୬ ତାରିଖରେ ଭୁବନେଶ୍ବରରୁ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବାର କିଛିଦିନ ପରେ ଏହି ଠାରୁ ଦ୍ବିତୀୟ ସଂକ୍ରମିତ ଠାବ ହୋଇଥିଲେ। ଉଭୟ ଆକ୍ରାନ୍ତ ବିଦେଶ ଫେରନ୍ତା ଥିଲେ। ଏହା ପରଠାରୁ କ୍ରମଶଃ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଲଗାତାର ଦୁଇ ମାସ ଯାଏ ଖୋର୍ଦ୍ଧା ଜିଲା ସଂକ୍ରମଣ ତାଲିକାରେ ଶୀର୍ଷରେ ରହିଥିଲା। ତେବେ ଲକ୍ଷାଧିକ ପ୍ରବାସୀ ଓଡ଼ିଆ ଫେରିବା ପରେ ଗଞ୍ଜାମ କରୋନା ହଟ୍‌ସ୍ପଟ୍ ପାଲଟିଥିଲା। ଜିଲାରେ ଟ୍ରେସିଂ ଓ ଟେଷ୍ଟିଂ ସଂଖ୍ୟା ମଧ୍ୟ ବଢ଼ିଥିଲା। ମେ ମାସରୁ ଗଞ୍ଜାମରୁ ଦୈନିକ ସର୍ବାଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଥିଲେ। ତେବେ ଏହା ସତ୍ତ୍ବେ ଜିଲାରେ ସୁସ୍ଥତା ହାର ସବୁଠାରୁ ଅଧିକ ରହିଥିଲା। ଚଳିତ ମାସ ୧୦ ତାରିଖ ବେଳକୁ ଗଞ୍ଜାମ ଜିଲାରେ ଆରୋଗ୍ୟ ହାର ୮୦ ପ୍ରତିଶତରୁ ସାମାନ୍ୟ ଅଧିକ ରହିଥିବା ବେଳେ ଗତ ସପ୍ତାହେ ମଧ୍ୟରେ ଏହା ୧୦୦ ପ୍ରତିଶତରୁ ଅଧିକ ହୋଇଛି। ଅର୍ଥାତ୍ ଗଞ୍ଜାମ ଜିଲାରେ ଦିନକୁ ଯେତିକି ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ତା’ଠାରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇ ମେଡିକାଲରୁ ଛାଡ଼ ପାଉଛନ୍ତି। ତେବେ ଗଞ୍ଜାମରେ ମୃତ୍ୟୁ ହାର ସବୁଠାରୁ ଅଧିକ ରହିଛି। ଖୋର୍ଦ୍ଧାରେ ୮୬୫୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ ପ୍ରାଣ ହରାଇଛନ୍ତି। ଜିଲାରେ ଏବେ ୩୬୦୯ ସକ୍ରିୟ ସଂକ୍ରମିତ ଥିବା ବେଳେ ୪୯୮୭ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଗଞ୍ଜାମରେ ଆଜି ପର୍ଯ୍ୟନ୍ତ ୧୪,୭୬୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫୪ ଜଣ ମୃତ୍ୟୁବରଣ କରିଛନ୍ତି। ବର୍ତ୍ତମାନ ୧୯୦୯ ସକ୍ରିୟ ସଂକ୍ରମିତ ଅଛନ୍ତି ଓ ୧୨୬୯୬ ଜଣ ଆରୋଗ୍ୟ ଲାଭ କରିଛନ୍ତି।

Hot this week

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

Related Articles

Popular Categories