www.samajalive.in
Tuesday, December 9, 2025
15.1 C
Bhubaneswar

ଅଲ ଓଡ଼ିଶା ଟେଲର ଶ୍ରମିକ ଆସୋସିଏସନ ତରଫରୁ କୁମାର ବିଶ୍ୱରଞ୍ଜନଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଅଲ ଓଡ଼ିଶା ଟେଲର ଶ୍ରମିକ ଆସୋସିଏସନ ତରଫରୁ ଭୁବନେଶ୍ୱର ସହିଦ ନଗର ସ୍ଥିତ ନିଶାନ କ୍ଲବରେ ସର୍ବଭାରତୀୟ ଆଇଏଏସ୍ ପରୀକ୍ଷାରେ ୧୮୨ ତମ ସ୍ଥାନରେ ଉତୀର୍ଣ୍ଣ ହୋଇ ସମଗ୍ର ଭାରତରେ କୃତିତ୍ୱ ଅର୍ଜନ କରିଥିବା ଓଡ଼ିଆ ପୁଅ କୁମାର ବିଶ୍ୱରଞ୍ଜନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କୁମାର ବିଶ୍ୱରଞ୍ଜନଙ୍କ ପିତା ବେଣୁଧର ଭୋଳ ଏବଂ ମାତା ମିନତୀ ଭୋଳଙ୍କୁ ମଧ୍ୟ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମଧ୍ୟ ନିର୍ବାଚନ ମଣ୍ଡଳୀର ବିଧାୟକ ଅନନ୍ତ ନାରାୟଣ ଜେନା, ଟେଲର ଶ୍ରମିକ ଆସୋସିଏସନର ଉପଦେଷ୍ଟା ତଥା ଯୁବନେତା ତନ୍ମୟ ସ୍ୱାଇଁ, ସମ୍ପାଦକ କୃଷ୍ଣଚନ୍ଦ୍ର ବିନ୍ଧାଣିରତ୍ନ, ଯୁବସମାଜସେବୀ ଦୀପକ ବେହେରା, ଅରୁପ ଶ୍ରୀଚନ୍ଦନ ପ୍ରମୁଖ ଯୋଗଦାନ କରି ତାଙ୍କୁ ସମ୍ବୋଧିତ କରିବା ସହିତ ଅଭିନନ୍ଦନ ଜଣାଇଥିଲେ।

ସୂଚନା ଅନୁଯାୟୀ, ତାଙ୍କର ମାତା ମିନତୀ ଭୋଳ ଜଣେ ଟେଲର ହୋଇ ମଧ୍ୟ ସେ ତାଙ୍କ ପୁତ୍ରକୁ ଆଇଏଏସ୍ ଅଫିସର କରିବାରେ ସକ୍ଷମ ହୋଇପାରିଛନ୍ତି ଓ ଏହା ଓଡିଶା ପାଇଁ ଏକ ଗର୍ବ। ସେଥିପାଇଁ ଅଲ ଓଡିଶା ଟେଲର ଶ୍ରମିକ ଆସୋସିଏସନର ୬୨୦୦୦ କର୍ମକର୍ତ୍ତା ଆଜି ଗର୍ବିତ। ଏହା ପ୍ରତ୍ୟେକ ଟେଲର ଭାଈ ଭଉଣୀଙ୍କ ପାଇଁ ଗୌରବର ବିଷୟ ଓ ତାଙ୍କର ସ୍ୱର୍ଣ୍ଣିମ ଭବିଷ୍ୟତ ନିମନ୍ତେ ଆମ୍ଭେ ଆଶୀର୍ବାଦ କାମନା କରୁଛୁ ବୋଲି ଟେଲର ଶ୍ରମିକ ଆସୋସିଏସନ ସମ୍ପାଦକ କୃଷ୍ଣଚନ୍ଦ୍ର କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories