www.samajalive.in
Monday, December 8, 2025
24.1 C
Bhubaneswar

ତେଲ ଗାଡ଼ିରୁ ଗଂଜେଇ ଜବତ, ଜଣେ ଗିରଫ

ଫୁଲବାଣୀ : ଗଂଜେଇ ଚୋରା ଚାଲାଣକାରୀମାନଙ୍କୁ ପୁଲିସ୍‍ ଦିନକୁ ଦିନ ଗିରଫ କରିବା ବୃଦ୍ଧି ପାଇଥିବାବେଳେ ଏହାକୁ ଦୃଷ୍ଟିରେ ରଖି ଗଂଜେଇ ଚୋରା ଚାଲାଣକାରୀମାନେ ଏବେ ବିଭିନ୍ନ ଉପାୟରେ ଚାଲାଣ ଆରମ୍ଭ କରିଛନ୍ତି। ଏଭଳି ସ୍ଥଳେ ଆଜି ଫୁଲବାଣୀ ସଦର ପୁଲିସ୍‍ ଏକ ତେଲ ବୋଝେଇ ଟ୍ରକ୍‍କୁ ତନଖି ବେଳେ ୭୨ କେଜି ଗଂଜେଇ ଜବତ କରାଯାଇଥିବା ସଦରଥାନା ଅଧିକାରୀ ଆଦିତ୍ୟ ପ୍ରସାଦ ସେଠୀ ସୂଚାନା ଦେଇଛନ୍ତି। ଗିରଫ ବ୍ୟକ୍ତିର ନାମ ମୃତ୍ୟୁଞ୍ଜୟ ବଗାର ଓ ତାହାର ଘର ବୌଦ୍ଧ ଜିଲାର ପୁରୁଣାକଟକ। ଏହି ମାମଲାରେ ତେଲ ଟାଙ୍କି ଗାଡ଼ି ନମ୍ବର ଓ.ଡ଼ି.-୧୫ ଏଚ୍‍-୬୨୦୨କୁ ମଧ୍ୟ ଜବତ କରାଯାଇଥିବା ଥାନା ସୂତ୍ରରୁ ପ୍ରକାଶ। ଆଜି ବିଶିପଡ଼ା ଛକରେ ଗାନି ତନଖି ବେଳେ ଏହି ଗଂଜେଇ ଜବତ କରାଯାଇଛି। ଏନେଇ କେସ ନଂ ୭୭/୨୦ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲିଥିବା ସଦର ଏସ୍‍.ଡ଼ି.ପି.ଓ ମହେନ୍ଦ୍ର ନାଥ ମୁର୍ମୁ ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ଗତ କିଛିଦିନ ତଳେ ଫିରିଙ୍ଗିଆ ପୁଲିସ୍‍ ଏକ ମାଲ ବୋଝେଇ ଟ୍ରକ୍‍କୁ ତନଖୀ ବେଳେ ବ୍ୟାପକ ସଂଖ୍ୟାରେ ଗଂଜେଇ ଜବତ କରିଥିିବା ବେଳେ ୨ ଦିନ ତଳେ ବାଲିଗୁଡ଼ା ପୁଲିସ୍‍ ଏକ ମାଲ ବୋଝେଇ ଟ୍ରକ୍‍ ତନଖି ବେଳେ ମଧ୍ୟ ଗଂଜେଇ ଜବତ କରିବା ସହିତ ଜଣକୁ ଗିରଫ କରିଥିଲା।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories