www.samajalive.in
Monday, December 8, 2025
13.1 C
Bhubaneswar

ଆସନ୍ତାକାଲି ୭୪ତମ ସ୍ୱାଧୀନତା ଦିବସ : ପ୍ରସ୍ତୁତି ଚୁଡାନ୍ତ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ : ଦେଶ ଆସନ୍ତାକାଲି ଏହାର ୭୪ତମ ସ୍ୱାଧୀନତା ଦିବସ ପାଳନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲ୍‍କିଲ୍ଲାରୁ  ଜାତୀୟ ପତାକା ଉତ୍ତୋଳନ ସହ ଏହି ଐତିହାସିକ ସ୍ମାରକୀର ପ୍ରାଚୀର ଉପରୁ ରାଷ୍ଟ୍ରକୁ ସମ୍ବୋଧନ କରିବେ। ସ୍ୱାଧୀନତା ଦିବସ ଉତ୍ସବ ପାଳନକୁ ଦୃଷ୍ଟିରେ ରଖି ଜାତୀୟ ରାଜଧାନୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସ୍ୱାଧୀନତା ଦିବସ ଉତ୍ସବ ପାଳନ ପାଇଁ ଗୁରୁବାର ଲାଲ୍‍କିଲ୍ଲାଠାରେ ସମ୍ପୂର୍ଣ୍ଣ ପୋଷାକରେ ଅଭ୍ୟାସ କରାଯାଇଥିଲା।
କୋଭିଡ୍‍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଲାଲ୍‍କିଲ୍ଲାର ଉତ୍ସବ ସ୍ଥଳୀରେ ଉପସ୍ଥିତ ନିମନ୍ତ୍ରିତ ଅତିଥିମାନେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନିୟମାବଳୀ ପାଳନ କରିବାପାଇଁ ଦିଲ୍ଲୀ ପୁଲିସ୍‍ ଅନୁରୋଧ କରିଛି। ଏହି ଉତ୍ସବ ପାଇଁ ୪ ହଜାର ସୁରକ୍ଷା କର୍ମୀ ମୁତୟନ ରହିବେ ଏବଂ ସେମାନେ ସାମାଜିକ ଦୂରତ୍ୱ ମଧ୍ୟ ବଜାୟ ରଖିବେ। ଲାଲ୍‍କିଲ୍ଲା ଅଞ୍ଚଳରେ ଏନ୍‍ଏସ୍‍ଜି କମାଣ୍ଡୋ, ସ୍ୱାଟ୍‍ କମାଣ୍ଡୋ ଏବଂ ଗୁଡ଼ି ଧରାଳୀମାନଙ୍କୁ ନେଇ ଏକ ବହୁସ୍ତରୀୟ ସୁରକ୍ଷା ବଳୟ ସୃଷ୍ଟି କରାଯାଇଛି।
ସୁରକ୍ଷା କାରଣରୁ ଜାତୀୟ ରାଜଧାନୀ ଅଞ୍ଚଳରେ ଆକାଶରେ ଉଡ଼ିପାରୁଥିବା ହଟ୍‍ ଏୟାର ବେଲୁନ୍‍, ପାରାଗ୍ଲାଇଡର୍‍ ଓ ୟୁଏଭି ଆଦିକୁ ଶନିବାର
ପର୍ଯ୍ୟନ୍ତ ନିଷେଧ କରାଯାଇଛି। ସ୍ୱାଧୀନତା ଦିବସ ଅବସରରେ ଜାତୀୟ ରାଜଧାନୀ ଅଞ୍ଚଳରେ ଯାନବାହନ ଚଳାଚଳକୁ ସରଳ ଓ ନିରାପଦ କରିବାକୁ
ସୁନିଶ୍ଚିତ କରାଯିବା ଉଦ୍ଦେଶ୍ୟରେ ଦିଲ୍ଲୀ ପୁଲିସ୍‍ ପକ୍ଷରୁ ଟ୍ରାଫିକ୍‍ ମାର୍ଗଦର୍ଶିକା ଜାରି କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories