www.samajalive.in
Saturday, December 13, 2025
26.1 C
Bhubaneswar

କରୋନାରୁ ସୁସ୍ଥ ହେଲେ ଗୃହ ମନ୍ତ୍ରୀ ଅମିତ୍ ଶାହା

ନୂଆଦିଲ୍ଲୀ :କରୋନାରୁ ସୁସ୍ଥ ହେଲେ ଗୃହ ମନ୍ତ୍ରୀ ଅମିତ୍ ଶାହା। ଗୃହମନ୍ତ୍ରୀ ଅମିତ ଶାହା କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । ତାଙ୍କର କରୋନା ରିପୋର୍ଟ ଟେଗେଟିଭ୍‌ ଆସିଥିବା ନେଇ ଟୁଇଟ୍‌ କରି ନିଜେ ସୂଚନା ଦେଲେ ଅମିତ୍‌ ଶାହା। ଏବେ ଆଉ କିଛି ଦିନ ହୋମ୍‌ ଆଇସୋଲେସନ୍‌ରେ ରହିବେ ଶାହା। ଡାକ୍ତରଙ୍କ ପରାମର୍ଶ କ୍ରମେ ଆଇସୋଲେସନ୍‌ରେ ରହିବେ। ସୁସ୍ଥ ହେବାନେଇ ସମସ୍ତଙ୍କୁ କୃତଜ୍ଞତା ଜଣାଇଲେ ଅମିତ୍‌ ଶାହା। ଗତ ଅଗଷ୍ଟ ୨ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ଚିକିତ୍ସା ପାଇଁ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଥିଲେ।
ଗୃହ ମନ୍ତ୍ରୀ ଅମିତ୍‌ ଶାହା ନିଜର ଟ୍ବିଟରରେ ଲେଖିଛନ୍ତି ଯେ ଆଜି ତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି । ଏଥିପାଇଁ ସେ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଆଉ କିଛିଦିନ ଏକାନ୍ତବାସରେ ରହିବେ। ଏହା ସହିତ ମେଦାନ୍ତ ହସପିଟାଲରେ ତାଙ୍କ ଚିକିତ୍ସା କରିଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି ।
ଗତ ଅଗଷ୍ଟ ୨ ତାରିଖରେ ଅମିତ ଶାହ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେ ନିଜେ ଏ ସମ୍ପର୍କରେ ଟ୍ଵିଟ କରି ସୂଚନା ଦେଇଥିଲେ । ତାଙ୍କ ଶରୀରରେ କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ସେ ଟେଷ୍ଟ କରିଥିଲେ । ଟେଷ୍ଟରୁ ସେ କରୋନା ପଜିଟିଭ ଥିବା ଜଣାପଡ଼ିଥିଲା । ଏହା ପରେ ତାଙ୍କୁ ଗୁରୁଗାଁଓର ମେଦାନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେ କରୋନା ସଂକ୍ରମିତ ଜଣାପଡ଼ିବା ପରେ ବିଭିନ୍ନ ମହଲରୁ ତାଙ୍କ ଆରୋଗ୍ୟକାମନା କରାଯାଇଥିଲା । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories