www.samajalive.in
Monday, December 8, 2025
13.1 C
Bhubaneswar

କୋଭିଡ ଯୋଦ୍ଧାଙ୍କ ଗହଣରେ ପାଳନ ହେବ ସ୍ୱାଧିନତା ଦିବସ

ଟିଟିଲାଗଡ଼: ଚଳିତ ବର୍ଷ କରୋନା ମହାମାରି ନେଇ ଟିଟିଲାଗଡଠାରେ ଅନୁଷ୍ଠିତ ହୋଇ ଆସୁଥିବା ଉପଖଣ୍ଡସ୍ତରୀୟ ସ୍ୱାଧିନତା ଦିବସକୁ ସଂକ୍ଷିପ୍ତ କରାଯିବ। ଏନେଇ ଟିଟିଲାଗଡ ଉପଜିଲାପାଳ ସୌମେଶ ଉପାଧ୍ୟାୟଙ୍କ ପକ୍ଷରୁ ଆହୁତ ବୈଠକ ପରେ ଉପଖଣ୍ଡ ସୁଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ସୁଚନା ଦେଇଛନ୍ତି। ପ୍ରତିବର୍ଷ ଆୟୋଜିତ ହେଉଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା, ପୁରସ୍କାର ବନ୍ଟନ, ପ୍ୟାରେଡ, ସାଂସ୍କୃତିକ କାର୍ଯ୍ୟକ୍ରମ, ମିଷ୍ଟାନ୍ନ ବନ୍ଟନ ଆଦି ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି।

ପ୍ରାତଃ ୪.୩୦ରେ ରାମଧୂନ, ୭.୩୦ରେ ସରକାରି ଓ ବେସରକାରି ଅନୁଷ୍ଠାନରେ ଜାତୀୟ ପତକା ଉତୋଳନ ହେବ। କୋଭିଡ ଯୋଦ୍ଧା ପୁଲିସ, ସ୍ୱାସ୍ଥ୍ୟ କର୍ମି ତଥା ସରକାରି ଅଧିକାରୀଙ୍କ ଗହଣରେ ସକାଲ ୯.୧୫ରେ ସ୍ଥାନୀୟ ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠିତ ଉତ୍ସବରେ ଉପଜିଲାପାଳ ଜାତୀୟ ପତାକା ଉତୋଳନ କରିବେ। ଉତ୍ସବକୁ ପ୍ରତିବର୍ଷ ଭଳି ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ତଥା ନାଗରିକଙ୍କୁ ନିମନ୍ତ୍ରଣ କରାଯାଇନଥିବା ଉପଖଣ୍ଡ ସୁଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବେହେରା ସୁଚନା ଦେଇଛନ୍ତି।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories