www.samajalive.in
Monday, December 8, 2025
27.1 C
Bhubaneswar

ଲୋୟର ସୁକତେଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ବଲାଙ୍ଗିର : ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଲୋୟର ସୁକତେଲ କାମକୁ ତୁରନ୍ତ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳ ଅରିନ୍ଦମ ଡାକୁଆଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ଲୋୟର ସୁକତେଲ ପ୍ରକଳ୍ପ ପାଇଁ ଆନ୍ଦୋଳନ କରୁଥିବା ସାମାଜିକ ସଂଗଠନ ବଲାଙ୍ଗିର ଏକ୍ସନ କମିଟିର ଆବାହକ ତଥା ବିଜେପିର ବରିଷ୍ଠ ସଭ୍ୟ ଗୋପାଳଜୀ ପାଣିଗ୍ରାହୀ, ଓକିଲ ସଂଘ ସଭାପତି ପ୍ରମୋଦ ତ୍ରିପାଠୀ, ନାଗରିକ କମିଟି ସଭାପତି ବିକ୍ରମାନନ୍ଦ ବହିଦାର, ଭବାନି ଶତପଥୀ, ରତନ କୁମାର ମହାରଣା ପ୍ରମୁଖ ସାମିଲ ଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଦାବିପତ୍ରରେ ବଲାଙ୍ଗିରର ଜୀବନରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପୁନଃ କାର୍ଯ୍ୟାରମ୍ଭ କରିବା ପାଇଁ ଜିଲା ପ୍ରଶାସନ ସହଯୋଗ କରୁ ବୋଲି ବିଧାୟକ ଶ୍ରୀ ମିଶ୍ର ଜିଲାପାଳଙ୍କୁ କହିଥିଲେ। ତା ସହିତ ପ୍ରକଳ୍ପ ପାଇଁ ସ୍ଥାୟୀ ଭୂମି ଅଧିଗ୍ରହଣ ଅଧିକାରୀ ତଥା ଅନ୍ୟାନ୍ୟ ଅଧିକାରୀଙ୍କ ନିଯୁକ୍ତି ଯେପରି ଶିଘ୍ର ହେବ ସେ ଉପରେ ସେ ନିଜେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଆଲୋଚନା କରିଥିଲେ। କୌଣସିବି କାରଣରୁ ଜଳସେଚନ ପ୍ରକଳ୍ପ ବନ୍ଦ ନହେବା ଉଚିତ ବୋଲି ସମସ୍ତ ପ୍ରତିନିଧି କହିବା ସହ ବିସ୍ଥାପିତମାନଙ୍କ ମଧ୍ୟ ସମସ୍ତ ପ୍ରକାର ଉଚିତ ଆର୍ଥିକ ସହାୟତା ଦିଆଯିବା ଉପରେ ଗୁରୁତ୍ୱ ଦେଇଥିଲେ। ବହୁ ଦିନରୁ ଆରପିଡିଏସି ବୈଠକ ବସୁ ନଥିବାରୁ ବିସ୍ଥାପିତଙ୍କ ସମସ୍ୟା ଠିକ୍‍ ଫୋରମରେ ଆଲୋଚନା ହୋଇପାରୁ ନାହିଁ ବୋଲି ଜିଲାପାଳଙ୍କ ସହ ଆଲୋଚନା ବେଳେ ସମସ୍ତେ କହିଥିଲେ। ତେଣୁ ପ୍ରକଳ୍ପ ଆରମ୍ଭ ପାଇଁ ତଥା ବିସ୍ଥାପିତଙ୍କୁ ଉଚିତ ନ୍ୟାୟ ଦେବା ପାଇଁ ଆରପିଡିଏସି ବୈଠକ ଡକାଯାଉ ବୋଲି ଆଲୋଚନା ବେଳେ ଶ୍ରୀ ମିଶ୍ର କହିଥିଲେ।

- Advertisement -

ଆଲୋଚନା ବେଳେ ସେ ଆହୁରି ମଧ୍ୟ କହିଥିଲେ ଦାବି ମୁତାବକ ଏକ ମାସ ମଧ୍ୟରେ ପ୍ରକଳ୍ପ କାମ ଯେପରି ଆରମ୍ଭ ହୋଇପାରିବ ସେ ଦିଗରେ ସେ ବାଚସ୍ପତି, ଜଳସେଚନ ମନ୍ତ୍ରୀ ତଥା ସଚିବଙ୍କ ସହ ଆଗାମୀ ଭୁବନେଶ୍ୱର ରହଣି ଭିତରେ ଆଲୋଚନା କରିବେ। ଦାବିପତ୍ରରେ ସରକାରଙ୍କୁ ଏକ ମାସ ଭିତରେ କାମ ଆରମ୍ଭ କରିବା ପାଇଁ ଦାବି ଜଣାଇବା ସହ ଯଦି ସରକାର ପ୍ରକଳ୍ପ ନିର୍ମାଣ ପ୍ରତି ଏକ ମାସ ଭିତରେ ସକରାତ୍ମକ ପଦକ୍ଷେପ ଗ୍ରହଣ ନକରିବେ ତେବେ ବଲାଙ୍ଗିରବାସୀ ନିଶ୍ଚିତ ଭାବରେ ଆନ୍ଦୋଳାତ୍ôମକ ପନ୍ଥା ଗ୍ରହଣ କରିବେ ବୋଲି ସମସ୍ତ ପ୍ରତିନିଧି ଚେତାବନୀ ଦେଇଥିଲେ। ଏହି ଆଲୋଚନା ସମୟରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ଯେମିତି କୋଭିଡ୍‍ ଆଇନ ତଥା କଟକଣାକୁ ନଭାଙ୍ଗି ବଲାଙ୍ଗିର ଜିଲା ଲୋକେ ପରମ୍ପରା ସହ ପାଳନ କରିପାରିବେ ସେ ଦିଗରେ ଜିଲା ପ୍ରଶାସନ କିଛି ପଦକ୍ଷେପ ନେଉ ବୋଲି ପ୍ରତିନିଧି ମଣ୍ଡଳିରେ ଯାଇଥିବା ସମସ୍ତ ସଭ୍ୟ ଜିଲାପାଳଙ୍କ ସମ୍ମୁଖରେ ପ୍ରସ୍ତାବ ରଖିଥିଲେ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories