www.samajalive.in
Monday, December 8, 2025
24.1 C
Bhubaneswar

ଆଇଆରବି ଯବାନଙ୍କ ତାଲିମ ବେଳେ ମହାନଦୀରେ ବୁଡି ଯବାନ ମୃତ

ବୌଦ୍ଧ  : ବୌଦ୍ଧ ମହାନଦୀରେ ଆଇଆରବି ଯବାନଙ୍କ ତାଲିମ ଚାଲିଥିବାବେଳେ ଜଣେ ଯବାନ ମହାନଦୀରେ ବୁଡି ପ୍ରାଣ ହରାଇଥିବା ଜଣାଯାଇଛି। ମିଳିଥବା ସୂଚନା ମୁତାବକ ବୌଦ୍ଧ ପଞ୍ଚମ ଆଇଆରବି ବାଟାଲିୟନ ର ଯବାନମାନଙ୍କୁ ବୌଦ୍ଧ ମହାନଦୀର ଅପରପାର୍ଶ୍ୱରେ କିଆକଟା ପଞ୍ଚାୟତର ବାଙ୍କପାଲ ଘାଟଠାରେ ଓଡ୍ରାଫ ତାଲିମ ଦିଆଯାଉଥିବାବେଳେ ପାଣିରେ ବୁଡି ଜଣେ ଯବାନ ନିଖୋଜ ହୋଇଯାଇଥିଲେ।

ବୌଦ୍ଧ ଅଗ୍ନିଶମ ବିଭାଗ,ଆଇଆରବି ଯବାନମାନେ ମୋଟରବୋଟ ସାହାଯ୍ୟରେ ଓ ସ୍ଥାନୀୟ କିଛି ମାଛମରା ଡଙ୍ଗା ସାହାଯ୍ୟରେ ମହାନଦୀରେ ଦୀର୍ଘ ୫ ଘଣ୍ଟା କାଳ ଖୋଜାଖୋଜି କରିବାପରେ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତ ଯବାନଙ୍କ ନାମ ପ୍ରଦ୍ୟୁମ୍ନ କୁମାର ପଣ୍ଡା (୩୦) ଓ ତାଙ୍କ ଘର କନ୍ଧମାଳ ଜିଲାରେ ବୋଲି ଜଣାପଡିଛି। ଏହି ଘଟଣା ଆଇଆରବିର ଯବାନ ଓ ଅଧିକାରୀମାନଙ୍କ ମଧ୍ୟରେ ଶୋକର ବାତାବରଣ ସୃଷ୍ଟି କରିଛି। ବର୍ଷାଦିନରେ ମହାନଦୀରେ ଜଳସ୍ତର ଅଧିକ ସହିତ ସ୍ରୋତ ପ୍ରଖର ଥିବାବେଳେ ତାଲିମ ପାଇଁ କିଏ ଅନୁମତି ପ୍ରଦାନ କଲା ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିଆକଟା ପୋଲିସ ପକ୍ଷରୁ ଶବକୁ ଜବତ କରାଯିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡିଛି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories