ଗଡ଼ମଧୁପୁର : ଜେନାପୁର ଥାନା ପୁରୁଣା ବଉଳମାଳ ପଞ୍ଚାୟତ ଅନ୍ତର୍ଗତ ସୁକୁଟିଝର(ଇଛାପୁର) ଗ୍ରାମର ନରହରି ନାଥ ପି: ଗଣେଶ ନାଥ ପାରାଦ୍ୱୀପରୁ ଘରକୁ ଫେରୁଥିବା ବେଳେ ନିଖୋଜ ହୋଇଯାଇଥିବା ନେଇ କେନ୍ଦ୍ରାପଡା ସଦର ଥାନରେ ଅଭିଯୋଗ ହୋଇଥିଲା। ଗତକାଲି ତାଙ୍କର ମୃତ ଶରୀର ଛତା ବାଲିଚନ୍ଦ୍ରପୁର ମଧ୍ୟବର୍ତ୍ତୀ ବଳଭଦ୍ରପୁର ଠାରୁ ଠାରୁ କିଛି ଦୁରରେ କେନାଲବନ୍ଧ ରାସ୍ତା ହୁଡାରେ ପଡିଥିବାର ଦେଖି ଜଣେ ଗାଡି ଚାଳକ ନିକଟସ୍ଥ ଡେରାବିଶ ଥାନାକୁ ଖବର ଦେଇଥିଲା। ଖବର ପାଇ ଡେରାବିଶ ଥାନାଧିକାରୀ ଉମାକାନ୍ତ ନାୟକ ପରିବାର ଲୋକଙ୍କୁ ଖବର ଦେବା ସହିତ ଶବଚିହ୍ନଟ ପରେ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦେଇଥିଲେ। ମୃତ ନରହରି ପାରାଦ୍ୱୀପରେ ଜଣେ ଜେସିବି ଅପରେଟର ଭାବରେ କାର୍ଯ୍ୟକରନ୍ତି। କରୋନା ପାଇଁ ମାସକ ପୂର୍ବରୁ ସେ ଘରକୁ ଆସିଥିଲେ।
କିନ୍ତୁ ପରିବାର ଚଳାଇବା ପାଇଁ ପୁଣି ପାରାଦ୍ୱୀପ ଚାଲିଯାଇଥିଲେ। ସେଠାରେ ଗୋଟିଏ ଦିନ କାର୍ଯ୍ୟ କଲା ପରେ ଅସୁସ୍ଥତା କାରଣରୁ ୬୦୦ଟଙ୍କା ପାରିଶ୍ରମିକ ଧରି ଘରକୁ ଆସୁଥିଲେ। ଗତ ରବିବାରରୁ ସେ ପାରାଦ୍ୱୀପରୁ ବାହାରି ଆସି ସେଷ ଥରପାଇଁ ଦୁହୁରିଆରୁ ପୁଅ ପାଖକୁ ଫୋନ କରିଥିଲେ। ତା ପରେ ତାଙ୍କର ଆଉ ଘର ସହିତ ଯୋଗାଯୋଗ ହୋଇପାରିନଥିଲା କିମ୍ବା ସେ ଫୋନ କରିନଥିଲେ। ତେବେ ତାଙ୍କୁ ଫୋନ କରିବାରେ ତାଙ୍କର ଫୋନ ସ୍ୱିଇଜ ଅଫ ହୋଇଯାଇଥିବା ଜଣା ଯାଇଥିଲା। ପରିବାର ସଦସ୍ୟ ଯାଇ ସେଠାରେ ଥିବା କ୍ୱାରେଣ୍ଟାଇନ ସେଣ୍ଟର ଓ ଛକ ବଜାର ଖୋଜା ଖୋଜି କଲା ପରେ ତାଙ୍କୁ ନପାଇ ସେଷରେ ଜେନାପୁର ଥାନ ଓ ଡେରାବିଶ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ତେବେ ତାଙ୍କର ମୃତ୍ୟୁ କୌଣସି ଦୁର୍ଘଟଣାରେ ହୋଇଥାଇପାରେ ବୋଲି ପରିବାର ଲୋକେ ସନ୍ଦେହ କରୁଥିବା ବେଳେ ପୁଲିସ ୭/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।



