www.samajalive.in
Wednesday, December 10, 2025
18.1 C
Bhubaneswar

ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୫୬ ହଜାରରୁ ଅଧିକ ଆରୋଗ୍ୟ : ୬ଲକ୍ଷ ୪୩ ହଜାର ସକ୍ରିୟ ମାମଲା

ନୂଆଦିଲ୍ଲୀ : ଦେଶରେ ବୁଧବାର ଦିନ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ସେହିପରି ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କରୋନା ନମୁନା ପରୀକ୍ଷା କରି ଭାରତ ଆଉ ଏକ ସଫଳତା ହାସଲ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭ଲକ୍ଷ
୩୩ ହଜାର ୪୪୯ଟି ନମୁନା ପରୀକ୍ଷା କରାଯାଇଛି। ଅନ୍ୟପକ୍ଷରେ ଏହି ସମୟ ମଧ୍ୟରେ ରେକର୍ଡ ସଂଖ୍ୟକ ୫୬ ହଜାରରୁ ଅଧିକ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଦେଶର ବିଭିନ୍ନ ହସ୍ପିଟାଲରେ ୬ଲକ୍ଷ ୪୩ ହଜାର ୯୪୮ଜଣ କୋଭିଡ୍‍-୧୯ନାଇଣ୍ଟିନ୍‍ ସଂକ୍ରମିତ ବ୍ୟକ୍ତି ଚିକିତ୍ସିତ
ହେଉଛନ୍ତି। ଯାହାକି ମୋଟ୍ ସଂକ୍ରମଣର ୨୭.୬୪%।  ଅନ୍ୟପକ୍ଷରେ ଦେଶରେ ମୋଟ୍ ୧୬ଲକ୍ଷ ୩୯ ହଜାର ୫୯୯ ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ ଭାରତରେ କୋଭିଡ୍‍-୧୯ ଆରୋଗ୍ୟ ହାର ଶତକଡ଼ା ୭୦ ଭାଗକୁ ବୃଦ୍ଧି ପାଇଛି।
ମନ୍ତ୍ରଣାଳୟ କହିଛି, ଗୋଟିଏ ଦିନରେ ଆଉ ୬୦ ହଜାର ନୂଆ ଲୋକ ଭୂତାଣୁରେ ସଂକ୍ରମିତ ହେବା ସହ କୋଭିଡ୍‍ ସଂକ୍ରମିତମାନଙ୍କ
ସଂଖ୍ୟା ୨୩ ଲକ୍ଷ ୨୯ ହଜାର ୬୩୮ ରହିଛି। ଗତ ୨୪ ଘଣ୍ଟା ଭିତରେ କରୋନାରେ ଆଉ ୮୩୪ ଜଣ ମୃତ୍ୟୁବରଣ କରିବାରୁ ଏ ଜନିତ ମୃତ୍ୟୁସଂଖ୍ୟା ୪୬ ହଜାର ୯୧ରେ ପହଞ୍ଚିଛି।
ଆଇସିଏମ୍‍ଆର୍‍ କହିଛି, ଏପର୍ଯ୍ୟନ୍ତ ମୋଟ୍‍ ୨କୋଟି ୬୦ଲକ୍ଷ ୧୫ ହଜାର ୨୯୭ଟି ନମୁନା ପରୀକ୍ଷା କରାଯାଇ ସାରିଲାଣି। ଦେଶରେ ୧୦ଲକ୍ଷ ଲୋକଙ୍କ ମଧ୍ୟରେ ୧୮ ହଜାର ୮୫୨ ଲୋକଙ୍କ ନମୁନା ପରୀକ୍ଷା କରାଯାଇ ଆଉ ଏକ ସଫଳତା ହାସଲ କରାଯାଇଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories