www.samajalive.in
Tuesday, December 9, 2025
26.1 C
Bhubaneswar

କରୋନା ଭାଙ୍ଗିଲା ୧୦୦ ବର୍ଷର ପରମ୍ପରା, ବିନା ଭକ୍ତରେ ଅନୁଷ୍ଠିତ ହେଲା ଜନ୍ମାଷ୍ଟମୀ

ଫୁଲବାଣୀ: ସାରା ରାଜ୍ୟରେ କରୋନା କଟକଣା ଜାରି ରହିଥିବାରୁ ବିଭିନ୍ନ ମନ୍ଦିରମାନଙ୍କରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଦିବସ ବା ଜନ୍ମାଷ୍ଟମୀ ପୂଜା ପାଳିତ ବିନା ଭକ୍ତରେ ପାଳିତ ହୋଇଛି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହରରେ ଥିବା ଜିଲ୍ଲାର ସର୍ବପୂରାତନ ଭାଗବତ ମନ୍ଦିରରେ ମଧ୍ୟ ଜନ୍ମାଷ୍ଟମୀ ପୂଜା ବିନାଭକ୍ତରେ ଅନୁଷ୍ଠିତ ହୋଇଯାଇଛି। ଦିର୍ଘ ୧୦୦ ବର୍ଷରୁ ଊର୍ଦ୍ଧ୍ବ ବର୍ଷ ଧରି ଫିରିଙ୍ଗିଆ ଠାରେ ଥିବା ଭାଗବତ ମନ୍ଦିରରେ ପ୍ରତେକ ବର୍ଷ ଏହି ଜନ୍ମାଷ୍ଟମୀ ପାଳିତ ହୋଇଆସୁଥିବା ବେଳେ ଚଳିତ ବର୍ଷ କୋରେନା କଟକଣାପାଇଁ କେବଳ ମନ୍ଦିର ପୂଜକ ଓ ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନଙ୍କ ଉପସ୍ଥିତିରେ ଜନ୍ମାଷ୍ଟମୀ ପାଳନ କରାଯାଇଥିଲ।। ଅନ୍ୟପଟେ ଜନ୍ମାଷ୍ଟମୀ ପାଇଁ ବ୍ରତ ରଖିଥିବା ବ୍ରତଧାରୀ ମାନେ କୋରେନା କଟକଣା ପାଇଁ ଠାକୁର ଦର୍ଶନ କରିନପାରି ନିଜ ଘରମାନଙ୍କରେ ପୂଜା ପାଠ କରିଥିଲେ। ତେବେ ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନୁରୁପ ଭାବରେ ବିନାଭକ୍ତରେ କେବଳ ପୂଜାପାଠ ଅନୁଷ୍ଠିତ ହୋଇଥିବା ବେଳେ ମନ୍ଦିରର ପୂଜକ ଜଗନ୍ନାଥ ପଣ୍ଡା ଓ କୂଳବଣୀ ନନ୍ଦଙ୍କ ସହ ପରିଚାଳନା କମିଟିର ସଭାପତି ମହାଦେବ ସାହୁ, ସମ୍ପାଦକ ମୃତ୍ୟୁଞୟ ସାହୁ ଓ ସୁକ୍ରବ ପ୍ରଧାନ ଉପସ୍ତିତ ରହିଥିବା ବେଳେ କର୍ତା ଭାବରେ ବିରବର ଦେହୁରି ଉପସ୍ଥିତ ଥିଲେ। ଅନ୍ୟପଟେ ବିନା ଭକ୍ତରେ ମଧ୍ୟ ନିରାଡମ୍ବର ସହ ପୂଜା ଅନୁଷ୍ଠିତ ହୋଇଥିଲ।।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories