www.samajalive.in
Tuesday, December 9, 2025
23.1 C
Bhubaneswar

ବାଲିଗୁଡା ନୂତନ ଉପଜିଲାପାଳଙ୍କ ଦାୟୀତ୍ୱ ଗ୍ରହଣ

ଫୁଲବାଣୀ: କନ୍ଧମାଳ ଜିଲା ବାଲିଗୁଡ଼ାର ନୂତନ ଉପଜିଲାପାଳ ଭାବେ ଶୁଭଙ୍କର ମହାପାତ୍ର ଆଜି ଦାୟୀତ୍ୱ ଗ୍ରହଣ କରିଛନ୍ତି। ଉପଜିଲ୍ଲାପାଳ ଶୁଭଙ୍କର ମହାପାତ୍ରଙ୍କ ଘର ଭୁବନେଶ୍ୱରରେ। ଏହା ପୂର୍ବରୁ ସେ ଫୁଲବାଣି ଜିଲାପାଳ କାର୍ଯ୍ୟାଳୟରେ ପ୍ରବେଶନାଲ୍‍ ଭାବେ ତାଲିମ୍‍ ନେବା ସହିତ ତାଲିମ୍‍ ସମୟରେ ବିଭିନ୍ନ ପଦପଦବିରେ ମଧ୍ୟ ରହି ବେସ ନିଷ୍ଠାର ସହିତ ଦାୟିତ୍ୱ ତୁଲାଇପାରିଛନ୍ତି। ଜଣେ ଦକ୍ଷ ଆଇଏଏସ ଅଫିସର ଭାବେ ବେସ ପରିଚିତ। ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ସମସ୍ତ ୯ଟି ବ୍ଳକରେ ଉନ୍ନୟନମୂଳକ କାର୍ଯ୍ୟକୁ ଗୁରୁତ୍ୱର ସହିତ ଗ୍ରହଣ କରି ସେ କାର୍ଯ୍ୟ କରିବେ ବୋଲି ଅଞ୍ଚଳବାସୀ ଆଶା ପ୍ରକଟ କରିଛନ୍ତି। ପୁର୍ବତବ ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦଙ୍କୁ ସମ୍ବଲପୁର ଆରଟିଓ ଭାବେ ବଦଳି ହୋଇଛି। ଆଜି ଦାୟିତ୍ୱ ଗ୍ରହଣ ପରେ କାର୍ଯ୍ୟାଳୟର କର୍ମଚାରୀମାନେ ଶ୍ରୀ ମହାପାତ୍ରଙ୍କୁ ସ୍ୱାଗତ କରିଥିଲେ।

Hot this week

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

Related Articles

Popular Categories