ଦରମା ବଢ଼ାଇବାକୁ କହିବାରୁ ୧୦୦ କୋରଡ଼ା ମାଡ଼

0

ଭୋପାଳ: ଦରମା ବଢ଼ାଇବାକୁ ଅନୁରୋଧ କରିଥିଲେ ଜଣେ ପେଟ୍ରୋଲ୍‍ ପମ୍ପ କର୍ମଚାରୀ। ବଦଳରେ ପେଟ୍ରୋଲ୍‍ ପମ୍ପ ପରିଚାଳକଙ୍କଠାରୁ ତାଙ୍କୁ ମିଳିଛି ୧୦୦ କୋରଡ଼ା ମାଡ଼। ଘଟଣା ଘଟିଛି ଭୋପାଳଠାରୁ ୮୦ କିମି ଦୂର ହୋସାଙ୍ଗାବାଦ୍‍ଠାରେ। ଗତ ଜୁନ୍‍ ୨୩ ତାରିଖ ଦିନ ଘଟିଥିବା ଏହି ଘଟଣାର ଏକ ଭିଡିଓ ଭାଇରାଲ୍‍ ହେବା ପରେ ଜୁଲାଇ ୪ ତାରିଖରେ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।
ହୋସାଙ୍ଗାବାଦ୍‍ ଏସ୍‍ପି ଅରବିନ୍ଦ ସାକ୍ସେନାଙ୍କ ସୂଚନା ଅନୁଯାୟୀ, ଅଜୟ ଅହିରୱର ନାମକ ଜଣେ ଯୁବକ ବାବାଇ ପେଟ୍ରୋଲ୍‍ ପମ୍ପରେ କାମ କରୁଥିଲେ। ଦରମା ବାବଦରେ ତାଙ୍କୁ ମିଳୁଥିଲା ମାସିକ ୩୦୦୦ ଟଙ୍କା। କିଛି ଦିନ ପରେ ଦରମା ୨୦୦୦ ଟଙ୍କା ବଢ଼େଇବା ପାଇଁ କହିବାରୁ ପେଟ୍ରୋଲ୍‍ ପମ୍ପ ପରିଚାଳକ ଦୀପକ ସାହୁ ତାଙ୍କୁ ଗାଳିଗୁଲଜ କରିଥିଲେ। ଜୁନ୍‍ ୨୨ ତାରିଖ ଦିନ ଅଜୟ ଆସି ନଥିଲେ। ଜୁନ୍‍ ୨୩ ତାରିଖ ଦିନ ଦୀପକ ଲୋକ ପଠାଇ ଅଜୟଙ୍କୁ ଡକାଇ ଆଣିଥିଲେ। ଅଜୟ ପହଞ୍ଚିବା ପରେ ଦୀପକ ଓ ତାଙ୍କ ସହାୟକ ଆକାଶ ସାହୁ ତାଙ୍କୁ ବାନ୍ଧି ୧୦୦ ଥର ବେଲ୍ଟରେ ମାଡ଼ ମାରିଥିଲେ। ଭୟରେ ଅଜୟ ଏ ସମ୍ପର୍କରେ ପୁଲିସକୁ ଜଣାଇ ନଥିଲେ। କିନ୍ତୁ ଅନୁସୂଚିତ ଜାତି ସଂଘର କେତେଜଣ ସଦସ୍ୟଙ୍କ ପ୍ରରୋଚନାକ୍ରମେ ଅଜୟ ଗତ ଜୁନ୍‍ ୨ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଗତ ୪ ତାରିଖରେ ଦୀପକ ଓ ଅଜୟଙ୍କୁ ପୁଲିସ ଗିରଫ କରି ଜେଲ୍‍ ପଠାଇଛି।

prayash

ସୌଜନ୍ୟ: ଜିନ୍ୟୁଜ୍‌ ଡଟ୍ କମ୍‌

kalyan agarbati
Leave A Reply